E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ସହଜ ରାସ୍ତା ନାହିଁ
8:21 amJune 2, 2021

ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍‌ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ୧୧ ରାଜ୍ୟର ଅଣ-ଭାଜପା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି। ରାଜ୍ୟଗୁଡ଼ିକ ନିଜସ୍ବ ଖର୍ଚ୍ଚରେ ଟିକା କିଣି ଲୋକଙ୍କୁ ଦେଲେ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଦୁର୍ବଳ ହୋଇଯିବ। ପୁଣି ବିଦେଶୀ ଟିକା ନିର୍ମାଣକାରୀ ସଂସ୍ଥା ରାଜ୍ୟଗୁଡ଼ିକ ସହ ଚୁକ୍ତି କରିବାକୁ ମନା କରିଦେଉଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଭିଡ୍‌-୧୯ ଟିକା ଯୋଗାଇ ଦେଇ ସେଗୁଡ଼ିକ କିଭଳି ମାଗଣାରେ ବଣ୍ଟାଯାଇପାରିବ ସେହି ବନ୍ଦୋବସ୍ତ କରୁ ବୋଲି ବିଜୟନ କହିଛନ୍ତି। ତେବେ ଟିକାକରଣ ନେଇ କେରଳ ମୁଖ୍ୟମନ୍ତ୍ରୀ ଯେଭଳି ଅଣ-ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏହାର ଦୁଇ ମାସ ପୂର୍ବରୁ ଅର୍ଥାତ୍‌ ୨୮ ମାର୍ଚ୍ଚରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଅନୁରୂପ ଚିଠି ଲେଖି କେନ୍ଦ୍ର ବିରୋଧରେ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ। ସେହି ପତ୍ରରେ ମମତା କେନ୍ଦ୍ର ସରକାର କିଭଳି ରାଜନୈତିକ ଅଭିସନ୍ଧି ରଖି ଅଣ-ଭାଜପା ଶାସିତ ରାଜ୍ୟକୁ ନୂ୍ୟନ ଦୃଷ୍ଟିରେ ଦେଖୁଛନ୍ତି ତାହା ଉପରେ ଗୁରୁତ୍ୱ ଦେଇଥିଲେ। ନରେନ୍ଦ୍ର ମୋଦି ସରକାର ବିରୋଧୀ ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡ଼ିକୁ ଲଗାଇ ହଇରାଣହରକତ କରିବା ଏବଂ ପ୍ରତି କଥାରେ ରାଜ୍ୟର ସ୍ବାୟତ୍ତତାରେ ହସ୍ତକ୍ଷେପ କରିବା ଦ୍ୱାରା ସଂଘୀୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବା ବିଷୟ ସେ ଦର୍ଶାଇଥିଲେ। ଉଲ୍ଲେଖ କରାଯାଇପାରେ ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏଏପି ମୁଖ୍ୟ ଅରବିନ୍ଦ୍‌ କେଜ୍‌ରିଓ୍ବାଲ, ଏନ୍‌ସିପିର ଶରଦ ପାଓ୍ବାର, ବିଜେଡି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆର୍‌ଜେଡିର ତେଜସ୍ବୀ ଯାଦବ, ଶିବସେନାର ଉଦ୍ଧବ ଠାକ୍‌ରେ, ଜେଏମ୍‌ଏମ୍‌ର ହେମନ୍ତ ସୋରେନ୍‌, ଏସ୍‌ପି ନେତା ଅଖିଳେଶ ଯାଦବ, ଜମ୍ମୁ ଓ କଶ୍ମୀର ନ୍ୟଶନାଲ କନ୍‌ଫରେନ୍ସର ଓମାର ଅବଦୁଲ୍ଲାଙ୍କ ଭଳି ନେତାଙ୍କ ନିକଟକୁ ମମତା ଚିଠି ଲେଖି ସେମାନଙ୍କ ସହଯୋଗ ଚାହିଁଥିଲେ। ହେଲେ ସେହି ଦିଗରେ ଏପ୍ରିଲରେ କେହି କିଛି କଲେ ନାହିଁ। ହୁଏତ ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରି ଏହି ନେତାମାନେ ଭାବିନେଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ପରାଜୟ ଘଟିବ। ତେଣୁ ମୋଦିଙ୍କ ସହିତ କେହି ଅପଡ଼ ହେବାକୁ ଚାହିଁଲେ ନାହିଁ। ଏଭଳି ସୁବିଧାବାଦୀ ଅଣ-ଭାଜପା ନେତାମାନଙ୍କର ବିଭିନ୍ନ ଦୁର୍ବଳତାକୁ ମୋଦି ଠଉରାଇ ନେଇ ଉଚିତ ବ୍ୟବହାର କଲେ। ଯେତେବେଳେ ମମତା ବିପୁଳ ଆସନ ପାଇ ପୁନର୍ବାର କ୍ଷମତାକୁ ଆସିଲେ ସେତେବେଳେ ଅଧିକାଂଶ ଜାତୀୟ ଗଣମାଧ୍ୟମର ମୁଖା ଖୋଲିଯିବା ସହିତ ସାଧାରଣ ଭୋଟରର ମାନସିକତାକୁ ବୁଝିବା ସହଜ ହେଉଛି।
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଏବେ ରାଷ୍ଟ୍ରୀୟ ରାଜନୀତିକୁ ପ୍ରଭାବିତ କରିଛି। ମମତାଙ୍କ ଭାବମୂର୍ତ୍ତି ବର୍ତ୍ତମାନ ଜାତୀୟ ସ୍ତରରେ ବଢ଼ିଯାଇଛି। ଏହାକୁ ଲକ୍ଷ୍ୟକରି ବର୍ତ୍ତମାନ କେନ୍ଦ୍ର ବିରୋଧୀ ଶିବିରରେ ଥିବା ବିରୋଧୀ ନେତାଙ୍କ ମନରେ ଆଶା ସଞ୍ଚାର ହେଉଥିବ ଯେ, ସେମାନେ ଏକଜୁଟ ହେଲେ ଭାଜପାକୁ ହରେଇ ହେବ। ତେବେ ଏବର ସ୍ଥିତି ଦେଖିଲେ ଟିକା ସବୁଠାରୁ ଏକ ବଡ଼ ରୂପ ଧାରଣ କଲାଣି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅତି ବିଳମ୍ବରେ ଏବେ ଆମେରିକା ଯାଇ ସେଠାରୁ ଟିକା କିଣିବାର ଉଦ୍ୟମ ଆରମ୍ଭ ମାତ୍ର କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତର ଏହି ଉଦ୍ୟମ ପୂର୍ବରୁ ପୃଥିବୀର ପ୍ରାୟ ସବୁ ଦେଶ ଆମେରିକାର ଦୁଇ ମୁଖ୍ୟ ଫାର୍ମା କମ୍ପାନୀ ଯଥା-ଫାଇଜର ଓ ମଡର୍ନା ସହ ସିଧାସଳଖ କଥାବାର୍ତ୍ତା କରି ବ୍ୟବସାୟିକ ଚୁକ୍ତି ସମ୍ପନ୍ନ କରିସାରିଲେଣି। ଏଥିଯୋଗୁ ଏହି ଦୁଇ କମ୍ପାନୀର ଉତ୍ପାଦନ କ୍ଷମତା ଆସନ୍ତା କିଛିବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କିଣା ହୋଇଗଲାଣି। ବର୍ତ୍ତମାନ ଯେଉଁ ଚୁକ୍ତି କରାଯିବାର ସମ୍ଭାବନା ରହୁଛି, ତାହା ଫଳପ୍ରଦ ହେବା ସକାଶେ ଦୀର୍ଘ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଭାରତର ନିଜସ୍ବ ଟିକା କୁହାଯାଉଥିବା କୋଭାକ୍ସିନ୍‌ର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇପାରିଲେ ହୁଏତ ବିଦେଶଠାରୁ ଶୀଘ୍ର ମିଳିପାରନ୍ତା। କିନ୍ତୁ ସମସ୍ୟା ପ୍ରତ୍ୟେକ ଦିନ ଜଟିଳ ହେବାରେ ଲାଗିଛି ଓ କୌଣସି ସହଜ ରାସ୍ତା ଦେଖାଯାଉ ନାହିଁ।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ବାକ୍‌ ସ୍ବାଧୀନତା ବନାମ ମିଥ୍ୟା ଖବର

