କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡ୍ଲାଇନ୍ ଅନୁଯାୟୀ ବିପିଏଲ୍ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତଦନୁଯାୟୀ, ୧୯୯୨ ମସିହାରେ ପ୍ରଥମଥର ଓଡ଼ିଶା ସରକାରଙ୍କ ପକ୍ଷରୁ ବିପିଏଲ୍ ତାଲିକା ପ୍ରକାଶ ପାଇଥିଲା। ଏହାର ୫ ବର୍ଷ ପରେ ଅର୍ଥାତ୍ ୧୯୯୭ରେ ପୁନର୍ବାର ସର୍ଭେ କରାଯାଇଥିଲା। ପ୍ରସ୍ତୁତ ତାଲିକା କାର୍ଯ୍ୟକାରୀ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ପଞ୍ଚାୟତିରାଜ ବିଭାଗ ସମୟସୀମା ନିର୍ଦ୍ଧାରଣ କରିଥିଲା। ଇତିମଧ୍ୟରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନୂତନ ଗାଇଡ୍ଲାଇନ୍ ଆସି ନ ଥିବାରୁ ନୂଆ ବିପିଏଲ୍ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା ଦେଖାଦେଇଛି ବୋଲି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଜାରି ହୋଇଥିବା ସୂଚନାରୁ ଜଣାପଡିଛି। ଫଳରେ କେନ୍ଦ୍ର ସରକାରଙ୍କ ସମୟକୁ ସମୟ ଘୋଷିତ ସମସ୍ତ ସୁବିଧା କେବଳ ୧୯୯୭ ମସିହାର ବିପିଏଲ୍ ହିତାଧିକାରୀମାନେ ପାଉଛନ୍ତି। ଯେପରି ଜାତୀୟ ପରିବାର ମଙ୍ଗଳ ଯୋଜନା, ଇନ୍ଦିରା ଗାନ୍ଧୀ ପେନ୍ସନ, ରାଜୀବ ଓ ଦୀନ୍ଦୟାଲ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍ ଲାଇନ୍, ମାଗଣା ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଭଳି ସୁବିଧା ଅନ୍ତର୍ଭୁକ୍ତ।
୨୦୧୬ରେ ପ୍ରକାଶିତ ଏସ୍ଇସିସି(ସାମାଜିକ ଅର୍ଥନୈତିକ ଜାତିଭିତ୍ତିକ ଗଣନା)ରେ ଥିବା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇପାରୁନାହାନ୍ତି। କାରଣ ଉକ୍ତ ତାଲିକାରେ ଥିବା ଗରିବ ପରିବାରକୁ କେନ୍ଦ୍ର ସରକାର ବିପିଏଲ୍ ହିତାଧିକାରୀ ଭାବେ ମାନ୍ୟତା ଦେଇନାହାନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅନୁଶାସନ ସଚିବ ପତ୍ରସଂଖ୍ୟା ପିଆର-ପିଇ ଆଣ୍ଡ ଏସ୍ଡି-ଏସ୍ଇସିସି-୦୦୦୬-୨୦୧୭/୭୦୬୯/୧୫ା୪ା୨୧ରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ୧୯୯୭ ବିପିଏଲ୍ ତାଲିକାରେ ଥିବା ହିତାଧିକାରୀମାନେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇସାରିଛନ୍ତି। ତେଣୁ ୨୦୧୬ ଏସ୍ଇସିସି ତାଲିକାରୁ ମନୋନୟନ କରି ଓଡ଼ିଶା ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅନୁଶାସନ ସଚିବ ଏଲ୍. ନାୟକ ପତ୍ରସଂଖ୍ୟା ୪୬୪୭/୯ା୩ା୨୧ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଏସ୍ଇସିସି ତାଲିକାରେ ରାଜ୍ୟର ୮୬,୭୭,୬୧୫ ଗ୍ରାମୀଣ ପରିବାର ବସବାସ କରୁଥିବା ଜଣାପଡିଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
୨୬ ଯାଏ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୩।୬(ବ୍ୟୁରୋ):ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ...
ମାଲବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
କେନ୍ଦୁଝର,୬ା୬(ସ୍ବ.ପ୍ର.) କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ଟ୍ରେନ୍ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଆଜି ଦିନ...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ରାଜଧାନୀରେ ଥମୁନି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର,୨।୬: ବହୁ ଚେଷ୍ଟା ସତ୍ତ୍ୱେ ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରେ ୯୧୮ କରୋନା ପଜିଟିଭ୍ ଚିହ୍ନଟ...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ଲିଭିଯିବ ଷ୍ଟ୍ରିଟ୍ ଲାଇଟ୍
ବଇଣ୍ଡା,୧୬ା୬ (ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ...
ଟିକା ନେଇନାହାନ୍ତି ୧,୯୭,୨୧୭ କୋଭିଡ୍ ଯୋଦ୍ଧା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଟିକା ନେଇନାହାନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ନାମ ପଞ୍ଜୀକରଣ କରି ମଧ୍ୟ ୧,୯୭,୨୧୭ ଜଣ କୋଭିଡ୍ ଯୋଦ୍ଧା ଟିକା ନେଇନାହାନ୍ତି।...


