ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ ଦଳ ସହ ଲାଲରୁଥରାଙ୍କର ୨ ବର୍ଷିଆ ଚୁକ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଚୁକ୍ତି ମିଆଦ ୩ୟ ବର୍ଷକୁ ବୃଦ୍ଧି କରାଯିବାର ବିକଳ୍ପ ରଖାଯାଇଛି।
ମିଜୋରାମ୍ର ଲାଲରୁଥରା ୨୦୧୫ରେ ଆଇଜଲ ଏଫ୍ସିରୁ ନିଜ ପେସାଦାର କ୍ୟାରିୟର ଆରମ୍ଭ କରିଥିଲେ। ଆଇ-ଲିଗ୍ ଟାଇଟଲ ବିଜୟୀ ଏହି ଦଳର ସେ ସଦସ୍ୟ ମଧ୍ୟ ଥିଲେ। ପରେ ସେ ୨୦୧୭ରେ କେରଳ ବ୍ଲାଷ୍ଟର୍ସ ସହ ଚୁକ୍ତି କଲେ ଏବଂ ଆଇଏସ୍ଏଲ୍ରେ ନିଜ ପ୍ରଥମ ବର୍ଷରେ ଇମର୍ଜିଂ ପ୍ଲେୟର ଅଫ୍ ଦି ସିଜନ ବିବେଚିତ ହୋଇଥିଲେ। ଟିନ୍ଏଜ୍ ସମୟରେ ଜଣେ ପ୍ରତିଭାସମ୍ପନ୍ନ ଡିଫେଣ୍ଡରଭାବେ ନିଜକୁ ପ୍ରମାଣିତ କରିଥିବା ଲାଲରୁଥରା ୨୩ ବର୍ଷରୁ କମ୍ ଏବଂ ଭାରତୀୟ ସିନିୟର ଦଳରୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ଲାଲରୁଥରାଙ୍କୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫ୍ସି ସିଇଓ ରୋହନ ଶର୍ମା। କେରଳ ବ୍ଲାଷ୍ଟର୍ସ ସହ ତାଙ୍କର ସମ୍ପର୍କ ଛିଡ଼ିବା ପରଠାରୁ ସେ ତାଙ୍କ ଉପରେ ନଜର ରଖିଥିଲେ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍ସି ରକ୍ଷଣଭାଗ ଅଧିକ ଦୃଢ଼ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଜାତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରି ନିଜକୁ ପ୍ରମାଣିତ କରିବାକୁ ସେ ବ୍ୟଗ୍ର। ତେଣୁ ଏହି କ୍ୱାଲିଟି ଡିଫେଣ୍ଡର ଓଡ଼ିଶା ଏଫ୍ସିରୁ ଖେଳି ଏହି ସୁଯୋଗ ପାଇପାରିବେ ବୋଲି ରୋହନ କହିଛନ୍ତି।
”ଲାଲରୁଥରା ଭାରତର ଅନ୍ୟତମ ପ୍ରତିଭାସମ୍ପନ୍ନ ଡିଫେଣ୍ଡର ା ସେ ଓଡ଼ିଶା ଏଫ୍ସିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ମୁଁ ବହୁତ ଖୁସି। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍ସିକୁ ନିଶ୍ଚିତ ଫାଇଦା ମିଳିବାନେଇ ମୁଁ ଆଶାବାଦୀ“ ବୋଲି ଓଡ଼ିଶା ଏଫ୍ସି ସଭାପତି ରାଜ ଅଟଓ୍ବାଲ କହିଛନ୍ତି। ଆଗାମୀ ସିଜନରେ ଓଡ଼ିଶା ଏଫ୍ସି ଜର୍ସି ପିନ୍ଧିବାକୁ ଯାଉଥିବାରୁ ଖୁସି ଜାହିର କରିଛନ୍ତି ଲାଲରୁଥରା। ଏହି କ୍ଲବ ପକ୍ଷରୁ ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏକ ନୂଆ ସିଷ୍ଟମ, କୋଚ୍, ଷ୍ଟାଫ୍ଙ୍କ ଅଧୀନରେ ଖେଳିବାକୁ ମୁଁ ବ୍ୟଗ୍ର ଏବଂ ନୂଆ କଥା ଶିଖି ମୋ ଗେମ୍ରେ ସୁଧାର ଆଣିବାକୁ ଚେଷ୍ଟା କରିବି ବୋଲି ଲାଲରୁଥରା ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.