କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି ସ୍ବତନ୍ତ୍ର ଅଟେ। ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ଉଚ୍ଚତା ମଧ୍ୟରେ ଅନେକ ପ୍ରଭେଦ। ତଥାପି ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ଏହି ଉଚ୍ଚତାକୁ ନେଇ କେବେ ମନ ଦୁଃଖ ହୁଏ ନାହିଁ ସ୍ବାମୀ ଜେମ୍ସଙ୍କର। କ୍ଲୋଇ ଜେମ୍ସଙ୍କଠାରୁ ଏତେ ଉଚ୍ଚା ଯେ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ନାଁ କରିଛନ୍ତି।
ଜେମ୍ସଙ୍କ ଉଚ୍ଚତା ୩ ଫୁଟ ୭ ଇଞ୍ଚ ହୋଇଥିବା ବେଳେ କ୍ଲୋଇଙ୍କ ଉଚ୍ଚତା ୫ ଫୁଟ ୫ ଇଞ୍ଚ। ୩୩ ବର୍ଷୀୟ ଜେମ୍ସ ଜଣେ ଅଭିନେତା ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କ୍ଲୋଇ ଜଣେ ଶିକ୍ଷୟିତ୍ରୀ। ଦୁଇଜଣଙ୍କ ସାକ୍ଷାତ ପ୍ରଥମେ ୨୦୧୨ରେ ଏକ ସ୍ଥାନୀୟ ପବ୍ରେ ହୋଇଥିଲା। ସେହିଦିନଠାରୁ ଦୁହିଁଙ୍କ ସମ୍ପର୍କ ବଢ଼ିଥିଲା। ମାତ୍ର ବାହା ହେବା ପାଇଁ କହିବାକୁ ଭୟ କରୁଥିଲେ ଜେମ୍ସ। ୨୦୧୩ ଡିସେମ୍ବରରେ ଉଭୟେ ମନ ଖୋଲି କଥା ହୋଇଥିଲେ। ଜେମ୍ସ କ୍ଲୋଇଙ୍କୁ ବିବାହ ପ୍ରସ୍ତାବ ଦେବାରୁ ଏଥିରେ ହଁ ଭରିଥିଲେ କ୍ଲୋଇ। ୨୦୧୬ରେ ଦୁହେଁ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଯାହାର ବୟସ ୨ ବର୍ଷ।
କ୍ଲୋଇ କୁହନ୍ତି, ସେ ଲମ୍ବା ପୁରୁଷଙ୍କୁ ପସନ୍ଦ କରନ୍ତି। ମାତ୍ର ଯେଉଁଦିନଠାରୁ ଜେମ୍ସଙ୍କ ସହ ଦେଖା ହେଲା ସେହିଦିନଠାରୁ ତାଙ୍କ ପୂରା ଦୁନିଆ ବଦଳି ଗଲା। ଜେମ୍ସଙ୍କ ପ୍ରେମରେ ପଡ଼ିଥିଲେ କ୍ଲୋଇ। ସେଥିପାଇଁ ତ ଜେମ୍ସଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ତେବେ ଏହି ଉଚ୍ଚତା କମ୍ ବେଶିକୁ ନେଇ ଦୁହେଁ କେବେ ମନ ଊଣା କରି ନାହାନ୍ତି। ବେଶ୍ ହସଖୁସିରେ ତାଙ୍କ ସଂସାର ଚାଲିଥିବା କୁହନ୍ତି କ୍ଲୋଇ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.