ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ ନେଲାଣି। କାଳବୈଶାଖୀ, ଝଡ଼ବର୍ଷା ସମୟରେ ଆବଶ୍ୟକ ସଚେତନ ଅଭାବ ଯୋଗୁ ଏଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ପୋଲିସ, ରାଜସ୍ବ ଏବଂ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ତେଣୁ ମୃତକଙ୍କ ପରିବାରକୁ ଠିକ୍ ସମୟରେ କ୍ଷତିପୂରଣ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକରେ ୨୦୧୯-୧୮ରେ ୬, ୨୦୧୯-୨୦ରେ ୩ଜଣ ବଜ୍ରପାତର ଶିକାର ହୋଇଛନ୍ତି। ଏହିକ୍ରମରେ ଭୁବନ ବ୍ଲକରେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୪, ୨୦୨୦-୨୧ରେ ୩, କଙ୍କଡ଼ାହାଡ଼ ବ୍ଲକରେ ୨୦୧୮-୧୯ରେ ୪, ୨୦୧୯-୨୦ରେ ୨, ୨୦୨୦-୨୧ରେ ୨, ହିନ୍ଦୋଳ ବ୍ଲକରେ ୨୦୧୮-୧୯ରେ ୨, ପରଜଙ୍ଗ ବ୍ଲକରେ ୨୦୧୮-୧୯ରେ ୨, ୨୦୧୯-୨୦ରେ ୧, ୨୦୨୦-୨୧ରେ ୫, ଓଡ଼ାପଡ଼ା ବ୍ଲକରେ ୨୦୧୯-୨୦ରେ ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ସଦର ବ୍ଲକରେ ୨୦୧୯-୨୦ରେ ୩, ୨୦୨୦-୨୧ରେ ୨ ଏବଂ ଗଁଦିଆ ବ୍ଲକରେ ୨୦୧୯-୨୦ରେ ୪, ୨୦୨୦-୨୧ରେ ଜଣେ ବ୍ୟକ୍ତି ବଜ୍ରପାତ ଶିକାର ହୋଇଥିବା ଜଣାପଡ଼ିଛି। ସମଗ୍ର ଜିଲାରେ ୨୦୧୮-୧୯ରେ ୧୭, ୨୦୧୯-୨୦ରେ ୧୮ ଏବଂ ୨୦୨୦-୨୧ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଲାଣି।
ବଜ୍ରପାତଜନିତ ମୃତ୍ୟୁ ବଢ଼ିବାର ପ୍ରମୁଖ କାରଣ ସଚେତନତା ଅଭାବ ବୋଲି କୁହାଯାଉଛି। ମୁଖ୍ୟତଃ କାଳବୈଶାଖୀ ଏବଂ ଅଦିନିଆ ଝଡ଼ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ଗୋରୁ ଚରାଳି, ତୋଟାରେ ଆମ୍ବ ଗୋଟାଉଥିବାବେଳେ ଅଧିକ ଜୀବନ ଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଜିଲାରେ ଆଗୁଆ ପାଣିପାଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ନାହିଁ। ଗ୍ରାମାଞ୍ଚଳବାସୀ କାଳବୈଶାଖୀ, ଝଡ଼ବର୍ଷା, ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇପାରୁ ନ ଥିବାରୁ ଏଭଳି ଦୁର୍ବିପାକ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜ୍ରପାତ ମୃତ୍ୟୁକୁ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ତାଲିକାଭୁକ୍ତ କରାଯାଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେହିପରି ସାମାନ୍ୟ ଆହତଙ୍କ ଲାଗି ୪ ହଜାର ଟଙ୍କା ଏବଂ ଗୁରୁତରଙ୍କ ଚିକିତ୍ସା ଲାଗି ୧୨ ହଜାର ଟଙ୍କା ଯାଏ ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଥାନା, ଫାଣ୍ଡିରୁ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସ୍ଥାନୀୟ ଆର୍ଆଇଙ୍କ ତଦନ୍ତ ରିପୋର୍ଟ ଦାଖଲ ପରେ ଏହି ସହାୟତା ମିଳିଥାଏ। ହେଲେ ଅଧିକାଂଶ ସମୟରେ ସମନ୍ବୟ ଅଭାବରୁ ରିପୋର୍ଟ ଦାଖଲରେ ବିଳମ୍ବ କାରଣରୁ ମୃତକଙ୍କ ପରିବାର ସହାୟତା ରାଶି ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତ ୩ ବର୍ଷରେ ଜିଲାରେ ବଜ୍ରପାତ ଘଟି ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ୨୦୨୦-୨୧ ବର୍ଷର କେତେଜଣ ମୃତକଙ୍କ ପରିବାର ସହାୟତା ପାଇପାରିନାହାନ୍ତି। ଖୁବ୍ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
୧୮ରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଆରମ୍ଭ ହେଲା ସ୍ଲଟ୍ ବୁକିଂ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ। ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ସେମାନଙ୍କ ପ୍ରଥମ...
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
କଟକରୁ ଲମ୍ବିଛି ନକଲି ଔଷଧର ଚେର
ଝାରସୁଗୁଡା ଅଫିସ୍,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...
ଖୋଲା ରହିବ କୃଷି ଉପକରଣ ଦୋକାନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍ଡାଉନ ଏବଂ ଶଟ୍ଡାଉନ ସମୟରେ ବିହନ, ସାର,...
ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର’
ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍ ଟିକାକରଣ କେନ୍ଦ୍ର (ଏନ୍ଏଚ୍ସିଭିସି) କରିବାକୁ କେନ୍ଦ୍ର...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...


