ବରଗଡ଼ ଅଫିସ,୧୮ା୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼ିଛି। ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ବିଭିନ୍ନ ଆଳରେ ସେହି ଧାନକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଅଞ୍ଚଳର ଶତାଧିକ ଚାଷୀ ଏଭଳି ଅଭିଯୋଗ କରି ବରଗଡ଼ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି। ସେମାନଙ୍କ ପାଖରେ ଟୋକନ ରହିଛି। ସେହିପରି ଧାନ ଉଠାଇବା ପାଇଁ ଟାର୍ଗେଟ ମଧ୍ୟ ଅଛି। କିନ୍ତୁ ମିଲର୍ସମାନେ ଜାଣିଶୁଣି ଆସୁ ନଥିବାରୁ ମଣ୍ଡିର ଖୋଲା ଆକାଶ ତଳେ ପ୍ରାୟ ୧୦ ହଜାର ପକେଟ ଧାନ ବିକ୍ରି ଅପେକ୍ଷାରେ ପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଝଡ଼ବର୍ଷା ଲାଗି ରହିଥିବାରୁ ସେଠାରେ ପଡ଼ିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଫଳରେ ସମସ୍ତ ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
Posted inଆମ ଜିଲା ଖବର, ବରଗଡ଼ View All
ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା...
୮ ଦିନର ବିବାହରେ ଏମିତି କ’ଣ ହେଲା
ଚମ୍ପୁଆ,୧୯।୬: ମାତ୍ର ୮ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଟ୍ରାକ୍ଟରରେ ଦିନ ମଜୁରିଆ ଭାବେ କାମ କରି ଚଳୁଥିଲେ। ଶୁକ୍ରବାର...
ଚାଷ ଜମିରେ ମାଡୁଛି ଲୁଣାପାଣି
ରାଜନଗର, ୧୧।୬(ଡି.ଏନ୍.ଏ.): ୩ ବର୍ଷ ହେଲା ସ୍ଲୁଇସ୍ ନିର୍ମାଣ ସରିଲାଣି। ମାତ୍ର ଆଜିଯାଏ ସ୍ଲୁଇସ୍ରେ ଗେଟ ଲାଗିନି। ନଦୀରେ ଜୁଆର ସମୟରେ ଲୁଣାପାଣି ଭେଡା ଭିତରକୁ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ବାଡ଼ିରେ ବୁଲୁଥିଲା ୫ ଫୁଟିଆ ନାଗ, ଆଉ ତା’ ପରେ
ବାଲେଶ୍ୱର ଅଫିସ,୨।୬: ବାଲେଶ୍ୱର ଜିଲାର ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁର ଗାଁରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ଉକ୍ତ ଗାଁର ଜୟଦେବ ବେହେରାଙ୍କ ବାଡିରୁ...
ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ
ଝାରସୁଗଡ଼ା ଅଫିସ୍,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲ୍ରେ କନକତୋରା ଗ୍ରାମର ନନ୍ଦଲାଲ୍ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...
ଦୋକାନୀଙ୍କୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ
ଜି.ଉଦୟଗିରି,୧୧ା୬: କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ଜି.ଉଦୟଗିର ପ୍ରଶାସନ ପକ୍ଷରୁ ଗତ ସପ୍ତାହରେ ବ୍ୟବସାୟୀମାନଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ବାରମ୍ବାର କୁହାଯାଇଛି। ହେଲେ...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...


