ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’

ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ ରହିବାର ଏହା ହେଉଛି ସବୁଠୁ ବଳିଷ୍ଠ ମାଧ୍ୟମ। ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତବର୍ଷର ଥିମ୍‌ ରହିଛି ‘ବି ଓ୍ବିଥ୍‌ ଯୋଗ, ବି ଆଟ୍‌ ହୋମ୍‌’। ଅର୍ଥାତ୍‌ ମହାମାରୀ କରୋନା ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହିତ ଯୋଗ ବନ୍ଧନରେ ବାନ୍ଧି ହୋଇଯିବା। ପ୍ରତିବର୍ଷ ଏହି ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗାସନ କରୁଥିଲେ। ମାତ୍ର ଚଳିତ ବର୍ଷର ଯୋଗ ଦିବସ ଅନେକାଂଶରେ ସ୍ବତନ୍ତ୍ର। କରୋନା କାଳରେ ଏହା ଲୋକଙ୍କ ପାଇଁ ସଞ୍ଜୀବନୀ ବୋଲି କୁହାଯାଉଛି।
କ’ଣ କୁହନ୍ତି ଏମାନେ…
ଯୋଗ ଦିବସକୁ ଏବେ ଆମେ ଏକ ଉତ୍ସବ ଭଳି ପାଳନ କରୁଛୁ। ଏହାଦ୍ୱାରା ଲୋକଙ୍କୁ ଯୋଗ ସୂତ୍ରରେ ନିଜକୁ ବାନ୍ଧିବା ପାଇଁ ପ୍ରେରଣା ମିଳିଥାଏ। ଶାରୀରିକ ସୁସ୍ଥତା ସହ ଅବସାଦରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ସମାଧାନ। ବର୍ତ୍ତମାନର କୋଭିଡ୍‌ ମହାମାରୀ ସମୟରେ ଯୋଗ ଦ୍ୱାରା ଜଣେ ମନୁଷ୍ୟ ସହଜରେ ନିଜକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖି ପାରିବ।
– ପ୍ରଫୁଲ୍ଲ କୁମାର ବେହେରା, ଯୋଗ ପ୍ରଶିକ୍ଷକ
ମନ, ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକମାତ୍ର ମାଧ୍ୟମ। ବହୁ ଡାକ୍ତରଙ୍କ ସମେତ ବିଶେଷଜ୍ଞମାନେ ମଧ୍ୟ ଏହାକୁ ସ୍ବୀକାର କରି ସାରିଲେଣି। ପ୍ରତ୍ୟେକ ମାତା, ପିତା ନିଜର ପିଲାଙ୍କୁ ଛୋଟ ବେଳୁ ହିଁ ଯୋଗଶିକ୍ଷା ପ୍ରତି ପ୍ରେରଣା ଦେବା ଆବଶ୍ୟକ। କରୋନା ସମୟରେ ଘରୁ ନ ବାହାରି ପରିବାର ସହ ଆମେ କିପରି ଯୋଗ କରିବା ଏବଂ ସୁସ୍ଥ ରହିବା ତାହା ହିଁ ମୁଖ୍ୟ ଲକ୍ଷ୍ୟ।
– ଡ. ପ୍ରସନ୍ନ କୁମାର ପ୍ରଧାନ, ସଭାପତି, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀ
ଆମେ ପୂରା ପରିବାର ଯୋଗ ଶିକ୍ଷା କରୁଛୁ। ସକାଳ ୬ଟାରୁ ପ୍ରତିଦିନ ୧ଘଣ୍ଟା ପାଇଁ ଯୋଗ କରୁଛୁ। ଏହାଦ୍ୱାରା ମୋ ବାପା, ମା’ଙ୍କ ବହୁ ପୁରୁଣା ଅସୁସ୍ଥତା କମିଛି। ଯୋଗ କରିବା ଦ୍ୱାରା ମୁଁ ପୂର୍ବାପେକ୍ଷା ପତଳା ହୋଇ ପାରିଛି। ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ରୁଟିନ୍‌ରେ ସାମିଲ କରିବା ଆବଶ୍ୟକ। ବିଶେଷକରି ଟେନ୍‌ସନ୍‌ରେ ରହୁଥିଲେ ଯୋଗ ବେଶ୍‌ ଫଳପ୍ରଦ।
– ଅଙ୍କିତା ଦଧିଚ, ପ୍ରଶିକ୍ଷାର୍ଥୀ
ମୁଁ ପିଲାବେଳୁ ଯୋଗ କରୁଛି। ଏହା ମୋ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନୀରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ଦରକାର। କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଗ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତିଦିନ ପ୍ରାଣାୟାମ, ଯୋଗାଭ୍ୟାସ କରିବା ଦ୍ୱାରା ନିଜର ଇମ୍ୟୁନିଟି ବଢାଇପାରିବେ।
– ଦିବ୍ୟାଂଶୁ ସ୍ବାଇଁ, ପ୍ରଶିକ୍ଷାର୍ଥୀ
୧୪ ବର୍ଷରୁ ମୁଁ ଯୋଗ କରୁଛି। ଆମେ ଯାହା କିଛି କରୁଛେ ତାହା ହିଁ ଯୋଗ। କେବଳ ଯୋଗାସନ ଓ ପ୍ରାଣାୟାମ ଭିତରେ ଯୋଗ ସୀମିତ ନୁହେଁ। ଅଷ୍ଟାଙ୍ଗ ଯୋଗକୁ ଆମେ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା। ଏହାଦ୍ୱାରା ଆମେ ସୁସ୍ଥ ରହିବା ସହିତ ଅନ୍ୟମାନେ ମଧ୍ୟ ସୁସ୍ଥ ରହିବେ।
– କଳ୍ପନା ବଳିୟାରସିଂ, ପ୍ରଶିକ୍ଷାର୍ଥୀ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.