ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ବିଏମ୍ସି ପକ୍ଷରୁ ୟୁନିଟ-୩ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘାଟିକିଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପୋଖରୀପୁଟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ହିଁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟହ ସକାଳ ୮ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲୁ ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସହରରେ ପର୍ଯ୍ୟାପ୍ତ ପରିମାଣର ଟିକା ନ ଥିବାରୁ କେବଳ ଏହି ୪ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ସେହିପରି ପ୍ରଥମ ଦିନରେ ପ୍ରତି ସେଣ୍ଟରରେ ୫୦ଜଣ ଲେଖାଏ ମୋଟ ୨ଶହ ଜଣଙ୍କୁ ଟିକା ଦେବା ପାଇଁ ସ୍ଲଟ୍ ବ୍ୟବସ୍ଥା ହୋଇଛି। ଏହି ବର୍ଗର ଲୋକଙ୍କ ପାଇଁ ଖୁବ୍ କମ୍ ଟିକା ରହିଥିବାରୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଟିକା ଦିଆଯାଇପାରିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖୁବ୍ଶୀଘ୍ର ଦ୍ୱିତୀୟ ଡୋଜ୍ ଟିକା ଆସିବ ଓ ୧୮ରୁ ୪୪ବର୍ଗର ହିତାଧିକାରୀଙ୍କୁ ଟିକା ଦିଆଯିବ। ତେବେ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ରହିଛି ବୋଲି ବିଏମ୍ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି। ସେହିପରି ଟିକା ନେବା ପାଇଁ ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଉଥିବାରୁ ସ୍ଲଟ୍ ଖୋଲିବାର କିଛି ମିନିଟ୍ ମଧ୍ୟରେ ହିଁ ସମସ୍ତ ସ୍ଲଟ୍ ବୁକିଂ ହୋଇଯାଉଛି। ତେଣୁ ଅନେକଙ୍କୁ ସ୍ଲଟ ପାଇବାରେ ସମସ୍ୟା ଦେଖା ଦେଉଛି। ଅନେକେ ଏଥିପାଇଁ କୋ-ଓ୍ବିନ୍ ଆପ୍ରେ ତ୍ରୁଟି ଥିବା ଅଭିଯୋଗ କରୁଛନ୍ତି, ମାତ୍ର ଆପ୍ରେ କୌଣସି ଅସୁବିଧା ନାହିଁ। ଏବେ ପର୍ଯ୍ୟାପ୍ତ ଟିକା ନାହିଁ। ଟିକା ଆସିବା ପରେ ଅଧିକ ସ୍ଲଟ୍ ଖୋଲାଯିବ ଓ ହିତାଧିକାରୀମାନେ ଏହାର ଲାଭ ଉଠାଇ ପାରିବେ ବୋଲି ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମେ ୩ରୁ ୨୮ ତାରିଖ ମଧ୍ୟରେ ୧୮-୪୪ ବର୍ଷ ବର୍ଗର ମୋଟ ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ଭୁବନେଶ୍ୱରରେ ବିଶେଷ କରି ୧୮ ରୁ ୪୪ ବର୍ଗର ହିତାଧିକାରୀ ଯେଉଁମାନେ ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କ ପାଇଁ ଟିକା ସଙ୍କଟ ଅଭାବ ପରିଲକ୍ଷିତ ହୋଇଛି ।
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
କାଲିମେଳାରେ ଡିଜେଲ ୧୦୦ ଟଙ୍କା ଟପିଲା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୬: ଦିନକର ବିରତି ପରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍...
ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ...
ଦୀପ୍ତେଶ ଜେଲ ଆଇଜି, ନରସିଂହଙ୍କୁ କେନ୍ଦ୍ରାଞ୍ଚଳ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ୪ଜଣ ଆଇପିଏସ୍ ଓ ୨ଜଣ ଓପିଏସ୍ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...
ଘରେ ବସି ଆପ୍ରେ ବୁକିଂ କରିହେବ ଅକ୍ସିଜେନ୍
ଭୁବନେଶ୍ୱର, ୫।୬ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍ଡାଉନ ଶଟ୍ଡାଉନ୍ର ସୁଫଳ ମିଳୁଛି। ହେଲେ ଏବେ...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ
ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି) ପକ୍ଷରୁ...
ବର୍ଷକରେ ୫ଗୁଣା ବଢ଼ିଲା ଲୁହାପଥର ମୂଲ୍ୟ
ଯାଜପୁର ଅଫିସ,୧୧।୬: ଲୁହାପଥର ଅଭାବ ଓ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ରାଜ୍ୟରେ ଗଢ଼ିଉଠିଥିବା ଇସ୍ପାତ୍ କାରଖାନାଗୁଡିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଗତ ବର୍ଷକ...


