ମଶା ଯୋଗୁ ସମଗ୍ର ବିଶ୍ୱବାସୀ ଅସୁବିଧାରେ ପଡ଼ନ୍ତି। ମଶା ଘଉଡ଼ାଇବା ପାଇଁ ଲୋକେ ନାନା ପଦକ୍ଷେପ ଅପଣାଇଥାନ୍ତି। ମାତ୍ର ଆଜି ଏମିତି ଏକ ଦେଶ ବିଷୟରେ କହିବୁ ଯେଉଁ ଦେଶରେ ଆଦୌ ମଶା ନାହାନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ।
ଏପରି ଦେଶ ହେଉଛି ଉତ୍ତର ଆଣ୍ଟ୍ଲାଟିକ୍ ମହାସାଗରସ୍ଥିତ ଆଇସ୍ଲାଣ୍ଡ। ଏହି ଦେଶରେ ପ୍ରାୟ ୧୩୦୦ ପ୍ରକାର ଜୀବ ରହିଛନ୍ତି। ମାତ୍ର ଗୋଟିଏ ହେଲେ ମଶା ନାହାନ୍ତି। ଏହାର ପଡ଼ୋଶୀ ଦେଶ ଗ୍ରୀନ୍ଲାଣ୍ଡ୍, ସ୍କଟ୍ଲାଣ୍ଡ, ଡେନ୍ମାର୍କରେ ବହୁ ମାତ୍ରାରେ ମଶା ଦେଖା ଦେଉଥିବା ବେଳେ ଆଇସ୍ଲାଣ୍ଡରେ ଗୋଟିଏ ହେଲେ ମଶା ନାହାନ୍ତି। ଯାହାକି ଗବେଷକଙ୍କ ପାଇଁ ଆନନ୍ଦର ବିଷୟ।
ମଶା ଜନ୍ମ ପାଇଁ ଅପରିଷ୍କାର ସ୍ଥାନ ଏବଂ ଜଳାଶୟ ଉତ୍କୃଷ୍ଟ ସ୍ଥାନ। ମାତ୍ର ଆଇସ୍ଲାଣ୍ଡରେ କୌଣସି ସ୍ଥିର ଜଳ ନାହିଁ। ତେଣୁ ମଶା ହେବାର ସମ୍ଭାବନା ନାହିଁ। ଆଉ ଗୋଟିଏ କାରଣ ହେଲା ଏଠାରେ ତାପମାତ୍ରା ବହୁତ କମ୍। ଯାହାକି ୩୮ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଠାରେ ପାଣି ଖୁବ୍ଶୀଘ୍ର ବରଫ ପାଲଟିଯାଏ। ଯେଉଁ କାରଣରୁ ମଶାଙ୍କ ପ୍ରଜନନ ଅସମ୍ଭବ। ଆଉ କିଛି ବୈଜ୍ଞାନିକ କହିଛନ୍ତି, ଏଠାକାର ପାଣି, ପବନ ଏବଂ ମାଟି ମଶାଙ୍କ ପାଇଁ ଉପଯୁକ୍ତ ନୁହେଁ। ତେଣୁ ମଶା ହୁଅନ୍ତି ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.