Categories: ଖେଳ

କୌଣସି ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ ଏହି କ୍ରିକେଟର୍‌ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜ ପାଇଁ ଦଳର ଏକ ଅଂଶ ଏବଂ ଏବେ ସେ ଇଂଲଣ୍ଡରେ ଅଛନ୍ତି। ୨୦୦୭ରେ ଇଶାନ୍ତ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ଢାକାରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ଇଶାନ୍ତ ମଧ୍ୟ ଏକଦିବସୀୟ ଏବଂ ଟି୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ, କିନ୍ତୁ ଏବେ ସେ ଭାରତୀୟ ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ଏତେ ବର୍ଷ ଧରି ନିଜ କ୍ୟାରିଅର୍‌ ଉପରେ ଧ୍ୟାନ ଦେଇଥିବା ଇଶାନ୍ତ ଶର୍ମାଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ। ୨୦୧୧ରେ, ସେ ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ।
ଇଶାନ୍ତ ଶର୍ମା ଏବଂ ପ୍ରତିମା ସିଂ ପ୍ରଥମେ ୨୦୧୧ରେ ସାକ୍ଷାତ ହୋଇଥିଲେ। ଇଶାନ୍ତଙ୍କୁ ଦିଲ୍ଲୀର ଆଇଜିଏମଏ ବାସ୍କେଟବଲ ଆସୋସିଏସନ ଲିଗର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଏହି ଟୁର୍ନାମେଣ୍ଟକୁ ଇଶାନ୍ତଙ୍କ ଜଣେ ବନ୍ଧୁ ଆୟୋଜନ କରିଥିଲେ। ପ୍ରତିମା ଏବଂ ତାଙ୍କ ତିନି ଭଉଣୀ ଏଠାରେ ଉପସ୍ଥିତ ଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ଇଶାନ୍ତଙ୍କ ସ୍ତ୍ରୀ ପ୍ରତୀମା ଭାରତ ପାଇଁ ବାସ୍କେଟବଲ ଖେଳିଛନ୍ତି। ପ୍ରଥମ ସାକ୍ଷାତ ସମୟରେ ଇଶାନ୍ତ ନିଜେ ଏହା ଜାଣି ନ ଥିଲେ। ଇଶାନ୍ତ ପ୍ରଥମ ଦେଖାରେ ଏହି ପ୍ରତିମାଙ୍କୁ ପସନ୍ଦ କରିଥିଲେ। ପ୍ରତୀମା ଆହତ ଥିବାରୁ ସେ ମ୍ୟାଚ ଖେଳୁ ନ ଥିଲେ ବରଂ ସ୍କୋରର ହୋଇଥିଲେ। ପ୍ରତିମାକୁ ଦେଖି ଇଶାନ୍ତ ହଜିଯାଇଥିବା ବେଳେ ଅପରପକ୍ଷେ, ପ୍ରତଙ୍‌ିମା ବହୁତ ଇର୍ଷା ଅନୁଭବ କରୁଥିଲେ କାରଣ ଇଶାନ୍ତଙ୍କ ଆଗମନ ହେତୁ ବାସ୍କେଟବଲରେ କେହି ଆଗ୍ରହ ଦେଖାଉ ନଥିଲେ। ଏହି କାରଣରୁ ପ୍ରତିମା କ୍ରିକେଟରଙ୍କୁ ପସନ୍ଦ କରୁ ନ ଥିଲେ। ଏହା ପରେ ଇଶାନ୍ତ ପ୍ରତିମାଙ୍କୁ ଦେଖିବା ପାଇଁ ଟୁର୍ନାମେଣ୍ଟର ସମସ୍ତ ଦିନ ସେଠାକୁ ଯିବା ଆରମ୍ଭ କଲେ । ତାଙ୍କର ସାଙ୍ଗମାନେ ତାଙ୍କ ହୃଦୟକୁ ବୁଝିଲେ।ଏହା ପରେ ଧୀରେ ଧୀରେ ଇଶାନ୍ତ ପ୍ରତିମାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହେଲା। ଏକ ବର୍ଷ ପରେ ତାଙ୍କ ହୃଦୟ କଥା କହିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.