E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ

ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ
7:53 pmJune 12, 2021June 28, 2021

ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜରକୁ ଆସିଛି। ଏକ ଅକ୍ସିଜେନ ବୋଝେଇ ଟ୍ରକ୍‌ରେ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପଞ୍ଜାବ ଲୁଧିଆନାର ଯୋଶ ପାଲ (୪୩) ଏବଂ ଲଖବିନ୍ଦର ସିଂ (୪୩) ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କୋରାପୁଟ-ଜୟପୁର ଦେଇ ଯାଉଥିବା ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍‌ (ପିବି-୧୦ ଇଏସ୍‌-୪୬୬୧)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ସଦର ପୋଲିସ ନିକଟରେ ପହଞ୍ଚତ୍ଥିଲା। ଜୟପୁର ଘାଟିରେ ଥାନା ଅଧିକାରୀ ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଚଢ଼ାଉ କରିଥିଲା। ପୋଲିସ ଟ୍ରକ୍‌ରୁ ୧୨୭୭ କେଜି ଗଞ୍ଜେଇ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ଭିଏତ୍‌ନାମ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଏହି ଅକ୍ସିଜେନ ଯୋଗାଣ ହେଉଥିଲା। ବିଶାଖାପାଟଣା ପୋର୍ଟରୁ ୧୫୦ଟି ଅକ୍ସିଜେନ ସିଲିଣ୍ଡର ବୋଝେଇ କରି ଟ୍ରକ୍‌ଟି ଦିଲ୍ଲୀ ରେଡ୍‌କ୍ରସ୍‌ ସୋସାଇଟିକୁ ଯାଉଥିଲା। ତେବେ ରାସ୍ତାରେ ଗଞ୍ଜେଇ ମାଫିଆମାନେ ଟ୍ରକ୍‌ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରି ଗଞ୍ଜେଇ ପଞ୍ଜାବ ନେଉଥିଲେ। ପୋଲିସ ଗଞ୍ଜେଇ ସହ ୨ଟି ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତଙ୍କ ନାମରେ ୧୦୪/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ View All

କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଛେଣ୍ଡିପଦା,୨୧ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...

ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ

ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...

ଆଜି କ୍ରୋମାଇଟ୍‌ ନିଲାମ

ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍‌କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...

ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...

ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ...

ପାଦରୁ ଲିଭିନି ଅଳତା ଚାଲିଗଲା ନବବଧୂଙ୍କ ଜୀବନ

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ହାତରୁ ମେହେନ୍ଦୀ ଓ ପାଦରୁ ଅଳତା ଲିଭିନି ହେଲେ ଜଳିଲା ଜୁଇ l ଏମିତି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲା ରମ୍ଭା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ
Next Post Next post:
ଲଘୁଚାପ: ୧୬ ଯାଏ ବର୍ଷିବ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts