Categories: ଫୁରସତ

ଜାଣନ୍ତି ଏହି ସ୍ଥାନରେ ଗ୍ରୀଷ୍ମ ଦିନରେ ବି ହୋଇଥାଏ ପ୍ରବଳ ବର୍ଷା

ସମଗ୍ର ଦେଶରେ ମୌସୁମୀ ଏବଂ ପୂର୍ବ ମୌସୁମୀ ବର୍ଷା ପ୍ରତିଦିନ ହୋଇଥାଏ। ପାଣିପାଗ ବିଭାଗ ଦ୍ୱାରା ପ୍ରତିଦିନ ବର୍ଷା ସତର୍କ ସୂଚନା ଜାରି କରାଯାଉଛି। ବର୍ତ୍ତମାନ ଦେଶର ଅଧିକାଂଶ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଛି। କିନ୍ତୁ ଏହାର ଗତି ଉତ୍ତର ଅଞ୍ଚଳରେ ପହଞ୍ଚିବାରେ ମନ୍ଥର ହୋଇଯାଇଛି। ତେବେ ଉତ୍ତରପ୍ରଦେଶରେ ମଧ୍ୟ ମୌସୁମୀ ପୂର୍ବରୁ ବର୍ଷା ହେଉଛି। ନେପାଳ ଏବଂ ବିହାରରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଝାଡ଼ଖଣ୍ଡ, ବଙ୍ଗଳା ଏବଂ ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମୁମ୍ବାଇ ସମେତ ଦେଶରେ ଏପରି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ଲଗାତର ପ୍ରବଳ ବର୍ଷା ହେବାରୁ ଏହା ଜୀବନ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବର୍ଷସାରା ଅଧିକ ବର୍ଷା ହୁଏ। ଏପରିକି ଗ୍ରୀଷ୍ମ ଋତୁରେ ମଧ୍ୟ ପ୍ରବଳ ବର୍ଷା ହୋଇଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ…

ମେଘାଳୟ: ।
ଭାରତର ମେଘାଳୟରେ ଅବସ୍ଥିତ ମାସିନରାମ ହେଉଛି ଏକ ଗାଁ ଯେଉଁଠି ବିଶ୍ୱରେ ସର୍ବାଧିକ ବର୍ଷା ହୋଇଥାଏ। ମାସିସରାମ ହେଉଛି ଏକ ପାହାଡ଼ିଆ ଅଞ୍ଚଳ। ଯେଉଁଠାରେ ହିମାଳୟ ଶିଖର ବଙ୍ଗୋପସାଗରରୁ ଆସୁଥିବା ମେଘକୁ ଅବରୋଧ କରିଥାଏ ଏବଂ ବର୍ଷା ହୋଇଥାଏ। ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି ବର୍ଷା ହୋଇଥାଏ।

ସେହିପରି ଚେରାପୁଞ୍ଜିରେ ମଧ୍ୟ ପ୍ରବଳ ବର୍ଷା ହୋଇଥାଏ। ଚେରାପୁଞ୍ଜି ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଚେରାପୁଞ୍ଜି ବିଶ୍ୱରର ଦ୍ୱିତୀୟ ଆର୍ଦ୍ର ସ୍ଥାନ ଅଟେ ଏବଂ ବାର୍ଷିକ ପ୍ରାୟ ୧୧,୭୭୭ ମିଲିମିଟର ବର୍ଷା ହୁଏ। ଏପରିକି ଗ୍ରୀଷ୍ମ ଋତୁରେ ଏଠାରେ ତାପମାତ୍ରା ୨୩ ଡିଗ୍ରୀ ପର୍ଯ୍ୟନ୍ତ ଥାଏ। ମୌସୁମୀର ଆଗମନ ସହିତ ପ୍ରବଳ ବର୍ଷା ହେତୁ ପାଗ ଥଣ୍ଡା ରହିଥାଏ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.