Categories: ଫୁରସତ

ଆଜି ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ

ପ୍ରତି ବର୍ଷ ଜୁନ୍‌ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର ଦିବସ ପାଳନ ହୋଇଥାଏ। ସଙ୍ଗୀତ ବିହୀନ ସୃଷ୍ଟି ଯେ ଅନେକଙ୍କ ପାଇଁ ନିରର୍ଥକ ବୋଲି ବାର୍ତ୍ତା ପ୍ରଦାନ ଏହି ଦିବସର ଉଦ୍ଦେଶ୍ୟ। ୧୯୮୨ରେ ପ୍ରଥମେ ମ୍ୟୁଜିକ୍‌ ଡେ’ ପାଳନ ହୋଇଥିଲା। ଫ୍ରାନ୍ସର କଳା ଓ ସଂସ୍କୃତି ମନ୍ତ୍ରୀ ଜ୍ୟାକ୍‌ ଲାଙ୍ଗେ ଏବଂ ସଙ୍ଗୀତଜ୍ଞ ମୌରିସି ଫ୍ଲୁରେଟ୍‌ ପ୍ରଥମେ ପ୍ୟାରିସ୍‌ରେ ‘ଫେଟେ ଡେ ଲା ମ୍ୟୁଜିକ’ ଉତ୍ସବ ଆୟୋଜନ କରିଥିଲେ। ଏହାପରଠାରୁ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ, ଚାଇନା, ମାଲେସିଆ ସମେତ ସାରା ବିଶ୍ୱରେ ଏହି ଦିବସ ବେଶ୍‌ ଲୋକପ୍ରିୟ ହୋଇପାରିଛି।
ବିନା କୌଣସି ଦେୟରେ ସଭିଏ ସଙ୍ଗୀତର ମଜା ଉଠାଇବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଏଥିରେ ଉଭୟ ବୃତ୍ତିଗତ ସଙ୍ଗୀତଜ୍ଞ ଏବଂ ଉତ୍ସାହୀ କଳାକାର ଦୁନିଆକୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ମିଳିଥାଏ। ସଙ୍ଗୀତର ମହତ୍ତ୍ୱ ଏବଂ ଏହା କିପରି ମନ ଓ ଶରୀର ପାଇଁ ଉପଯୋଗୀ ତାହା ଉପରେ ଆଲୋକପାତ କରିବା ଉତ୍ସବ ପାଳନର ପ୍ରକୃତ ଉଦ୍ଦେଶ୍ୟ ରହିଥାଏ। ସଙ୍ଗୀତ ଉପରେ ବିଶେଷଜ୍ଞମାନେ ଅନେକ ଅଧ୍ୟୟନ କରିଛନ୍ତି। ଚାପହ୍ରାସ, ସୁନ୍ଦର ନିଦ, ସୁସ୍ଥ ମାନସିକତା ପାଇଁ ମ୍ୟୁଜିକ୍‌ର ଗୁରୁତ୍ୱ ରହିଥିବା ଅନେକ ଅଧ୍ୟୟନରେ ପ୍ରମାଣିତ ହୋଇଛି। ମାନସିକ ରୋଗୀଙ୍କୁ ସୁସ୍ଥ କରିବାରେ ମ୍ୟୁଜିକ୍‌ ଥେରାପିର ଅନନ୍ୟ ଅବଦାନ ରହିଛି। ଏହା ଏକ ପ୍ରକାର ବାୟାମ ଭଳି। ଅଧ୍ୟୟନ ତଥା ବୃତ୍ତିଗତ ଜୀବନରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସଙ୍ଗୀତ ବେଶ୍‌ ସହାୟକ ହୋଇଥାଏ ବୋଲି ମଧ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି। ଗୀତ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ପାଇଁ ବେଶ୍‌ ବୋଧଗମ୍ୟ। ଉତ୍ସବ, ପର୍ବପର୍ବାଣୀ ହେଉ କିମ୍ବା କାଫେ, ମଲ୍‌ରେ ଫୁରସତ୍‌ ସମୟ ବିତାଇବାର ମଜାକୁ ବହୁଗୁଣିତ କରିଥାଏ ସଙ୍ଗୀତ। ସାମାଜିକ ସମନ୍ବୟ ସୃଷ୍ଟିରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯାତ୍ରାବେଳର ଏକାପଣ କି ମନର ଥକ୍କାପଣ ଦୂର କରିବାରେ ସଙ୍ଗୀତର ବିକଳ୍ପ କିଛି ନ ଥିବା ପରି ମନେ ହୁଏ। ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତା ସୃଷ୍ଟି କରିପାରୁଥିବା ସଙ୍ଗୀତ ବାସ୍ତବରେ ମଣିଷ ପାଇଁ ଏକ ଚମତ୍କାର ଉପହାର ବୋଲି ବେଶ୍‌ ଗ୍ରହଣୀୟ।
ବିଡମ୍ବନାର କଥା ମହାମାରୀ ଯୋଗୁ ‘ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’ ପାଳନ ବ୍ୟାପକ ଭାବେ ଅନୁଷ୍ଠିତ ହେବା ଆଶା କ୍ଷୀଣ। ବିଭିନ୍ନ ଦେଶରେ ଜନସମାବେଶ ଉପରେ କଟକଣା ଯୋଗୁ ଅନେକ ସଙ୍ଗଠନ ଏହି ଦିବସ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର। ତେଣୁ ଅନେକ ସଙ୍ଗୀତ ସଂଗଠନ ଏବଂ କମ୍ପାନୀ ଅନଲାଇନ୍‌ କନ୍ସର୍ଟ, ପ୍ରତିଯୋଗିତା ମାଧ୍ୟମରେ ଏହି ଉତ୍ସବ ପାଳନ କରିବାକୁ ଯୋଜନା କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.