ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଏବେ ବୈଜ୍ଞାନିକ ଏଭଳି ଭାକ୍ସିନ ତିଆରି କରୁଛନ୍ତି, ଯାହା ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ। ଏଥିସହ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ। ସୁଚନା ମୁତାବକ ବୈଜ୍ଞାନିକମାନେ ଏକ ଏଭଳି ଭାକ୍ସିନ ତିଆରି କରିଛନ୍ତି, ଯାହା କୋଭିଡ-୧୯ ବ୍ୟତୀତ କରୋନା ଭାଇରସ୍ର ଅନ୍ୟ ସମସ୍ତ ଭାରିଆଣ୍ଟର ଉପରେ ପ୍ରଭାବଶାଳୀ ହେବ। ବର୍ତ୍ତମାନ ବୈଜ୍ଞାନିକମାନେ ଏହି ଭାକ୍ସିନକୁ ମୂଷା ଉପରେ ଟ୍ରାଏଲ୍ କରିଛନ୍ତି। ଆସନ୍ତା ବର୍ଷ ଏହା ମନୁଷ୍ୟ ଉପରେ ଟ୍ରାଏଲ୍ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକାର ନର୍ଥ କାରୋଲିନା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏବେଠାରୁ ଏହି ଭାକ୍ସିନ ଉପରେ ଗବେଷଣା କରିବା ଆରମ୍ଭ କରିଦେଇଛନ୍ତି। କାରଣ ପରବର୍ତ୍ତୀ ସମୟରେ କେଉଁ ଭାଇରସ୍ କେଉଁ ମହାମାରୀକୁ ଉତ୍ପନ୍ନ କରିବ ସେନେଇ କାହାକୁ ଜଣାନାହିଁ। ତେଣୁ ଏବେଠାରୁ ଆଗୁଆ ପ୍ରସ୍ତୁତି କରିବା ଉଚିତ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯଦି ସବୁ ଠିକ୍ଠାକ ରହେ ତେବେ ଏହି ସୁପର ଭାକ୍ସିନ କରୋନାର ତୃତୀୟ ମହାମାରୀ ପୂର୍ବରୁ ଦୁନିଆକୁ ଆସିଯିବ ବୋଲି ବୈଜ୍ଞାନିକଙ୍କ ଏକ ଟିମ୍ ସୂଚନା ଦେଇଛନ୍ତି। ।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...
ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…
ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...
ଥମୁନି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…
ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର...
ଜେନେଭାରେ ବାଇଡେନ୍-ପୁଟିନ୍ ସମିଟ୍
ଜେନେଭା, ୧୭।୬: ଆମେରିକା ଓ ରୁଷିଆ ମଧ୍ୟରେ ଦୀର୍ଘ ବର୍ଷ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେଭା ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରପତି ଜୋ ବାଇଡେନ୍...


