ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷର ଥିମ୍ ରହିଛି ‘ବି ଓ୍ବିଥ୍ ଯୋଗ, ବି ଆଟ୍ ହୋମ୍’। ଅର୍ଥାତ୍ ମହାମାରୀ କରୋନା ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହିତ ଯୋଗ ବନ୍ଧନରେ ବାନ୍ଧି ହୋଇଯିବା। ପ୍ରତିବର୍ଷ ଏହି ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗାସନ କରୁଥିଲେ। ମାତ୍ର ଚଳିତ ବର୍ଷର ଯୋଗ ଦିବସ ଅନେକାଂଶରେ ସ୍ବତନ୍ତ୍ର। କରୋନା କାଳରେ ଏହା ଲୋକଙ୍କ ପାଇଁ ସଞ୍ଜୀବନୀ ବୋଲି କୁହାଯାଉଛି।
କ’ଣ କୁହନ୍ତି ଏମାନେ…
ଯୋଗ ଦିବସକୁ ଏବେ ଆମେ ଏକ ଉତ୍ସବ ଭଳି ପାଳନ କରୁଛୁ। ଏହାଦ୍ୱାରା ଲୋକଙ୍କୁ ଯୋଗ ସୂତ୍ରରେ ନିଜକୁ ବାନ୍ଧିବା ପାଇଁ ପ୍ରେରଣା ମିଳିଥାଏ। ଶାରୀରିକ ସୁସ୍ଥତା ସହ ଅବସାଦରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ସମାଧାନ। ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ଯୋଗ ଦ୍ୱାରା ଜଣେ ମନୁଷ୍ୟ ସହଜରେ ନିଜକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖି ପାରିବ।
– ପ୍ରଫୁଲ୍ଲ କୁମାର ବେହେରା, ଯୋଗ ପ୍ରଶିକ୍ଷକ
ମନ, ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକମାତ୍ର ମାଧ୍ୟମ। ବହୁ ଡାକ୍ତରଙ୍କ ସମେତ ବିଶେଷଜ୍ଞମାନେ ମଧ୍ୟ ଏହାକୁ ସ୍ବୀକାର କରି ସାରିଲେଣି। ପ୍ରତ୍ୟେକ ମାତା, ପିତା ନିଜର ପିଲାଙ୍କୁ ଛୋଟ ବେଳୁ ହିଁ ଯୋଗଶିକ୍ଷା ପ୍ରତି ପ୍ରେରଣା ଦେବା ଆବଶ୍ୟକ। କରୋନା ସମୟରେ ଘରୁ ନ ବାହାରି ପରିବାର ସହ ଆମେ କିପରି ଯୋଗ କରିବା ଏବଂ ସୁସ୍ଥ ରହିବା ତାହା ହିଁ ମୁଖ୍ୟ ଲକ୍ଷ୍ୟ।
– ଡ. ପ୍ରସନ୍ନ କୁମାର ପ୍ରଧାନ, ସଭାପତି, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ
ଆମେ ପୂରା ପରିବାର ଯୋଗ ଶିକ୍ଷା କରୁଛୁ। ସକାଳ ୬ଟାରୁ ପ୍ରତିଦିନ ୧ଘଣ୍ଟା ପାଇଁ ଯୋଗ କରୁଛୁ। ଏହାଦ୍ୱାରା ମୋ ବାପା, ମା’ଙ୍କ ବହୁ ପୁରୁଣା ଅସୁସ୍ଥତା କମିଛି। ଯୋଗ କରିବା ଦ୍ୱାରା ମୁଁ ପୂର୍ବାପେକ୍ଷା ପତଳା ହୋଇ ପାରିଛି। ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ରୁଟିନ୍ରେ ସାମିଲ କରିବା ଆବଶ୍ୟକ। ବିଶେଷକରି ଟେନ୍ସନ୍ରେ ରହୁଥିଲେ ଯୋଗ ବେଶ୍ ଫଳପ୍ରଦ।
– ଅଙ୍କିତା ଦଧିଚ, ପ୍ରଶିକ୍ଷାର୍ଥୀ
ମୁଁ ପିଲାବେଳୁ ଯୋଗ କରୁଛି। ଏହା ମୋ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନୀରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ଦରକାର। କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଗ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତିଦିନ ପ୍ରାଣାୟାମ, ଯୋଗାଭ୍ୟାସ କରିବା ଦ୍ୱାରା ନିଜର ଇମ୍ୟୁନିଟି ବଢାଇପାରିବେ।
– ଦିବ୍ୟାଂଶୁ ସ୍ବାଇଁ, ପ୍ରଶିକ୍ଷାର୍ଥୀ
୧୪ ବର୍ଷରୁ ମୁଁ ଯୋଗ କରୁଛି। ଆମେ ଯାହା କିଛି କରୁଛେ ତାହା ହିଁ ଯୋଗ। କେବଳ ଯୋଗାସନ ଓ ପ୍ରାଣାୟାମ ଭିତରେ ଯୋଗ ସୀମିତ ନୁହେଁ। ଅଷ୍ଟାଙ୍ଗ ଯୋଗକୁ ଆମେ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା। ଏହାଦ୍ୱାରା ଆମେ ସୁସ୍ଥ ରହିବା ସହିତ ଅନ୍ୟମାନେ ମଧ୍ୟ ସୁସ୍ଥ ରହିବେ।
– କଳ୍ପନା ବଳିୟାରସିଂ, ପ୍ରଶିକ୍ଷାର୍ଥୀ
Posted inଜୀବନଚର୍ଯ୍ୟା, ଫୁରସତ View All
ସ୍କର୍ଟ କିଣିବା ବେଳେ…
ସ୍କର୍ଟ ପିନ୍ଧିବା ଯେମିତି ଆରାମଦାୟକ ସେମିତି ମଧ୍ୟ ଫ୍ୟାଶନେବୁଲ। କିନ୍ତୁ ପରଫେକ୍ଟ ଲୁକ୍ ପାଇବା ପାଇଁ ସ୍କର୍ଟ କିଣିବା ସମୟରେ କେଉଁ ସବୁ ଦିଗ ପ୍ରତି...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
ପ୍ରଦୂଷଣରେ ଆମେରିକା ସେନା ନମ୍ବର ୧
ଯୁଦ୍ଧକୌଶଳରେ ନିପୁଣ ଆମେରିକା ସେନାର ପତିଆରା ସାରା ବିଶ୍ୱରେ ଦୀର୍ଘବର୍ଷ ଧରି ରହିଆସିଛି। ହେଲେ ଏଭଳି ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଉପରେ ନମ୍ବର ୧ ପ୍ରଦୂଷଣକାରୀର କଳଙ୍କ...
ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ
ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ...
ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ
ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...
ମଣିଷଙ୍କ ପାଇଁ ଲାଞ୍ଜ; ଚାହୁଁଥିଲେ ପାଇପାରିବେ
କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ।...
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧...
ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…
ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ...


