ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍କୁ ମୂଲ୍ୟାୟନ କରାଯାଉଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ଏହି ଟେଣ୍ଡରରେ ଦେଶୀୟ କିମ୍ବା ଅନ୍ତର୍ଜାତୀୟ କମ୍ପାନୀ ଅଂଶଗ୍ରହଣ କରିଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଟେଣ୍ଡର ଆବେଦନ ପାଇଁ ୪ ତାରିଖ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ୯ ତାରିଖରେ ଟେଣ୍ଡରର ପ୍ରାଇସ୍ ବିଡିଂ ଖୋଲାଯିବା ନେଇ ଔଷଧ ନିଗମ ସମୟ ଧାର୍ଯ୍ୟ କରିଛି।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ କୋଭିଡ୍ ଟିକା ଯୋଗାଇ ପାରୁ ନ ଥିବାରୁ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ କ୍ରୟ କରିବାକୁ ଏପ୍ରିଲ ମାସରେ ଗ୍ଲୋବାଲ ଇ-ଟେଣ୍ଡର ଡାକିଥିଲେ। ତେବେ ସେହି ଟେଣ୍ଡରରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରି ନ ଥିଲେ। ଗତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ବିଶ୍ୱସ୍ତରୀୟ ଟେଣ୍ଡର ପାଇଁ ସର୍ତ୍ତରେ କେତେକ କୋହଳ କରିଥିଲେ ମଧ୍ୟ ଅନ୍ତର୍ଦ୍ଦେଶୀୟ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରି-ବିଡିଂ ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମତି ଆବଶ୍ୟକ ପଡୁଥିବାରୁ ବିଦେଶୀ କମ୍ପାନୀ ଏହି ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିବା ଜଣାପଡ଼ିଛି। ଫଳରେ ରାଜ୍ୟ ସରକାର ଜୁନ୍ ୧ରେ ଏ ନେଇ ଟେଣ୍ଡର ସର୍ତ୍ତରେ ସଂଶୋଧନ କରିଥିଲେ। ପୂର୍ବରୁ ଟେଣ୍ଡର ଆବେଦନ ପାଇଁ ଡିସିଜିଆଇ ଅନୁମୋଦନ ବାଧ୍ୟତାମୂଳକ ଥିଲା। ସଂଶୋଧନ ପରେ ବିଡରମାନେ ଆବଶ୍ୟକ କାଗଜପତ୍ର ସହିତ ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଥିଲା। ଡିସିଜିଆଇ ଅନୁମୋଦନ ଆଣିବା ପରେ ଟେଣ୍ଡରରେ ଯୋଗ୍ୟତା ଅର୍ଜନ କରିଥିବା କମ୍ପାନୀକୁ ପର୍ଚେଜ୍ ଅର୍ଡର ଦିଆଯିବ ବୋଲି ସଂଶୋଧିତ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା। ଏହା ସତ୍ତ୍ୱେ ଟେଣ୍ଡରରେ ମାତ୍ର ୨ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଟେଣ୍ଡର ପ୍ରକ୍ରିୟା ସଫଳ ହେଉ ନ ଥିବାରୁ ରାଜ୍ୟ ସରକାର ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଜୁନ୍ ୧ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିବା ବେଳେ ଜୁନ୍ ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାୟ ୬୨ ଲକ୍ଷ ଲୋକଙ୍କୁ ଗୋଟିଏ ଡୋଜ୍ ଲେଖାଏ ଟିକାକରଣ କରାଯାଇଛି। ଗତ ଏପ୍ରିଲଠାରୁ ରାଜ୍ୟରେ ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ଆସୁଛି। ଦିନକୁ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା ଥିବାବେଳେ ଟିକା ଅଭାବରୁ ବର୍ତ୍ତମାନ ଏହା ୬୦ରୁ ୭୦ ହଜାରକୁ ଖସି ଆସିଛି। କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ଲୋକଙ୍କ ପାଇଁ ସିଧାସଳଖ ଟିକା କିଣିବା ପାଇଁ ଅନୁମତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ୨୨୦ ଲକ୍ଷ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ରୁ ୧୦.୩୪ ଲକ୍ଷ କୋଭାକ୍ସିନ ଟିକା କିଣିବାକୁ ଅର୍ଡର ଦେଇଥିଲେ। ସେହି ସଂସ୍ଥାଗୁଡ଼ିକ ମଧ୍ୟ ଟିକା ଯୋଗାଇ ନ ଥିଲେ। ଫଳରେ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ଇ-ଟେଣ୍ଡର ଆହ୍ବାନ କରିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍ ଦିଆଯିବା ନେଇ ସରକାର...
୭ରୁ କଟକଣାରେ ଚାଲିବ ହାଇକୋର୍ଟ
କଟକ ଅଫିସ୍,୫।୬: ମହାମାରୀ କୋଭିଡ୍ ଏବଂ ରାଜ୍ୟରେ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ କେତେକ କଟକଣା ମଧ୍ୟରେ ଚାଲିବ ହାଇକୋର୍ଟ...
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି
ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...
ଷ୍ଟମ୍ପରେ ପିଟିପିଟି ଖେଳାଳିଙ୍କୁ ମାରିଦେଲେ
ରାୟଗଡ଼ା ଅଫିସ,୨୧ା୬: କ୍ରିକେଟ ଖେଳ ବେଳେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଖେଳାଳିଙ୍କ ଜୀବନ ଚାଳିଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ମନୁଶୁ ପଞ୍ଚାୟତର...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
୨ ଦିନ ବର୍ଷା
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ...


