ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮ ବର୍ଷ ପୁରୁଣା ଟୁଇଟ୍ ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡିଛି। ରବିନସନଙ୍କୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ଏପ୍ରିଲ ୨୦୧୨ରୁ ଜୁନ ୨୦୧୩ ମଧ୍ୟରେ ଏକ ଟୁଇଟ୍ କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଟୁଇଟ୍ରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଆତଙ୍କବାଦୀ କହିଥିଲେ। କେବଳ ଏତିକି ନୁହେଁ, ମହିଳା ଏବଂ ଏସୀୟ ମୂଳ ଲୋକଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ରବିନସନ୍ ଏବେ ଏକ ନିଜର ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏହି ଟୁଇଟ୍ ପାଇଁ ପ୍ରଶଂସକ ତାଙ୍କୁ ଭର୍ତ୍ସନା କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟର ପ୍ରଥମ ଦିନ ଶେଷ ହେବାର କିଛି ସମୟ ପରେ ରବିନସନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୋ କ୍ୟାରିୟରର ସବୁଠାରୁ ବଡ ଦିନରେ ମୁଁ ୮ ବର୍ଷ ପୂର୍ବେ ପୋଷ୍ଟ କରିଥିବା ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଜାତିବାଦୀ କିମ୍ବା ଲିଙ୍ଗବାଦୀ ନୁହେଁ। ମୁଁ ମୋର କାର୍ଯ୍ୟକଳାପ ପାଇଁ ଦୁଃଖିତ। ଯଦି ମୋର କାର୍ଯ୍ୟ କାହାର ଭାବନାକୁ ଆଘାତ ଦେଇଛି, ମୁଁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଚାହୁଁଛି ମୁଁ ଚିନ୍ତା ନ କରି ଦାୟିତ୍ୱହୀନ ଭାବରେ ଆଚରଣ କରିଥିଲି। ଏଥିପାଇଁ କ୍ଷମା ଚାହୁଁଚି ବେkାଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.