Categories: ଫୁରସତ

ବର୍ଷାରେ ଭ୍ରମଣ ଚେରାପୁଞ୍ଜି

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ ମାତ୍ରାରେ ବର୍ଷା ହେଉଥିବାର ଭିନ୍ନ ଏକ ରେକର୍ଡ ବି ଏହି ସ୍ଥାନ ନାଁରେ ରହିଛି। ସେଥିପାଇଁ ଏହି ସ୍ଥାନକୁ ଅନେକେ ପୃଥିବୀର ଏକ ଆଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ମଧ୍ୟ ଗଣନା କରିଥାନ୍ତି। ପ୍ରାକୃତିକ ବୈଭବରେ ଭରା ଚେରାପୁଞ୍ଜିରେ କେବଳ ଅଧିକ ମାତ୍ରାରେ ବର୍ଷା ହୁଏ ତାହା ନୁହେଁ, ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବି ଏଠାରେ ରହିଛି ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

କେବେ ଯିବେ
ଚେରାପୁଞ୍ଜିର ଜଳବାୟୁ ବର୍ଷସାରା ବେଶ୍‌ ମନୋରମ ରହିଥାଏ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏଠାକୁ ବୁଲିଯିବା ପାଇଁ ଶୀତଦିନେ ମୁଖ୍ୟତଃ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ତା’ଛଡ଼ା ନୂଆ ନୂଆ ଖରା ଆରମ୍ଭ ହେଉଥିବା ସମୟରେ ବି ଏଠାକୁ ବୁଲି ଯାଇହେବ। କିନ୍ତୁ ବର୍ଷାଦିନେ ଏଠାରେ ପ୍ରବଳ ବର୍ଷା ହେଉଥିବାରୁ ସେହି ସମୟରେ ଗଲେ ବୁଲିବାକୁ ଟିକେ ଅସୁବିଧା ହୋଇଥାଏ। କିନ୍ତୁ ଯେଉଁମାନଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ, ସେମାନଙ୍କ ପାଇଁ ବର୍ଷାଦିନ ବେଶ୍‌ ଉପଯୁକ୍ତ ହୋଇଥାଏ।

କେମିତି ଯିବେ
ଗୁଆହାଟୀ ଏୟାରପୋର୍ଟ ହେଉଛି ଚେରାପୁଞ୍ଜିର ନିକଟତମ ତଥା ଏକ ପ୍ରମୁଖ ବିମାନବନ୍ଦର। ତେବେ ଏହି ଏୟାରପୋର୍ଟଟି ଦେଶର ବହୁ ପ୍ରମୁଖ ସହର ଯେମିତିକି: ଦିଲ୍ଲୀ, କୋଲ୍‌କାତା, ମୁମ୍ବାଇ ଆଦି ସ୍ଥାନ ସହ ସିଧାସଳଖ ସଂଯୋଗ କରିଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ତଥା ବସ୍‌ ଯୋଗେ ମଧ୍ୟ ଯାଇ ସୁବିଧାରେ ଚେରାପୁଞ୍ଜି ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ଅଧିକ ମାତ୍ରାରେ ବର୍ଷା ହେଉଥିବା ସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଥିବା ଚେରାପୁଞ୍ଜିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:

*ପାହାଡ଼ି ଇଲାକା: ଚେରାପୁଞ୍ଜିରେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ଼ ତଥା ଜଙ୍ଗଲୀ ପରିବେଶ। ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ପର୍ଯ୍ୟଟକ ଅନେକ ରଙ୍ଗବେରଙ୍ଗର ଫୁଲ ତଥା ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

*ନୋହକାଲିକାଈ ଝରଣା: ଚେରାପୁଞ୍ଜିରେ ଥିବା ଏହି ଝରଣାର ନାମକରଣକୁ ନେଇ ରହିଛି ଏକ ଦୁଃଖଦ କାହାଣୀ। କୁହାଯାଏ, କାଲିକାଈ ନାମକ ଏକ ମହିଳା ବହୁ ବର୍ଷ ପୂର୍ବେ ଭୁଲବଶତଃ ନିଜ ଝିଅକୁ ମାରିଦେଇଥିଲେ ଏବଂ ପରେ ସେକଥା ଜଣାପଡିବାରୁ ସେ ଆସି ଏହି ଝରଣାରେ ଆତ୍ମହତ୍ୟା କରିଥିଲେ। ଫଳରେ ସେହି ଦିନଠାରୁ ତାଙ୍କରି ନାମାନୁସାରେ ଏହି ଝରଣାର ନାମ ନୋହକାଲିକାଈ ରଖାଯାଇଥିଲା ବୋଲି ଅନୁମାନ କରାଯାଏ।

*ସେଭେନ୍‌ ସିଷ୍ଟର୍ସ ଫଲ୍ସ: ଏହା ମଧ୍ୟ ହେଉଛି ଚେରାପୁଞ୍ଜିର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସମୁଦ୍ରପତ୍ତନଠାରୁ ପ୍ରାୟ ୧,୦୩୩ ଫୁଟ୍‌ ଉଚ୍ଚତାରେ ଥିବା ଏହି ଝରଣାରେ ସାତ ଧାର ହୋଇ ପାଣି ବେଶ୍‌ ପ୍ରଖର ଗତିରେ ପାହାଡ଼ ଉପରୁ ତଳକୁ ଖସିଥାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ସ୍ଥାନୀୟ ଲୋକେ ଏହାକୁ ସେଭେନ୍‌ ସିଷ୍ଟର୍ସ ଫଲ୍ସ ବୋଲି କହିବାକୁ ଲାଗିଲେ।

*ଗୁମ୍ଫାର ସମ୍ଭାର: କୁହାଯାଏ, ମେଘାଳୟରେ କୁଆଡେ ଶତାଧିକ ଗୁମ୍ଫାମାନ ଦେଖିବାକୁ ମିଳିଥାଏ। ଚେରାପୁଞ୍ଜିରେ ବି ପର୍ଯ୍ୟଟକ ଅନେକ ଗୁମ୍ଫା ଦେଖିବାକୁ ପାଇପାରିବେ। ତନ୍ମଧ୍ୟରୁ କିଛି ଗୁମ୍ଫା ଏମିତି ବି ରହିଛି, ଯାହା ପ୍ରାୟ ୧ କି.ମି ଲମ୍ବ ବିଶିଷ୍ଟ ମଧ୍ୟ ହୋଇଥାଏ।

ତେବେ ସେ ଯାହା ବି ହେଉ, ବର୍ଷାର ପରିମାଣ ଏଠାରେ ଅଧିକ ହେଉଥିବାରୁ ଏଠାକାର ଜଳବାୟୁ ବର୍ଷସାରା ବେଶ୍‌ ଆଦ୍ରତାପୂର୍ଣ୍ଣ ରହିଥାଏ। ଫଳରେ ଏଠାରେ ଖରାଦିନେ ମଧ୍ୟ ସେତେ ବେଶି ଗରମ ଜଣାପଡ଼େ ନାହିଁ, ଯେଉଁଥିପାଇଁ ଖରାଛୁଟି କଟାଇବାକୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିଆସିଥାନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.