Categories: ଫୁରସତ

ସ୍ବାମୀ ଅନିଲ ଅମ୍ବାନୀଙ୍କୁ ଜନ୍ମଦିନରେ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା

ଆଜି ଅର୍ଥାତ୍‌ ଜୁନ୍‌ ୪ରେ ହେଉଛି ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଜନ୍ମଦିନ। ଏହି ଅବସରରେ ସ୍ତ୍ରୀ ଟିନା ଅମ୍ବାନୀ ସ୍ବାମୀ ଅନିଲଙ୍କ ପାଇଁ ଜନ୍ମଦିନର ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଅନିଲଙ୍କୁ ପରିବାର ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ଟିନା ସ୍ବାମୀଙ୍କ ବିଷୟରେ ଆହୁରି ଲେଖିଛନ୍ତି, ପରିବାର ପ୍ରତି ଉତ୍ସର୍ଗୀକୃତ, ଜଣେ ନିରନ୍ତର କର୍ମୀ, ଗଭୀର ଆଧ୍ୟାତ୍ମିକ ଏବଂ ଉଲ୍ଲେଖନୀୟ ବ୍ୟକ୍ତି ଭାବରେ ଆମ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ସେ ଜଣାଶୁଣା।

ସେ ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ସର୍ତ୍ତମୂଳକ ସମର୍ଥନ ଏବଂ ଶକ୍ତିର ଉତ୍ସ, ମୋ’ ଡେଣା ତଳ ପବନ ଏବଂ ତାଙ୍କୁ ମୋର ଯେଷ୍ଟେ ସମର୍ଥନ ରହିଛି। ଜନ୍ମଦିନ ବାର୍ତ୍ତା ସହିତ ଟିନା ତାଙ୍କ ଦୁଇ ପୁଅ ଅନମୋଲ ଏବଂ ଅନସଲଙ୍କ ସହ ଏକ ଫ୍ୟାମିଲି ଫଟୋ ଶେୟାର କରିଛନ୍ତି।

ଟିନାଙ୍କ ଏହି ପୋଷ୍ଟରେ ୟୁଜରମାନେ ଅନିଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ହୃଦୟକୁ ଛୁଇଁଲା ପରି କମେଣ୍ଟ ସବୁ ଦେଇଛନ୍ତି।

ଅନିଲ ୪ ଜୁନ୍‌ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀ ଏବଂ ମାତା କୋକିଳାବେନ୍‌। ଅନିଲ ୧୯୯୧ ଟିନା ଅମ୍ବାନୀ (ଟିନା ମୁନିମ୍‌)ଙ୍କୁ ବିବାହ କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.