ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ ନେଲାଣି। କାଳବୈଶାଖୀ, ଝଡ଼ବର୍ଷା ସମୟରେ ଆବଶ୍ୟକ ସଚେତନ ଅଭାବ ଯୋଗୁ ଏଭଳି ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ପୋଲିସ, ରାଜସ୍ବ ଏବଂ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଛି। ତେଣୁ ମୃତକଙ୍କ ପରିବାରକୁ ଠିକ୍ ସମୟରେ କ୍ଷତିପୂରଣ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲା ଜରୁରୀ ଓ ଆପାତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକରେ ୨୦୧୯-୧୮ରେ ୬, ୨୦୧୯-୨୦ରେ ୩ଜଣ ବଜ୍ରପାତର ଶିକାର ହୋଇଛନ୍ତି। ଏହିକ୍ରମରେ ଭୁବନ ବ୍ଲକରେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୪, ୨୦୨୦-୨୧ରେ ୩, କଙ୍କଡ଼ାହାଡ଼ ବ୍ଲକରେ ୨୦୧୮-୧୯ରେ ୪, ୨୦୧୯-୨୦ରେ ୨, ୨୦୨୦-୨୧ରେ ୨, ହିନ୍ଦୋଳ ବ୍ଲକରେ ୨୦୧୮-୧୯ରେ ୨, ପରଜଙ୍ଗ ବ୍ଲକରେ ୨୦୧୮-୧୯ରେ ୨, ୨୦୧୯-୨୦ରେ ୧, ୨୦୨୦-୨୧ରେ ୫, ଓଡ଼ାପଡ଼ା ବ୍ଲକରେ ୨୦୧୯-୨୦ରେ ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ସଦର ବ୍ଲକରେ ୨୦୧୯-୨୦ରେ ୩, ୨୦୨୦-୨୧ରେ ୨ ଏବଂ ଗଁଦିଆ ବ୍ଲକରେ ୨୦୧୯-୨୦ରେ ୪, ୨୦୨୦-୨୧ରେ ଜଣେ ବ୍ୟକ୍ତି ବଜ୍ରପାତ ଶିକାର ହୋଇଥିବା ଜଣାପଡ଼ିଛି। ସମଗ୍ର ଜିଲାରେ ୨୦୧୮-୧୯ରେ ୧୭, ୨୦୧୯-୨୦ରେ ୧୮ ଏବଂ ୨୦୨୦-୨୧ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଲାଣି।
ବଜ୍ରପାତଜନିତ ମୃତ୍ୟୁ ବଢ଼ିବାର ପ୍ରମୁଖ କାରଣ ସଚେତନତା ଅଭାବ ବୋଲି କୁହାଯାଉଛି। ମୁଖ୍ୟତଃ କାଳବୈଶାଖୀ ଏବଂ ଅଦିନିଆ ଝଡ଼ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ଗୋରୁ ଚରାଳି, ତୋଟାରେ ଆମ୍ବ ଗୋଟାଉଥିବାବେଳେ ଅଧିକ ଜୀବନ ଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଜିଲାରେ ଆଗୁଆ ପାଣିପାଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ କୌଣସି ବ୍ୟବସ୍ଥା ନାହିଁ। ଗ୍ରାମାଞ୍ଚଳବାସୀ କାଳବୈଶାଖୀ, ଝଡ଼ବର୍ଷା, ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇପାରୁ ନ ଥିବାରୁ ଏଭଳି ଦୁର୍ବିପାକ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବଜ୍ରପାତ ମୃତ୍ୟୁକୁ ପ୍ରାକୃତିକ ଦୁର୍ବିପାକଜନିତ ମୃତ୍ୟୁ ତାଲିକାଭୁକ୍ତ କରାଯାଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେହିପରି ସାମାନ୍ୟ ଆହତଙ୍କ ଲାଗି ୪ ହଜାର ଟଙ୍କା ଏବଂ ଗୁରୁତରଙ୍କ ଚିକିତ୍ସା ଲାଗି ୧୨ ହଜାର ଟଙ୍କା ଯାଏ ସହାୟତା ରାଶି ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ଥାନା, ଫାଣ୍ଡିରୁ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ, ସ୍ଥାନୀୟ ଆର୍ଆଇଙ୍କ ତଦନ୍ତ ରିପୋର୍ଟ ଦାଖଲ ପରେ ଏହି ସହାୟତା ମିଳିଥାଏ। ହେଲେ ଅଧିକାଂଶ ସମୟରେ ସମନ୍ବୟ ଅଭାବରୁ ରିପୋର୍ଟ ଦାଖଲରେ ବିଳମ୍ବ କାରଣରୁ ମୃତକଙ୍କ ପରିବାର ସହାୟତା ରାଶି ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଜରୁରୀ ଓ ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର କୁହନ୍ତି, ଗତ ୩ ବର୍ଷରେ ଜିଲାରେ ବଜ୍ରପାତ ଘଟି ୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ୨୦୨୦-୨୧ ବର୍ଷର କେତେଜଣ ମୃତକଙ୍କ ପରିବାର ସହାୟତା ପାଇପାରିନାହାନ୍ତି। ଖୁବ୍ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...
କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା
ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ।...
ଏୟାରଲିଫ୍ଟ ହୋଇ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ; କରୋନା ଆକ୍ରାନ୍ତ ପରେ ଅଛନ୍ତି ଗୁରୁତର
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ। ମଙ୍ଗଳବାର ତାଙ୍କୁ ଏୟାରଲିଫ୍ଟ ହୋଇ ଚିକିତ୍ସା ପାଇଁ କୋଲକାତା...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...
ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍ କମ୍ ଦେଖାଯାଏ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...


