ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ବର୍ଷେ ହେଲା ଉପଯୁକ୍ତ ପରିଚାଳନାଗତ ତ୍ରୁଟି ଯୋଗୁ ଷ୍ଟିଲ ପ୍ଲାଣ୍ଟଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏଥିରେ ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସମ୍ପୃକ୍ତ ଷ୍ଟିଲ ପ୍ଲାଣ୍ଟଗୁଡିକରେ ନିର୍ଭରଶୀଳ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହିକ୍ରମରେ ନିଲାମ ଚୂଡାନ୍ତ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଖଣିଗୁଡିକୁ ଓଏମ୍ସି ଅଧୀନକୁ ନେଇ ଲୁହାପଥର ଉତ୍ତୋଳନ କରିବାକୁ ଶିଳ୍ପସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍ ହୋଇଥିବାବେଳେ ୨୦୨୦-୨୧ରେ ତାହା ୩୧ ମିଲିୟନ ଟନ୍ ହ୍ରାସ ପାଇ ୧୧୧ ମିଲିୟନ ଟନ୍ ହୋଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୧୭.୪ ମିଲିୟନ ଟନ୍ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୧୧.୬ ମିଲିୟନ ଟନ୍ ବୃଦ୍ଧି ପାଇ ୨୯ ମିଲିୟନ ଟନ୍ରେ ପହଞ୍ଚିଛି। ଫଳସ୍ବରୂପ ରାଜ୍ୟରେ ଗତବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଜୁନ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍ ପିଛା ୧୨,୦୦୦ ଟଙ୍କାରେ ପହଞ୍ଚିଛି।
ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ଲୁହାପଥର ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଉପରେ ନିର୍ଭର କରିଥାନ୍ତି। ୨୦୨୦-୨୧ରେ ରାଜ୍ୟରେ ଉତ୍ପାଦିତ ୧୧୧ ମିଲିୟନ ଟନ୍ ଲୁହାପଥରରୁ ଓଏମ୍ସି ମାତ୍ର ୧୩ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିଥିଲା। ନିଜସ୍ବ ଲୁହାପଥର ଖଣି ଥିବା ଶିଳ୍ପ ସଂସ୍ଥା ଯଥା ଟାଟା ଷ୍ଟିଲ, ସେଲ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ, ଆରସେଲର ମିତ୍ତଲ ଓ ଜେଏସ୍ପିଏଲ ୬୫ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଦେଖାଦେଇଥିବା ଲୁହାପଥର ଅଭାବ ଓ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ହେଲେ ଓଏମ୍ସିକୁ ଲୁହାପଥର ଉତ୍ପାଦନ ବାର୍ଷିକ ୧୩ ମିଲିୟନ ଟନ୍ରୁ ବଢ଼ାଇ ୨୬ ମିଲିୟନ ଟନ୍ କରିବାକୁ ପଡିବ ବୋଲି କେତେଜଣ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଖଣି ନିଗମ ଅଧୀନରେ ଥିବା ଜିଲିଙ୍ଗ ଓ ଗୁଆଳି ଲୁହାପଥର ଖଣିରୁ ବାର୍ଷିକ ୧୧ ମିଲିୟନ ଟନ୍ ଏବଂ ଦୈତାରୀ, ଗନ୍ଧମାର୍ଦ୍ଦନ ଓ କୋଇଡା ଖଣିରୁ ବାର୍ଷିକ ୧୫ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିବା ପାଇଁ ଶିଳ୍ପ ସଂସ୍ଥାଗୁଡିକ ଓଏମ୍ସି ନିକଟରେ ଦାବି ଜଣାଇଛନ୍ତି। ଏହାସହ ନିଲାମ ପ୍ରକ୍ରିୟାରେ ନଦୀଡ଼ିହ, ତେହେରାଇ, ରେଙ୍ଗାଳବେଡ଼ା ଓ ବଳଦା ଲୁହାପଥର ଖଣି ହାତେଇଥିବା ସଂସ୍ଥା ବର୍ତ୍ତମାନ ସୁଦ୍ଧା ଲୁହାପଥର ଉତ୍ପାଦନ ଆରମ୍ଭ କରିନାହାନ୍ତି। ଏହି ଲୁହାପଥର ଖଣିଗୁଡିକୁ ଓଏମ୍ସି ଅଧୀନକୁ ନେଇ ଲୁହାପଥର ଉତ୍ପାଦନ କରିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ (କେଏନଆଇଏ)ଓ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ
ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...
ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ
ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୧୨୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍ ଟିକା
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...


