ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ କରିଛନ୍ତି। ୪ଦିନ ପୂର୍ବେ ସେ ଘୋଷଣା କରିଥିଲେ ଯେ ଭେନ୍ୟୁଗୁଡ଼ିକରେ ସର୍ବାଧିକ ସ୍ଥାନୀୟ ୧୦, ୦୦୦ ଦର୍ଶକଙ୍କୁ ଅନୁମତି ରହିବ। ଇନ୍ଡୋର ଅବା ଆଉଟ୍ଡୋର ଇଭେଣ୍ଟ ହେଉ କୌଣସି ଭେନ୍ୟୁରେ ଦର୍ଶକଙ୍କ ସଂଖ୍ୟା ମୋଟ ଆସନ କ୍ଷମତାର ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ବିଦେଶୀ ଦର୍ଶକଙ୍କୁ ବାରଣ ନିଷ୍ପତ୍ତି ବହୁଦିନ ଆଗରୁ ନିଆଯାଇ ସାରିଥିଲା। ହାସିମୋତୋ କିନ୍ତୁ ଏଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ସମୟକୁ ସମୟ ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି। ଆଗକୁ ଆବଶ୍ୟକ ସ୍ଥଳେ କୋହଳ ଅବା କଠୋର ହେବାକୁ ପଡ଼ିବ। ବିନା ଦର୍ଶକରେ ଗେମ୍ସ ଆୟୋଜନ ଅନ୍ୟତମ ବିକଳ୍ପ ବ୍ୟବସ୍ଥା ରହିଛି। ସଂକ୍ରମଣ ବୃଦ୍ଧି ପାଉଥିବା ଟୋକିଓ ମେଟ୍ରୋପଲିଟାନ ସରକାର ଗୁରୁବାର ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି। ଫଳତଃ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ପ୍ରସଙ୍ଗରେ ଆୟୋଜକଗଣ ସାମାନ୍ୟ ପଛଘୁଞ୍ଚା ଦେଇଛନ୍ତି। ଗତ ସପ୍ତାହରେ ସଂକ୍ରମଣ ହାର ୧୧ ପ୍ରତିଶତ ବୃଦ୍ଧି ପାଇଛି। ଡେଲ୍ଟା ଭାରିଆଣ୍ଟ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ମହାମାରୀକୁ ନେଇ ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତିର ଅବଧି ଜୁଲାଇ ୧୧ରେ ଶେଷ ହେବା ପରେ ଦର୍ଶକଙ୍କୁ ଅନୁମତି ପ୍ରଦାନ ସମ୍ପର୍କରେ ଆୟୋଜକଗଣ ଆଉଥରେ ବିଚାର କରିବେ। ଅଲିମ୍ପିକ୍ସରେ ଭାଗ ନେବା ଲାଗି ଗତ ସପ୍ତାହରେ ଉଗାଣ୍ଡାର ଏକ ଆଥ୍ଲେଟ ଦଳ ଜାପାନରେ ପହଞ୍ଚତ୍ଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ସୂଚନା ଦେଇଛନ୍ତି। ସଂକ୍ରମିତ ଜଣକ ଜଣେ କୋଚ୍ ବୋଲି ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.