ପୁରୀ ଅଫିସ, ୧୨ା୬: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ପଡୁଛି। ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆୟୋଜନ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଏସ୍ପି କନଓ୍ବର ବିଶାଲ ସିଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ଦେବସ୍ନାନ ମଣ୍ଡପ ପରିସର ବୁଲି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୋଲିସ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। କୋଭିଡ୍ କଟକଣା ଥିବାରୁ ଦେବସ୍ନାନ ପୂର୍ଣ୍ଣମାରେ ପୁରୀ ସହରରେ ୧୪୪ ଧାରା ସହ କର୍ଫ୍ୟୁ ଜାରି କରାଯିବାର ସମ୍ଭାବନା ରହିଛି। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ନିକଟକୁ ଭକ୍ତମାନେ ଯେପରି ନ ଆସିପାରିବେ ସେଥିଲାଗି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ସାହିଗୁଡ଼ିିକୁ ବ୍ୟାରିକେଡିଂ କରାଯିବ। ତେବେ ଜରୁରିକାଳୀନ ସେବା ସକାଶେ ଲୋକଙ୍କୁ ଛଡ଼ାଯିବ। ଯେପରି ଜନସାଧାରଣଙ୍କ ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡକୁ ୮ରୁ ୯ଟି ଜୋନ୍ରେ ବିଭକ୍ତ କରାଯିବ। ପୁରୀ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକୁ ସିଲ କରାଯିବ। ତେବେ ନୂତନ ଏସ୍ଓପି ଜାରି ହେବା ପରେ ଏ ସଂକ୍ରାନ୍ତରେ ପୋଲିସ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏସ୍ପି କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ପୁରୀ View All
ବିନା ଭକ୍ତରେ ହୋଇପାରେ ସ୍ନାନଯାତ୍ରା
ପୁରୀ ଅଫିସ, ୧ା୬: କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷର ସ୍ନାନଯାତ୍ରା ହୋଇପାରେ। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...
ଦଶମ-ଏକାଦଶ ମାର୍କ ଆଧାରରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ…
ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...
୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪...
ଫାଇଜର-ମର୍ଡେନା ଭାକ୍ସିନ୍କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …
ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍...
ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍ ଡୋଜ୍…
ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...
ସଂକ୍ରମଣ ମାତ୍ରା କମାଏ ଭିଟାମିନ୍ ଡି
ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍...


