ଶର୍ଟ ଭିଡିଓ ଷ୍ଟ୍ରିମିଂ ମୋବାଇଲ ଆପ୍ ‘ଟିକ୍ଟକ୍’ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ସୂଚନା ଦେଇଛି ଯେ, ଏହା ନୂତନ ସୋସିଆଲ ମିଡିଆ ଏବଂ ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ପାଳନ କରିଛି, ଯେତେବେଳେ କି ଭାରତରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଜାରି ରହିଛି।
ତେବେ ଏହି ବିଷୟରେ ଜ୍ଞାନ ଥିବା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, କମ୍ପାନୀ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଏକ ଭଲ କଥା କିନ୍ତୁ ଏହି ପ୍ରତିବନ୍ଧକ ଉପରେ ପ୍ରଭାବ ପକାଇବାର ସମ୍ଭାବନା ନାହିଁ।
ଭାରତକୁ ଟିକ୍ଟକ୍ ଫେରିବା ନେଇ ଆଶା କରାଯାଉଛି। ଟିକ୍ଟକ୍ର ମୁଖପାତ୍ର କହିଛନ୍ତି ଯେ, କମ୍ପାନୀ ସରକାରଙ୍କ ସହ ଜଡ଼ିତ ହୋଇ ଭାରତ ଫେରିବାକୁ ଅପେକ୍ଷା କରିଛି। ମୁଖପାତ୍ର କହିଛନ୍ତି, ଟିକ୍ଟକ୍ ଭାରତୀୟ ବଜାର ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ସବୁବେଳେ ଆଇନ ପାଳନ କରିବା ପାଇଁ କାର୍ଯ୍ୟ କରିଛୁ ଏବଂ ଭାରତକୁ ଫେରିବା ଏବଂ ଆମର ଲକ୍ଷ ଲକ୍ଷ ସୃଷ୍ଟିକର୍ତ୍ତା ଏବଂ ଉପଭୋକ୍ତାଙ୍କୁ ପୁଣି ଏକ ମଜାଦାର ପ୍ଲାଟଫର୍ମ ଦେବା ପାଇଁ ସରକାରଙ୍କ ସହ ଯୋଗଦେବାକୁ ଅପେକ୍ଷା କରିଛୁ।
ସୂଚନାଯୋଗ୍ୟ,ଗତ ବର୍ଷ ଜୁନ୍ ମାସରେ ଗଲ୍ଓ୍ବାନା ଉପତ୍ୟକାରେ ଚାଇନା ସହିତ ସଂଘର୍ଷ ପରେ ଭାରତ ଦ୍ୱାରା ନିଷିଦ୍ଧ ହୋଇଥିବା ୨୫୦ ଆପ୍ରେ ଟିକ୍ଟକ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। କାରଣ ଏହା ଚାଇନାର ମୂଳ ଥିଲା। ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ବୋଲି ସରକାର ଏହି ଆପ୍ଗୁଡିକୁ ବାରଣ କରିଛନ୍ତି। ସରକାର କହିଥିଲେ, ଏହି ଆପଗୁଡ଼ିକ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ଏବଂ ଜନସାଧାରଣଙ୍କ ପାଇଁ କ୍ଷତିକାରକ। ଟିକ୍ଟଗ୍ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପ୍ରଥମ ପ୍ରତିବନ୍ଧକର ଏକ ଅଂଶ ଥିଲା। ଯେଉଁଥିରେ ୫୯ଟି ଆପ୍ ହଟାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.