E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ
4:39 pmJune 13, 2021

ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି ଥିଲେ ବେଶ୍‌ ଅଜବ। କାରଣ ତାଙ୍କର ସାଧାରଣ ମଣିଷ ଭଳି ଦୁଇଟି ଗୋଡ଼ ନୁହେଁ ବରଂ ଥିଲା ତିନିଟି ଗୋଡ଼। ଆଉ ସେହି ବ୍ୟକ୍ତି ଜଣକ ନିଜ ତିନି ଗୋଡ଼ ସହ ୭୭ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନଧାରଣ କରିଥିଲେ। ତାଙ୍କ ନାମ ଥିଲା ଫ୍ରାନ୍ସେସ୍କୋ ଲେଣ୍ଟିନି। ୧୮୮୯ରେ ଇଟାଲିର ସିସିଲି ଦ୍ୱୀପରେ ତାଙ୍କର ଜନ୍ମ। ୧୨ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ପଞ୍ଚମ ସନ୍ତାନ। ଛୋଟବେଳୁ ତାଙ୍କୁ ତାଙ୍କ ବାପାମା’ ଦାଦା ଖୁଡୀଙ୍କ ପାଖରେ ଛାଡି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଲେଣ୍ଟିନିଙ୍କର କେବଳ ତିନୋଟି ଗୋଡ଼ ନ ଥିଲା, ତା’ସହ ୪ଟି ପାଦ ଓ ଦୁଇଟି ଗୁପ୍ତାଙ୍ଗ ଥିଲା। ଚତୁର୍ଥ ପାଦଟି ତୃତୀୟ ଗୋଡ଼ର ଆଣ୍ଠୁ ପାଖରେ ଥିଲା, ଯାହା କି ପୂରା ବିକଶିତ ହୋଇ ନ ଥିଲା। କୁହାଯାଏ ସେ ତାଙ୍କ ଯମଜ ଭାଇ/ଭଉଣୀ ସହ ଯୋଡ଼ି ହୋଇଥିଲେ। ସେହି ଅଧା ପିଲାଟି ଲେଣ୍ଟିନିଙ୍କ ମେରୁଦଣ୍ଡ ହାଡ଼ ସହ ଯୋଡ଼ି ହୋଇଥିଲା। ସେ ଏସବୁ ଅନାବଶ୍ୟକ ଅଙ୍ଗକୁ ବାହାର କରିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଡାକ୍ତର କହିଥିଲେ ଏସବୁକୁ ହଟାଇଲେ ଜୀବନ ପ୍ରତି ବିପଦ ଅଛି। କାରଣ ତାଙ୍କ ତୃତୀୟ ଗୋଡ଼ ମେରୁଦଣ୍ଡ ହାଡ଼ ନିକଟରେ ଥିଲା। ତେବେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ତାଙ୍କର ଦେଖା ଓ୍ବିନସେଞ୍ଜୋ ମୈଗନୈନୋଙ୍କ ସହ ହୋଇଥିଲା, ଯେ କି ସର୍କସ ମାଲିକ ଥିଲେ। ସେ ଲେଣ୍ଟିନିଙ୍କୁ ସର୍କସରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଆଉ ଲେଣ୍ଟିନି ରାଜି ହୋଇଯାଇଥିଲେ। ତାପରେ ସର୍କସ୍‌ରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଲେଣ୍ଟିନି ପାଲଟି ଯାଇଥିଲେ। ସେ ନିଜର ତୃତୀୟ ଗୋଡରେ ଫୁଟ୍‌ବଲ୍‌କୁ କିକ୍‌ ମାରିପାରୁଥିଲେ, ଯାହାକି ଲୋକଙ୍କୁ ବେଶ୍‌ ଭଲ ଲାଗୁଥିଲା। ଲେଣ୍ଟିନି ନିଜର ତୃତୀୟ ଗୋଡକୁ ଷ୍ଟୁଲଭାବେ ମଧ୍ୟ ରଖି ବସିପାରୁଥିଲେ। ଇଟାଲିଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସେ ସର୍କସ୍‌ର ଅନେକ ଶୋ’ କରିଥିଲେ। ତାଙ୍କ ଶୋ’ର ନାମ ଥିଲା ‘ଥ୍ରୀ ଲେଗ୍ଡ ଫୁଟବଲ୍‌ ପ୍ଲେୟର’। ସେ ନିଜ ତିନି ଗୋଡ଼ ପାଇଁ ସେସବୁବେଳେ ଦୁଇ ଯୋଡ଼ା ଜୋତା କିଣୁଥିଲେ। ସେଥିରୁ ତିନିଟି ନିଜେ ବ୍ୟବହାର କରିବାବେଳେ ବଳକା ଗୋଟେ ଜୋତା ନିଜର ଏକ ଗୋଡ଼ଥିବା ସାଙ୍ଗକୁ ଦେଉଥିଲେ। ଲେଣ୍ଟିନି ବିବାହ ବି କରିଥିଲେ। ଆଉ ତାଙ୍କର ୪ଟ ି ସନ୍ତାନ ଥିଲେ। ତେବେ ପରେ ପ୍ରଥମ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହାପରେ ସେ ହେଲେନ୍‌ ଶୁପେ ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ, ଯେ କି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହ ଥିଲେ। ୧୯୬୬ ସେପ୍ଟେମ୍ବର ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା।


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ଭିନ୍ନ ଏକ ରଜପର୍ବ

ଗ୍ରୀଷ୍ମ ଋତୁ ବିଦାୟ ନେବା ପରେ ପରେ ବର୍ଷାର ଆଗମନ ହୁଏ।ଯେମିତି କି ରଜ ଆସିଲେ ପ୍ରକୃତିର ରୂପ ବଦଳେ । ଏମିତିରେ ଗାଁରୁ ସହର...

୫ ଦେଶକୁ ଛୁଇଁନି କରୋନା

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ...

ବିଶାଳ ସମୁଦ୍ର ଉପରେ ଗାଁ: ୧୩୦୦ ବର୍ଷରୁ ସେଭଳି ଅଛି; ଉତ୍ପତି ଇତିହାସ କିଛି…

ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ...

ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍‌ ଫାଇଟର

ମିକ୍ସଡ୍‌ ମାର୍ସାଲ ଆଟର୍‌ସ(ଏମ୍‌ଏମ୍‌ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍‌ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ...

କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...

୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…

ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଛି।...

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଇନ୍‌ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍‌ବୁକ ଦେଲା ପୁରସ୍କାର

ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍‌ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବେବି ବମ୍ପ୍‌ରେ ନଜର ଆସିଲେ ନୁସରତ
Next Post Next post:
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍‌ ଟିକା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts