ଭୁବନେଶ୍ୱର, ୧୪।୬: ରାଜ୍ୟରେ କେବଳ ସଂକ୍ରମଣ ହାର ସହ କମୁଛି କୋଭିଡ୍ ୧୯ ନମୂନାରେ ଭାଇରାଲ ଲୋଡ୍। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷଣ ଅନୁଯାୟୀ ଇନ୍ଫେକସନର ଭାଇରାଲ ଲୋଡ୍ କମିଛି। ପୂର୍ବରୁ ସିଟି ଭ୍ୟାଲୁ ୧୪ ରୁ ୧୫ ପ୍ରତିଶତ ରହୁଥିଲା। ଏବେ ଏହା ହାରାହାରି ୨୮ ରହୁଛି।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିର ଯଦି ସିଟି ଭାଲ୍ୟୁ ୩୫ କିମ୍ବା ତା’ଠାରୁ ଅଧିକ ରହେ, ତେବେ ତାଙ୍କର କୋଭିଡ୍ ନେଗେଟିଭ୍। ଯଦି ସିଟି ଭାଲ୍ୟୁ ୩୫ରୁ କମ୍ ରହେ ତେବେ ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ଅଟନ୍ତି। ତୃତୀୟ ଲହରକୁ ନେଇ ଅଜୟ ପରିଡ଼ା କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ଼ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ। କିନ୍ତୁ ତୃତୀୟ ଲହର ଆସିବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
କୋଭିଡ୍ କଟକଣା, ଟିକାକରଣ ଓ ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରିବ ବୋଲି ସେ କହିଛନ୍ତି। ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି। ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏବେ ଭାରତର ୨୮ଟି ଲ୍ୟାବରେ ଜିନମ୍ ସିକ୍ୱେନସିଂ କରାଯାଉଛି। ଏହାଦ୍ୱାରା ଭାଇରସର ମ୍ୟୁଟାଣ୍ଟରେ କିପରି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କଣ ହେବ ସେ ବିଷୟରେ ଜାଣିପାରିବା ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.