ପାଲଲହଡା,୨୫ା୬(ଡି.ଏନ.ଏ.)
ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ ବଳବତ୍ତର ରହିଛି। ଏପରି କି ବିବାହ ଉତ୍ସବରେ ମଧ୍ୟ ୨୫ରୁ ଅଧିକ ଲୋକଙ୍କୁ ସାମିଲ ପାଇଁ ଅନୁମତି ନାହିଁ। ହେଲେ ପାଲଲହଡ଼ା ଉପଖଣ୍ଡ ସଦରମହକୁମାସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଭୋଟ ଗଣତି କେନ୍ଦ୍ରର ଗୋଟିଏ କୋଠରିରେ ଗୁରୁବାର ୧୫୦ରୁ ଊର୍ଦ୍ଧ୍ୱ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିନା ସାମାଜିକ ଦୂରତ୍ୱରେ ବସାଯାଇଛି। ସଚେତନତା ଉଦ୍ଦେଶ୍ୟରେ ଡକାଯାଇଥିଲେ ମଧ୍ୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକଙ୍କ ଦ୍ୱାରା ବ୍ଲକର ସମସ୍ତ ଅଙ୍ଗନଓ୍ବାଡି ଏବଂ ଆଶାକର୍ମୀଙ୍କୁ ଛତା, ମାସ୍କ ଏବଂ ସାନିଟାଇଜର ବଣ୍ଟନ ନିମନ୍ତେ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିପାଇଁ ପ୍ରଶାସନଠାରୁ ଅନୁମତି ଅଣାଯିବା ସହ ମୁଖ୍ୟଅତିଥି ଭାବେ ବିଧାୟକ ମୁକେଶ କୁମାର ପାଲଙ୍କୁ ଡକାଯାଇଥିଲା। ନିଜେ ଅଧ୍ୟକ୍ଷ, ବିଧାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲେ ବି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ କର୍ମଚାରୀଙ୍କୁ ଗୋଟିଏ କୋଠରିରେ ବସାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତ୍ୱ ରଖାଯାଇପାରିବ ସେ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଏଥିସହ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ବିଜୁ ଜନତା ଦଳ ଲେଖାଥିବା ଏବଂ ଶଙ୍ଖ ଚିହ୍ନ ଥିବା ଛତା ଓ ମାସ୍କ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣାକୁ ଭାଜପା ପକ୍ଷରୁ ନିନ୍ଦା କରାଯିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏପରି ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷ ନାୟକ ଖଣ୍ଡନ କରିଛନ୍ତି। ବିଧାୟକଙ୍କ ଫୋନ ଲାଗୁ ନ ଥିବାବେଳେ ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଯେହେତୁ କୋଭିଡ ଯୋଦ୍ଧାଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ କରାଯିବ ବୋଲି କୁହାଯାଇଥିଲା, ତେଣୁ ମାନବିକତା ଦୃଷ୍ଟିକୋଣରୁ ଅନୁମତି ଦିଆଯାଇଥିଲା। କଟକଣା ଉଲ୍ଲଂଘନ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନିଉତା ବାଣ୍ଟିଲେ ହନୁମାନ
ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
୨୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୨ ତାରିଖରୁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ...
ଜଳବନ୍ଦୀରେ ନଦୀକୂଳିଆ ଗାଁ
ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
ଅତ୍ୟାବଶ୍ୟକ ସମୟରେ ଅବହେଳା
ବଇଣ୍ଡା,୭ା୬: ଗାଁ ଗାଁରେ ପଶି ସାରିଛି କୋଭିଡ୍ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି...
ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ୍ରେ ଟିକାକରଣ ଆରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ଏହା ଦୁଇଗୁଣ...
୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ
ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...


