E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଏହା ହିଁ ବାସ୍ତବ ସ୍ଥିତି
8:29 amJune 6, 2021

ଆକାର ପଟେଲ

ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁ ଯୋଗୁ ଉତ୍ସବ ଶିଥିଳ ପଡିଗଲା। କିନ୍ତୁ ୭ ବର୍ଷରେ ସରକାରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ୧୫ଟି ପଏଣ୍ଟ ବିଶିଷ୍ଟ ବିକାଶ ଯାତ୍ରା ଡକ୍ୟୁମେଣ୍ଟ୍‌ ପ୍ରକାଶ କଲେ। ପ୍ରଥମ ପଏଣ୍ଟ ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’(ବ୍ୟବସାୟ ଆରମ୍ଭ କରିବା ଓ ତାହାକୁ ଚଳାଇବା ଲାଗି ସହଜ ପରିବେଶ ସୃଷ୍ଟି କରିବା)। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଭାରତ ଡୁଇଂ ବିଜ୍‌ନେସରେ ୧୪୨ରୁ ଉଠି ୬୩ ର଼୍ୟାଙ୍କ୍‌ରେ ରହିଛି। ଏହା ବାସ୍ତବରେ ପ୍ରଶଂସନୀୟ। ଏହାର ମାନେ କ’ଣ? ନିର୍ଦ୍ଦିଷ୍ଟ ଆକାରର ସୀମିତ ଫାର୍ମଗୁଡ଼ିକୁ ନେଇ ଏହି ଆକଳନ କରାଯାଇଛି। ସୂଚକାଙ୍କରେ ଭାରତ ଉପରକୁ ଉଠିବା କେଉଁ ପରିଣାମକୁ ଆଧାର କରି କରାଯାଇଛି ତାହା ବିକାଶ ଯାତ୍ରା ଡକ୍ୟୁମେଣ୍ଟ୍‌ ସୂଚିତ କରିନାହିଁ। ଅଧିକ ନିବେଶ ଯୋଗୁ ବ୍ୟବସାୟରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। କିନ୍ତୁ ମୋଦିଙ୍କ ପୂର୍ବରୁ ଭାରତର ନିବେଶ ମୋଟ ଘରୋଇ ଉପତ୍ାଦନ(ଜିଡିପି)ର ୩୮% ଥିବାବେଳେ ଏବେ ତାହା ୨୮%ରେ ରହିଛି। ଦ୍ୱିତୀୟ ପଏଣ୍ଟ ହେଉଛି ‘ଇଜ୍‌ ଅଫ୍‌ ଲିଭିଂ’ ବା ‘ସୁଗମ ଜୀବନ’। ଏହା ବିଶ୍ୱ ଆକଳନ କରୁଥିତ୍ବା ଏକ ସୂଚକାଙ୍କ ନୁହେଁ। ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେଉଁଥିପାଇଁ ଏହାକୁ ବାଦ୍‌ଦେବାକୁ ହେବ। ତୃତୀୟ ପଏଣ୍ଟରେ ‘ଦୁର୍ନୀତି ବା ଭ୍ରଷ୍ଟାଚାର ହଟାଇବା’କୁ ଗୁରୁତ୍ୱ ଦେଇଛି। କୁହାଯାଇଛି ଯେ, ଦୁର୍ନୀତି ବିରୋଧରେ ଚାଲିଥିତ୍ବା ଐତିହାସିକ ଲଢ଼େଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ନେଇଛନ୍ତି ଓ ସଚ୍ଚୋଟତାକୁ ସମ୍ମାନ ଦିଆଯାଉଛି, ସ୍ବଚ୍ଛତା ଏକ ନୀତି ହୋଇଯାଇଛି। କିନ୍ତୁ ଟ୍ରାନ୍ସପରେନ୍ସି ଇଣ୍ଟର୍‌ନ୍ୟାଶ୍‌ନାଲର ଗ୍ଲୋବାଲ କରପ୍‌ସନ ପର୍‌ସେପ୍‌ଶନ ଇଣ୍ଡେକ୍ସରେ ଭାରତ ୨୦୧୫ରେ ୭୬ ର଼୍ୟାଙ୍କରୁ ଖସି ଚଳିତ ବର୍ଷ ୮୬ରେ ରହିଛି। ଚତୁର୍ଥରେ ରହିଛି ‘ଯୁବ ସୁଯୋଗଗୁଡ଼ିକର ସଶକ୍ତୀକରଣ’ । କୁହାଯାଇଛି ଯେ, ଗତ ୭ ବର୍ଷରେ ମୋଦି ସରକାର ଭାରତର ଯୁବଗୋଷ୍ଠୀଙ୍କ ପାଇଁ ସବୁକ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ସହ ମାର୍ଗଦର୍ଶନ କରିଛନ୍ତି। ନିକଟରେ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ ପ୍ରକାଶ କରିଛି ଯେ, ଭାରତର ସହରାଞ୍ଚଳରେ ଯୁବ ବେରୋଜଗାରି ହାର ୨୩%। ଅର୍ଥାତ୍‌ ୪ ଜଣରେ ଜଣେ ଯୁବକ କାମ ଖୋଜୁଛି ଏବଂ ପାଇପାରୁ ନାହିଁ। ଭାରତରେ ଏମିତି କେବେ ହୋଇ ନ ଥିଲା ଓ ଏହି ହାର ସବୁଠୁ ବେଶି। ପଞ୍ଚମ ପଏଣ୍ଟ ହେଉଛି ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’। ଏବେ ଆମ ଚାରିପାଖରେ କ’ଣ ସବୁ ଘଟୁଛି ତାହା ଦେଖିବା। ବିଭିନ୍ନ ଉପାୟରେ ଭାରତ ସରକାର ବିଶ୍ୱରେ ଭିନ୍ନ। ପ୍ରଥମ କାରଣ ହେଉଛି, ଏହାର ଟିକାର ମୂଲ୍ୟ ବିଶ୍ୱରେ ସବୁଠୁ ଅଧିକ। ଦ୍ୱିତୀୟରେ ୩ ଟିକା କ୍ରେତା ରହିଛନ୍ତି- କେନ୍ଦ୍ର, ରାଜ୍ୟ ଏବଂ ଘରୋଇ କମ୍ପାନୀ। ତୃତୀୟରେ ବିଶ୍ୱକୁ ଟିକା ଯୋଗାଇବାରେ ଭାରତ ତା’ କଥା ରଖିତ୍ପାରିନାହିଁ। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ବିଚାର କଲେ କିଛିଦିନ ତଳେ ଗୋଟିଏ ଅକ୍ସିଜେନ ସିଲିଣ୍ଡରକୁ ଦିଲ୍ଲୀରେ ୬୦,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ଅକ୍ସିଜେନ ଓ ଅତ୍ୟାବଶ୍ୟକ ଓ୍ୟଷଧ ପାଇବା ପାଇଁ ସେଠାରେ ହେଲ୍‌ପଲାଇନ ନ ଥିଲା କି ଏବେ ବି ନାହିଁ।
ବିକାଶ ଯାତ୍ରାର ଷଷ୍ଠ ପଏଣ୍ଟ ‘ଅଭିବୃଦ୍ଧି ପାଇଁ ଭିତ୍ତିଭୂମି’କୁ ସୂଚିତ କରିଛି। ସରକାରଙ୍କ ନିଜସ୍ବ ତଥ୍ୟ ଅନୁଯାୟୀ ୨୦୧୮ରୁ ଭାରତର ଜିଡିପି ଅଭିବୃଦ୍ଧି ତଳକୁ ଖସି ଚାଲିଛି। ଏହା ୮%ରୁ କ୍ରମାଗତ ଭାବେ ଖସି ଆସି ମହାମାରୀ ପୂର୍ବରୁ ୩%ରେ ରହିଥିଲା। ଗତବର୍ଷ ଅର୍ଥବ୍ୟବସ୍ଥା ଐତିହାସିକ ଭାବେ ତଳକୁ ଖସିଥିଲା। ସପ୍ତମ ପଏଣ୍ଟ ‘ମଧ୍ୟମ ବର୍ଗଙ୍କ ପରିବର୍ତ୍ତନୀୟତା’ ଉପରେ ବ୍ୟାଖ୍ୟା କରିଛି। ଏମାନଙ୍କ ପାଇଁ ମୋଦି ସରକାର ଯାହା କରିଛନ୍ତି ତାହା ଅନ୍ୟ କୌଣସି ସରକାର କରିନାହାନ୍ତି ବୋଲି କୁହାଯାଇଛି। ଗତ ମାସରେ ଅଜିମ୍‌ ପ୍ରେମ୍‌ଜୀ ୟୁନିଭର୍ସିଟି ରିପୋର୍ଟରେ ଦର୍ଶାଇଛି ଯେ, ମହାମାରୀ ସମୟରେ ୨୭ କୋଟି ଭାରତୀୟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଏଥିରୁ ବୁଝାପଡ଼ୁଛି, ସରକାରଙ୍କ ଦାରିଦ୍ର୍ୟ ସୀମା ଅନୁଯାୟୀ ସେମାନେ ପୂର୍ବରୁ ଦରିଦ୍ର ନ ଥିତ୍ଲେ, ଏବେ ଦରିଦ୍ର ହୋଇଯାଇଛନ୍ତି। ଆଠ ନମ୍ବର ପଏଣ୍ଟରେ ‘ନୂଆ ଭାରତ ପାଇଁ ନାରୀ ଶକ୍ତି’ ବିଷୟ ଉଲ୍ଲେଖ କରାଯାଇଛି। ଭାରତର ଶ୍ରମ ଶକ୍ତିରେ ନାରୀମାନଙ୍କ ଭାଗୀଦାରି ଏବେ ପାଖାପାଖି ୧୦% ରହିଛି। ଏହା ଇତିହାସରେ ସବୁଠୁ କମ୍‌। ବିଶ୍ୱରେ ନାରୀମାନଙ୍କ ପାଇଁ ଭାରତ ସବୁଠୁ ବିପଜ୍ଜନକ ସ୍ଥାନ ବୋଲି ୨୦୧୮ରେ ଥୋମାସ ର୍ୟୁଟର୍ସର ଅନୁଧ୍ୟାନରୁ ଜଣାପଡ଼ିଥିଲା। ୨୦୨୦ରେ ଜର୍ଜଟାଉନ ଇନ୍‌ଷ୍ଟିଚ୍ୟୁଟର ଓମେନ୍‌ ପିସ୍‌ ଏବଂ ସିକ୍ୟୁରିଟି ଇଣ୍ଡେକ୍ସରେ ଭାରତର ର଼୍ୟାଙ୍କ୍‌ ଥିଲା ୧୩୩। ୨୦୧୭ରୁ ଏହା ମାତ୍ର ଦୁଇଟି ସ୍ଥାନ ତଳକୁ ଖସିଛି। ନବମ ପଏଣ୍ଟ କହେ ‘ସମୃଦ୍ଧ ଭାରତ ପାଇଁ ସମୃଦ୍ଧ କୃଷକ’ର କଥା। ମୋଦି ସରକାରଙ୍କ ପାଇଁ କୃଷକ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ବୋଲି ଏହା ପ୍ରକାଶ କରିଛି। ଦିଲ୍ଲୀ ବାହାରେ କୃଷକମାନେ ଏବେ ବି ଆନ୍ଦୋଳନ କରୁଛନ୍ତି ଓ ସେମାନଙ୍କୁ ଆତଙ୍କବାଦୀ, ଖଲିସ୍ତାନୀ ଏବଂ ଦେଶଦ୍ରୋହୀ ବୋଲି ଉପହାସ କରାଯାଉଛି। ଦଶମ ପଏଣ୍ଟରେ ‘ପୁଟିଙ୍ଗ ଇଣ୍ଡିଆ ଫାଷ୍ଟ’ରେ ଜାତୀୟ ସୁରକ୍ଷାକୁ ଜୋର୍‌ ଦିଆଯାଇଛି। କିନ୍ତୁ ଦେପ୍‌ସଙ୍ଗରେ ଆମ ପାଟ୍ରୋଲିଂର ସ୍ଥିତି ବିଷୟରେ ଏଯାବତ୍‌ ସରକାର ଆମକୁ କିଛି କହିନାହାନ୍ତି।
