ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍ ୭ରେ ଗୋସିୟାମୀ ଧମାରା ସିଟ୍ହୋଲ୍ ନାମକ ଏହି ୩୭ ବର୍ଷୀୟା ମହିଳା ଏକାସାଙ୍ଗରେ ୧୦ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିରେ ୭ଟି ପୁଅ ଏବଂ ୩ ଝିଅ ଅଛନ୍ତି। ସବୁ ସନ୍ତାନ ସୁସ୍ଥ ଅଛନ୍ତି। ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପୂର୍ବରୁ ଡାକ୍ତର ମହିଳାଙ୍କ ପେଟରେ ୬ଟି ସନ୍ତାନ ଥିବା ଆଶା କରିଥିଲେ। ସିଟ୍ହୋଲ୍ଙ୍କ ସ୍ବାମୀଙ୍କୁ ୮ଟି ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଦମ୍ପତ୍ତି ୧୦ ସନ୍ତାନ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି। ୧୦ ସନ୍ତାନ ଜନ୍ମଦେବା ସିଟ୍ହୋଲ୍ଙ୍କ ପାଇଁ ସହଜ ନ ଥିଲା। ଅବରେଶନ ସମୟରେ ଡାକ୍ତରମାନେ ସାବଧାନ ସହକାରେ ପିଲାଙ୍କୁ ଜନ୍ମ ଦେଇଥିଲେ। ସିଟ୍ହୋଲ୍ ଗର୍ଭବସ୍ଥାରେ ଥିବାବେଳେ ବହୁତ ଭୟଭୀତ ଥିଲେ। ସେ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.