E-Paper
  • logo
  • Monday 30th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା
9:33 amJune 18, 2021

ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍‌ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍‌ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ ଆରମ୍ଭ କରି ପରୀକ୍ଷାଫଳକୁ ନେଇ ଏବେବି ଚିନ୍ତିତ ରହିଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳର ମୂଲ୍ୟାୟନ କିପରି ରହିବ ସେନେଇ ସିବିଏସ୍‌ଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୩୦-୩୦-୪୦ ଫର୍ମୁଲାରେ ଛାତ୍ରୀଛାତ୍ରଙ୍କ ପ୍ରଦର୍ଶନକୁ ଆଧାର କରି ମୂଲ୍ୟାୟନ କରାଯିବ ଏବଂ ଜୁଲାଇ ୩୧ରେ ଫଳ ପ୍ରକାଶ ପାଇବ ବୋଲି ଏକ ୧୩ଜଣିଆ କମିଟି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଦଶମ, ଏକାଦଶର ୩୦ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ଫଳାଫଳର ୪୦ପ୍ରତିଶତ ମୂଲ୍ୟକୁ ଗ୍ରହଣ କରାଯାଇ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ। ତେବେ ବୋର୍ଡର ଏଭଳି ନିଷ୍ପତ୍ତିକୁ ଅନେକେ ସ୍ବାଗତ କରିଥିବାବେଳେ କିଛି ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ସମସ୍ତେ ଏକ ପ୍ରକାର ଆଶଙ୍କା ଭିତରେ ରହି ଭଲ ଫଳକୁ ଅପେକ୍ଷା କରିଛନ୍ତି।

ଦ୍ୱନ୍ଦ୍ୱ ଦୂର ହୋଇଛି
ଦ୍ୱାଦଶ ପରୀକ୍ଷାଫଳ ହେଉଛି ପିଲାଙ୍କ ଭାଗ୍ୟରେଖା। ଏହି ଫଳାଫଳକୁ ନେଇ ପିଲାମାନଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଦୂରହୋଇଛି। ସିବିଏସ୍‌ଇ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ। ବର୍ତ୍ତମାନର ମହାମାରୀ ସମୟରେ ପିଲାମାନେ ପାଠପଢ଼ାକୁ ନେଇ ବେଶ୍‌ ଚିନ୍ତିତ ଥିଲେ। ଫଳ ପ୍ରକାଶନ ହେଲେ ଆଗାମୀ ଶିକ୍ଷା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସହଜ ହେବ। ଫଳ ପ୍ରକାଶ ହେବା ପରେ ପିଲା ନିଜ ଯୋଗତ୍ୟ ଓ କ୍ଷମତା ଅନୁସାରେ ଆଗାମୀ ଶିକ୍ଷାନୁଷ୍ଠାନକୁ ଯାଇପାରିବେ ବୋଲି ସେ କହିଛନ୍ତି।

-ଅମରେନ୍ଦ୍ର ଦାସ, ବରିଷ୍ଠ ଶିକ୍ଷାବିତ୍‌ , ଭୁବନେଶ୍ୱର

ସ୍ବାଗତଯୋଗ୍ୟ ନିଷ୍ପତ୍ତି
ଅପେକ୍ଷାର ଫଳ ମିଠା ହୋଇଥାଏ। ସିବିଏସ୍‌ଇ ପକ୍ଷରୁ ଅବଲମ୍ବନ କରାଯାଇଥିବା ନିୟମାବଳୀ ଓ ପରୀକ୍ଷାଫଳ ମୂଲ୍ୟାୟନ ପଦ୍ଧତି ବେଶ୍‌ ସ୍ବାଗତଯୋଗ୍ୟ। ପିଲାଙ୍କ ଭବିଷତ୍ୟକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ପରୀକ୍ଷାଫଳ ପିଲାଙ୍କ ଯୋଗ୍ୟତା ଓ ପୂର୍ବବର୍ଷର ଫଳାଫଳକୁ ନେଇ ଚୂଡ଼ାନ୍ତ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଶେଷ ହୋଇ ନ ଥିଲେ ମଧ୍ୟ ଯାହା ଖବର ରହିଛି ପିଲାଙ୍କ ଭଲ ପାଇଁ ବୋର୍ଡ ନିଷ୍ପତ୍ତି ନେବ। ଫଳରେ ପିଲା ଆଗାମୀ ଦିନରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ଆଗାମୀ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ।

