ସାରସକଣା,୧୮।୬(ଡି.ଏନ.ଏ.)- ପ୍ରଶାସନର କାର୍ଯ୍ୟଧାରା ଏବଂ ଅପାରଗତାକୁ ପଦାରେ ପକାଇବା ଲକ୍ଷ୍ୟନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଗଁାକୁ ଯିବାକୁ ଭଲ ରାସ୍ତା ଓ ପୋଲ ନ ଥିବାରୁ ସେମାନେ କେନାଲ ପାଣିରେ ପଶି ରୋଗୀ ଭଳି ଜଣେ ଲୋକଙ୍କୁ ଖଟିଆରେ ବୋହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ମୁରୁଣିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କଦହ ଗ୍ରାମରେ ବୁଧବାର ଏହି ଘଟଣା ଦେଖିବାକୁ ମିଳିଥିଲା।
ଏହି ଗ୍ରାମକୁ ଯିବା ପାଇଁ ସାରସକଣା ପଞ୍ଚାୟତ ମହୁଲବରେଇ ଗ୍ରାମ ବାଟେ କୋଚିଲା ନାଳ ପାରି ହୋଇ ଆସିବାକୁ ପଡ଼ିଥାଏ। ସାମାନ୍ୟ ବର୍ଷା ହେଲେ ଏହି ନାଳରେ ପାଣି ବଢ଼ି ଗ୍ରାମଟି ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଥାଏ । ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ନାଳ ପାରି ହେବା ପାଇଁ ପ୍ରତିବର୍ଷ ଏକ ଅସ୍ଥାୟୀ ବାଉଁଶ ପୋଲ ତିଆରି କରିଥାନ୍ତି। ଗଁାକୁ ଭଲ ରାସ୍ତା ସହିତ ପୋଲ ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଆସିପାରେ ନାହିଁ। ଯାହାଫଳରେ ବର୍ଷାଦିନେ ନାଳରେ ପାଣି ହେଲେ ବାଧ୍ୟ ହୋଇ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ନାଳ ପାରି କରିଥାନ୍ତି। ଦୀର୍ଘଦିନ ଧରି ଗ୍ରାମକୁ ଯାତାୟାତ ପାଇଁ ବାଧକ ସାଜିଥିବା କୋଚିଲା ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ୩/୪ ଦିନ ହେଲା ଲଗାଣ ବର୍ଷାରେ ଏହି ନାଳରେ ପାଣି ଆସିବାରୁ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ବାଉଁଶ ପୋଲଟି ବୁଧବାର ସକାଳେ ଭାସି ଯାଇଥିଲା। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନାକୁ ତାତ୍ସଲ୍ୟ କରି ନାଳରେ ପାଣି ଆସିବା ପରେ ଅଭିନବ ଉପାୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଖଟିଆରେ ବୋହି ନାଳ ପାରି କରାଯାଇ ତାର ଜୀବନ ବଞ୍ଚାଇବାକୁ କିପରି ସଂଘର୍ଷ କରାଯାଇଥାଏ ସେହି ସମୟର ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଲୋକେ ବାରମ୍ବାର ପ୍ରଶାସନଠାରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନିି ବୋଲି ଗ୍ରାମର ବ୍ରହ୍ମାନନ୍ଦ ବିନ୍ଧାଣୀ, ରବି ବିନ୍ଧାଣୀ, ପୁଷ୍ପଲତା ସୋରେନ, ନରେନ୍ଦ୍ର ହଁାସଦା ପ୍ରମୁଖ କହିଛନ୍ତି।
ଗଛ ବିନା ଶ୍ରୀହୀନ ରାଜପଥ
ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍ଏଚ୍) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...
କଟକରୁ ଲମ୍ବିଛି ନକଲି ଔଷଧର ଚେର
ଝାରସୁଗୁଡା ଅଫିସ୍,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...
ଆହୁରି ୩ ଦିନ ବର୍ଷା
ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା...
ଉତ୍କଳିକାର ୱେବ୍ସାଇଟ୍ ଲୋକାର୍ପିତ
ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନା ପରିସ୍ଥିତି ପାଇଁ ବର୍ଷେ ହେବ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ...
ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା
ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ...
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
ସଙ୍କଟରେ ଇସ୍ପାତ ଶିଳ୍ପ
ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍...
ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...


