ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି ଥିଲେ ବେଶ୍ ଅଜବ। କାରଣ ତାଙ୍କର ସାଧାରଣ ମଣିଷ ଭଳି ଦୁଇଟି ଗୋଡ଼ ନୁହେଁ ବରଂ ଥିଲା ତିନିଟି ଗୋଡ଼। ଆଉ ସେହି ବ୍ୟକ୍ତି ଜଣକ ନିଜ ତିନି ଗୋଡ଼ ସହ ୭୭ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନଧାରଣ କରିଥିଲେ। ତାଙ୍କ ନାମ ଥିଲା ଫ୍ରାନ୍ସେସ୍କୋ ଲେଣ୍ଟିନି। ୧୮୮୯ରେ ଇଟାଲିର ସିସିଲି ଦ୍ୱୀପରେ ତାଙ୍କର ଜନ୍ମ। ୧୨ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ପଞ୍ଚମ ସନ୍ତାନ। ଛୋଟବେଳୁ ତାଙ୍କୁ ତାଙ୍କ ବାପାମା’ ଦାଦା ଖୁଡୀଙ୍କ ପାଖରେ ଛାଡି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଲେଣ୍ଟିନିଙ୍କର କେବଳ ତିନୋଟି ଗୋଡ଼ ନ ଥିଲା, ତା’ସହ ୪ଟି ପାଦ ଓ ଦୁଇଟି ଗୁପ୍ତାଙ୍ଗ ଥିଲା। ଚତୁର୍ଥ ପାଦଟି ତୃତୀୟ ଗୋଡ଼ର ଆଣ୍ଠୁ ପାଖରେ ଥିଲା, ଯାହା କି ପୂରା ବିକଶିତ ହୋଇ ନ ଥିଲା। କୁହାଯାଏ ସେ ତାଙ୍କ ଯମଜ ଭାଇ/ଭଉଣୀ ସହ ଯୋଡ଼ି ହୋଇଥିଲେ। ସେହି ଅଧା ପିଲାଟି ଲେଣ୍ଟିନିଙ୍କ ମେରୁଦଣ୍ଡ ହାଡ଼ ସହ ଯୋଡ଼ି ହୋଇଥିଲା। ସେ ଏସବୁ ଅନାବଶ୍ୟକ ଅଙ୍ଗକୁ ବାହାର କରିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଡାକ୍ତର କହିଥିଲେ ଏସବୁକୁ ହଟାଇଲେ ଜୀବନ ପ୍ରତି ବିପଦ ଅଛି। କାରଣ ତାଙ୍କ ତୃତୀୟ ଗୋଡ଼ ମେରୁଦଣ୍ଡ ହାଡ଼ ନିକଟରେ ଥିଲା। ତେବେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ତାଙ୍କର ଦେଖା ଓ୍ବିନସେଞ୍ଜୋ ମୈଗନୈନୋଙ୍କ ସହ ହୋଇଥିଲା, ଯେ କି ସର୍କସ ମାଲିକ ଥିଲେ। ସେ ଲେଣ୍ଟିନିଙ୍କୁ ସର୍କସରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଆଉ ଲେଣ୍ଟିନି ରାଜି ହୋଇଯାଇଥିଲେ। ତାପରେ ସର୍କସ୍ରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଲେଣ୍ଟିନି ପାଲଟି ଯାଇଥିଲେ। ସେ ନିଜର ତୃତୀୟ ଗୋଡରେ ଫୁଟ୍ବଲ୍କୁ କିକ୍ ମାରିପାରୁଥିଲେ, ଯାହାକି ଲୋକଙ୍କୁ ବେଶ୍ ଭଲ ଲାଗୁଥିଲା। ଲେଣ୍ଟିନି ନିଜର ତୃତୀୟ ଗୋଡକୁ ଷ୍ଟୁଲଭାବେ ମଧ୍ୟ ରଖି ବସିପାରୁଥିଲେ। ଇଟାଲିଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସେ ସର୍କସ୍ର ଅନେକ ଶୋ’ କରିଥିଲେ। ତାଙ୍କ ଶୋ’ର ନାମ ଥିଲା ‘ଥ୍ରୀ ଲେଗ୍ଡ ଫୁଟବଲ୍ ପ୍ଲେୟର’। ସେ ନିଜ ତିନି ଗୋଡ଼ ପାଇଁ ସେସବୁବେଳେ ଦୁଇ ଯୋଡ଼ା ଜୋତା କିଣୁଥିଲେ। ସେଥିରୁ ତିନିଟି ନିଜେ ବ୍ୟବହାର କରିବାବେଳେ ବଳକା ଗୋଟେ ଜୋତା ନିଜର ଏକ ଗୋଡ଼ଥିବା ସାଙ୍ଗକୁ ଦେଉଥିଲେ। ଲେଣ୍ଟିନି ବିବାହ ବି କରିଥିଲେ। ଆଉ ତାଙ୍କର ୪ଟ ି ସନ୍ତାନ ଥିଲେ। ତେବେ ପରେ ପ୍ରଥମ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହାପରେ ସେ ହେଲେନ୍ ଶୁପେ ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ, ଯେ କି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହ ଥିଲେ। ୧୯୬୬ ସେପ୍ଟେମ୍ବର ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.