– ଡ. ଏସ୍‌. ମୀନକେତନ, ବରିଷ୍ଠ ଶିକ୍ଷାବିତ୍‌, ଭୁବନେଶ୍ୱର

ଫଳଠାରୁ ମାର୍କ ପ୍ରତିଶତ ବଡ଼
କରୋନା ମହାମାରୀ ଯୋଗୁ ପିଲାମାନେ ଗତ ୨ବର୍ଷ ହେଲା ପାଠ ପଢ଼ିପାରି ନାହାନ୍ତି। ବିଶେଷକରି ୨୦୧୯-୨୧ ଶିକ୍ଷାବର୍ଷର ପିଲାମାନେ ପାଠପଢ଼ା ଓ ପରୀକ୍ଷାକୁ ନେଇ ଚିନ୍ତିତ ଥିଲେ। ସେ ସବୁ ଯାହା ଯେମିତି ହୋଇଗଲା କିନ୍ତୁ ଗତ ୪ ମାସରୁ ଊର୍ଦ୍ଧ୍ୱ ସମୟ ପରେ ଫଳ ପ୍ରକାଶ ପାଇବ। ଦ୍ୱାଦଶ ଫଳ ପ୍ରକାଶ ପାଇଁ ବୋର୍ଡ ଯେଉଁ ପଦ୍ଧତି ଆପଣାଇଛି ତାହା କିଛି ମାତ୍ରାରେ ଭଲ ହେଲେ ମଧ୍ୟ ମେଧାବୀ ପିଲାମାନେ ମାନସିକ ଭାବେ ଭାଙ୍ଗି ପଡୁଛନ୍ତି। ବର୍ତ୍ତମାନ ସମୟରେ ପିଲାଙ୍କ ପାଇଁ ଫଳାଫଳଠାରୁ ମାର୍କ ପ୍ରତିଶତ ବଡ଼ ହୋଇଯାଇଛି।

-ଅକ୍ଷୟ ଦାସ, ଅଭିଭାବକ, ଭୁବନେଶ୍ୱର

ବିଳମ୍ବ ହେଲେ ବି ସ୍ବାଗତଯୋଗ୍ୟ
ମହାମାରୀ ପାଇଁ ପାଠପଢ଼ା କିଛି ମାତ୍ରାରେ ପ୍ରଭାବିତ ହୋଇଥିଲେ ମଧ୍ୟ ବୋର୍ଡ ପରୀକ୍ଷାଫଳକୁ ନେଇ ଆମେ ଚିନ୍ତିତ ଥିଲୁ। ଫଳ ପ୍ରକାଶ ହେଲେ ଆଗାମୀ ଶିକ୍ଷା ସମ୍ପର୍କରେ ଯୋଜନା ପ୍ରସ୍ତୁତ ସହ ନୂତନ ଶିକ୍ଷାରେ ଯୋଗଦାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ବିଳମ୍ବ ହେଉ ପଛେ ବୋର୍ଡ ପକ୍ଷରୁ ଗ୍ରହଣ କରାଯାଉଥିବା ପଦ୍ଧତି ସ୍ବାଗତଯୋଗ୍ୟ।