ବିକାଶ ଯାତ୍ରା ଡକ୍ୟୁମେଣ୍ଟର ଏକାଦଶ, ଦ୍ୱାଦଶ, ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ନମ୍ବରରେ ଯଥାକ୍ରମେ ‘ପୂର୍ବୋତ୍ତର ଉପରେ ପୁନଶ୍ଚ ଧ୍ୟାନ କେନ୍ଦ୍ରିତ କରିବା’, ‘ସାମାଜିକ ସଶକ୍ତୀକରଣ’, ‘ଗରିବଙ୍କ ବିକାଶର କଥା’ ଏବଂ ‘ପରିବର୍ତ୍ତନକାରୀ ଅର୍ଥନୈତିକ ଅଭିବୃଦ୍ଧି’ ସମ୍ପର୍କରେ କୁହାଯାଇଛି। ଏଗୁଡ଼ିକ ସାଧାରଣ କଥା। ଶେଷ ପଏଣ୍ଟଟି ହେଉଛି ‘ଭାରତ କରୋନା ବିରୋଧରେ ଲଢୁଛି’। ଏହି ବିଷୟ ଉପରେ ବିଶ୍ୱ କ’ଣ ଚିନ୍ତା କରୁଛି ତାହା ଦେଖିବା ଦରକାର। ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମ୍‌ ଦର୍ଶାଇ ବି ଅଦତ୍କ ସଂକ୍ରମଣ ସଂଖ୍ୟା ତାଲିକାର ଦ୍ୱିତୀୟରେ ରହିଛିଏବଂ ତୃତୀୟ ସର୍ବାଧିକ ମୃତ୍ୟୁ ଘଟୁଛି। ଆକଳନରୁ ଜଣାପଡ଼ିଛି ଯେ, ବାସ୍ତବରେ ଭାରତ ଉଭୟରେ ଶୀର୍ଷରେ ରହିଛି ଏବଂ ଦ୍ୱିତୀୟ ଲହରରେ ମୃତ୍ୟୁ କେବଳ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ମୋଦି ସରକାରଙ୍କ ୮ମ ବର୍ଷରେ ଆମେ ପ୍ରବେଶ କରିଥିତ୍ବାବେଳେ ଆମ ଦେଶ ତଥା ଭାରତ ସରକାରଙ୍କର ଏହା ହିଁ ବାସ୍ତବ ସ୍ଥିତି।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ପ୍ରତିବାଦର ସ୍ବର

ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ଫୁଲ ଚୋରି

ରୁଦ୍ର ପ୍ରସନ୍ନ ରଥ   ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...

ଏଇ ଭାରତରେ

ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କେତେକ ଦୁଃଖ ସମୟରୁ ନିଜକୁ ବାହାରକୁ ଆଣି କିଛି ଭିନ୍ନ କାର୍ଯ୍ୟ କରି...

ଅସହାୟ ଜି ୭

ବ୍ରିଟେନ୍‌ କର୍ନଓ୍ବାଲ୍‌ର କାର୍ବିସ୍‌ ବେ’ଠାରେ ୧୧ରୁ ୧୩ ଜୁନ୍‌ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ସୂଚନା ମହାମାରୀ

ଈପ୍ସିତା ମହାନ୍ତି   ଭାରତ ସମେତ ସମଗ୍ର ବିଶ୍ୱ ଆଜି କୋଭିଡ୍‌-୧୯ ସହିତ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହୋଇଛି, ଯାହାକୁ ‘ଇନ୍‌ଫୋଡେମିକ୍‌’ ବା ‘ସୂଚନା...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ
Next Post Next post:
ବନ୍ୟାରେ ଭାସିଗଲା କାର୍‌, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts