ପଦ୍ମପୁର,୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତ କଣ୍ଟିଆନାଳି ଗ୍ରାମର ୧୪ ପରିବାର ୧୦ ଦିନ ଧରି ଜାମୁଝାଡ଼ି-ଧାମରା ରାସ୍ତା ବିଦେଇପୁର ଛକ ନିକଟରେ ପଲିଥିନ ତଳେ ରହୁଛନ୍ତି। ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ପାଣି ପଶି ସେମାନଙ୍କ ଘର ଭାଙ୍ଗିଯାଇଛି। ରହିବା ପାଇଁ କୌଣସି ଉପାୟ ନ ପାଇ ରାଜରାସ୍ତା ପାର୍ଶ୍ୱରେ ସେମାନେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖଣ୍ଡିଏ ଲେଖାଏ ପଲିଥିନ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ସମସ୍ତଙ୍କ ଘର ପାଣିଘେରରେ ରହିଥିବାରୁ ସେମାନେ ଫେରି ପାରୁନାହାନ୍ତି। ରାସ୍ତାରେ ଶତାଧିକ ଭାରିଯାନ ଚଳାଚଳ କରୁଥିବା ବେଳେ ୧୪ ପରିବାରର ୬୩ରୁ ଊର୍ଦ୍ଧ୍ୱ ସଦସ୍ୟ ବିପଜ୍ଜନକ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ କୌଣସି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ଏପରିକି ବନ୍ୟା ପାଣିରେ ସେମାନଙ୍କର ଖାଦ୍ୟ ଦ୍ରବ୍ୟ, ଲୁଗାପଟା, ବାସନ ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କୁ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରାଯାଉ ନ ଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ କହିଛନ୍ତି, ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଆସିବାକୁ ରାଜି ହେଉନାହାନ୍ତି। ଅପରପକ୍ଷେ ଲୋକଙ୍କ କହିବା ଅନୁଯାୟୀ ସେମାନେ ପାଣିଘେରରେ ଥିବା ନିଜ ଘର ଆଗରେ ରହିଛନ୍ତି। ଫଳରେ ସେମାନଙ୍କ ଘରେ ଥିବା ସାମଗ୍ରୀ ଚୋରି ହୋଇପାରିବ ନାହିଁ।
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
ପୁରୁଣା ଉପରେ ନୂଆ ସେତୁ
ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...
ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ
ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...
ଦେହରେ କିରୋସିନି ଢାଳି କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
ବାସୁଦେବପୁର,୨୬ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି।...
ଦ୍ୱିତୀୟ ବିବାହ କରିବେ ବିଧାୟକ ବ୍ୟୋମକେଶ
ଭଦ୍ରକ ଅଫିସ, ୨୩ା୬: ଭଦ୍ରକ ଜିଲାର ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଦ୍ୱିତୀୟ ଥର ପାଇଁ ବିବାହ କରିବେ। ଜୁଲାଇ...
ରାତିରେ ଘରେ ଶୋଇଥିଲେ, ଏପଟେ ଲାଗିଗଲା ନିଆଁ
ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ...
୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...