-ବିଦିଶା ଦାଶ, ଦ୍ୱାଦଶ ଛାତ୍ରୀ, ଭୁବନେଶ୍ୱର

ପିଲାଙ୍କ ଭବିଷ୍ୟତକୁ ଚିନ୍ତା କରାଯାଉ
ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ ଆରମ୍ଭକରି ପରୀକ୍ଷାଫଳ ପର୍ଯ୍ୟନ୍ତ ଏକ ପ୍ରକାର ମାନସିକ ଚିନ୍ତାରେ ରହିଥିଲେ। ଗୋଟିଏ ପଟରେ ମହାମାରୀ ଅପରପକ୍ଷରେ ଘରେ ଅଭିଭାବକଙ୍କ ସ୍ବପ୍ନ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଦଶମର ଫଳ ବହୁତ ଭଲ କରିଥିବାରୁ ଦ୍ୱାଦଶର ଫଳ ଭଲ କରିବା ସହ ଏକ ଭଲ ଶିକ୍ଷାନୁଷ୍ଠାନରେ ନିଜର ଉଚ୍ଚ ଶିକ୍ଷା ପାଇଁ ଯେଉଁ ସ୍ବପ୍ନ ରହିଛି ତାହା ବର୍ତ୍ତମାନର ସମୟ ପାଇଁ ଏକ ପ୍ରଶ୍ନବାଚୀ ହୋଇ ରହିଛି। ଭଲ ପିଲାଙ୍କ ଭବିଷ୍ୟତକୁ ଚିନ୍ତା କରାଯାଉ ବୋଲି ସେ ମତବ୍ୟକ୍ତ କରିଛନ୍ତି।
-ରୁଦ୍ରନାରାୟଣ ଦାଶ,ଦ୍ୱାଦଶ ଛାତ୍ର,ଭୁବନେଶ୍ୱର

ଶୀଘ୍ର ଫଳ ପ୍ରକାଶ ପାଉ
ମହାମାରୀ ଯୋଗୁ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନରେ ପାଠପଢ଼ା ହୋଇଥିଲେ ମଧ୍ୟ ଠିକ୍‌ ଭାବେ ସେସବୁ ପିଲାଙ୍କ ପକ୍ଷରେ ଗ୍ରହଣୀୟ ହୋଇପାରିନାହିଁ। ପାଠପଢ଼ା ଯାହା ବି ହେଉ ବୋର୍ଡ ପରୀକ୍ଷାଫଳକୁ ନେଇ ପିଲାଙ୍କଠାରୁ ଅଭିଭାବକ ପର୍ଯ୍ୟନ୍ତ ଚିନ୍ତିତ ଥିଲେ। ସିବିଏସ୍‌ଇ ଯାହା ବି କରୁ ଯେତେ ଶୀଘ୍ର ଫଳ ପ୍ରକାଶ କଲେ ସେହି ଅନୁସାରେ ଅଭିଭାବକମାନେ ଆଗାମୀ ଶିକ୍ଷା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବେ ।

– ଚାରୁବାଳା ନନ୍ଦ, ଅଭିଭାବକ

ଏଣ୍ଟ୍ରାନ୍ସ ପାଇଁ ସମୟ ମିଳିବ
କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବୀକାର କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ଏଥିସହ ଇଚ୍ଛୁକ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରିବେ ବୋଲି କୁହାଯାଇଛି। ତେବେ ଏହି ନିଷ୍ପତ୍ତି ଦ୍ୱାରା ଆଗାମୀ ଦିନରେ ହେବାକୁଥିବା ଅନ୍ୟ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆମକୁ ଅଧିକ ସମୟ ମିଳିଯିବ।

ବୈଜୟନ୍ତୀ ପଟ୍ଟନାୟକ, ଛାତ୍ରୀ, କଟକ

ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଡ଼ିବ
କରୋନା ମହାମାରୀ ସମୟରେ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ କିଛି ପିଲା ସ୍ବାଗତ କରିଥିବା ବେଳେ କିଛି ପିଲା ନିରାଶ ହୋଇଛନ୍ତି। ତେବେ ସମସ୍ତଙ୍କୁ ସୁହାଇବା ଭଳି ସିବିଏସ୍‌ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତାହା ସମସ୍ତଙ୍କୁ ଗ୍ରହଣ କରିବାକୁ ପଡିବ।