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍‌ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍‌ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍‌-୧୯...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ଏଇ ଭାରତରେ

କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...

ସେଦିନ ଓ ଆଜିର ଲେଖା

ମୀରା ବେଉରା ଗୋଟିଏ ରାଜ୍ୟରେ ଦୁଇଜଣ କବି ଥିଲେ। ପ୍ରଥମ କବିଜଣକ ପ୍ରେମ, ଆନନ୍ଦ, ବିଷାଦ, ପ୍ରକୃତି, ସୌନ୍ଦର୍ଯ୍ୟ, ସମାଜ ତଥା ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ...

ସୁଧାର ଆଧାର ସଙ୍ଗୀତ ସୁଧାକର

ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...

ପରିସଂସ୍ଥାର ପୁନରୁଦ୍ଧାର ହେଉ

ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...

ଅଫିମ ହୋଇଛି ଧର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ କାର୍ଲ ମାର୍କ୍ସ ପ୍ରଚଳିତ ଧର୍ମକୁ ଅଫିମ ବୋଲି କହିଛନ୍ତି। ସେ ଜଣେ ୟୁରୋପୀୟ ହୋଇଥିବାରୁ ଖ୍ରୀଷ୍ଟଧର୍ମକୁ ହିଁ ଆଲୋଚନାର ଭୂମି ରୂପେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଠକିଲେ ୧.୪୦ କୋଟି, ମିଳିଲା ୧୨ ଲକ୍ଷ
Next Post Next post:
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts