କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା ପାଇଁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଅଶ୍ୱିନୀ ହସ୍ପିଟାଲର ପଲମୋଲୋଜିଷ୍ଟି ଡା. ମାନସ ନାୟକ କହିଛନ୍ତି। ଗତ ୨୯ ତାରିଖରେ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲକାତା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କୋଲକାତାର ସୁପର ସ୍ପେଶିଆଲିଟି ହସ୍ପିଟାଲର ଏକ ୫ ଜଣିଆ ଟିମ୍ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛି। କୋଲକାତା ସ୍ଥିତ ଉକ୍ତ ହସ୍ପିଟାଲରେ ଏକ୍ମୋ(ଏକ୍ସଟ୍ରାକର୍ପୋରିଲ ମେମ୍ବ୍ରାନ୍ ଅକ୍ସିଜେନେସନ) ବ୍ୟବସ୍ଥା ଥିବାରୁ ପାଣିଗ୍ରାହୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
ତିନିଦିନ ତଳେ ରାଗିକି ଘର ଛାଡ଼ି ଯାଇଥିଲେ: ଏବେ ଗଛରୁ ଝୁଲନ୍ତା ମୃତଦେହ ଜବତ
ବ୍ରହ୍ମପୁର ଅଫିସ,୪ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ନିକଟ ବେଡ଼ାବନ୍ଧ ହୁଡ଼ାରେ ଥିବା ଏକ ଖଜୁରୀ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...
୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...
ହ୍ରାସ ପାଉଛି ସବୁଜ ହୀରା ସଂଗ୍ରହ
ଆଠମଲ୍ଲିକ,୪ା୬(ଡି.ଏନ.ଏ.) ସବୁଜ ହୀରା ବା କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ପ୍ରତିବର୍ଷ ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେରି ହିସାବରେ ଅର୍ଥ ପ୍ରଦାନ ସହ...