-ପ୍ରଭୁଚରଣ ମହାନ୍ତି,ସେଣ୍ଟ ଜାଭିୟର ଗ୍ରୁପ୍‌, କଟକ

ମାପକାଠି ଠିକ୍‌ ହୋଇନାହିଁ
ସିବିଏସ୍‌ଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଉତ୍ତୀର୍ଣ୍ଣ ନେଇ ନିର୍ଦ୍ଧାରଣ ହୋଇଥିବା ମାପକାଠି ଠିକ୍‌ ହୋଇନାହିଁ। ମାଟ୍ରିକ ପରୀକ୍ଷାର ମାର୍କକୁ ବାଦ୍‌ ଦେଇ କେବଳ ଯୁକ୍ତଦୁଇର ସମସ୍ତ ପରୀକ୍ଷାର ମାର୍କକୁ ମିଶାଇ ମାପକାଠି ନିର୍ଦ୍ଧାରିତ ହୋଇଥିଲେ ଉଚିତ ହୋଇଥାନ୍ତା। ଏଭଳି ଅନେକ ଛାତ୍ରୀଛାତ୍ର ଅଛନ୍ତି ଯେଉଁମାନେ ପ୍ରିବୋର୍ଡ ପରୀକ୍ଷା ଦେଇ ନାହାନ୍ତି। ସେମାନଙ୍କ ପାଇଁ ଏହି ମାପକାଠି ସମ୍ପୂର୍ଣ୍ଣ ଭୁଲ୍‌ ହୋଇଯିବ।

-କୁମାର ରୋଶନ,

ଯାଜପୁର ରୋଡ, ଯାଜପୁର

ଭବିଷ୍ୟତକୁ ଦେଖି ନିଷ୍ପତ୍ତି ନିଆଯାଉ
ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସ୍ବାଗତ କରିବୁ। ମେଧାବୀ ଛାତ୍ରୀଛାତ୍ରୀଙ୍କ କ୍ୟାରିୟର ମାର୍କିଂରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ସରକାର ଯନତ୍ବାନ ହେବାର ଆବଶ୍ୟକତା ରହିଛି।
– ବୈଶବୀ ମହାନ୍ତି, ଯୁକ୍ତ ୨ ଛାତ୍ରୀ, ବାଲେଶ୍ୱର।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରଥଯାତ୍ରାର ଆଦ୍ୟପର୍ବ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି...

ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ

ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍‌ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍‌ଆଇଙ୍କୁ ଜଣେ ଜେଲ୍‌ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...

ବେଦାନ୍ତର ଅସୁରକ୍ଷିତ ଖଣି

ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର...

କୋଭିଡ୍‌ ପରିଚାଳନା ତ୍ରୁଟିପୂର୍ଣ୍ଣ, ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ: ନିରଞ୍ଜନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ପୃଥିବୀ ଇତିହାସରେ କେବେ ଦେଖାଯାଇ ନ ଥିଲା।...

ରଥଯାତ୍ରା ପରିଚାଳନା ପାଇଁ ଏସ୍‌ଓପି ପ୍ରସ୍ତୁତ ହେବ

ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ...

ବିନା ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ସର୍କରା ସ୍ଥିତି

ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ...

ଭିମ୍‌ସାରରେ ୧୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୭ା୬ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ମିଳିଥିବା ରିପୋର୍ଟ ମୁତାବକ,...

ଆଜି ରାଜ୍ୟରୁ ୪୩୩୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ହେବ କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୪୩୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
Next Post Next post:
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍‌ଏସ୍‌ର ତଦନ୍ତ ଆରମ୍ଭ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts