ନୂଆଦିଲ୍ଲୀ,୭।୬: ଭାରତ ବିରୋଧରେ ଆମେରିକାର ଟାରିଫ୍ ଯୁଦ୍ଧକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣିଥରେ ବଢ଼ାଇଛନ୍ତି। ଭାରତରୁ ଆମେରିକା ଆମଦାନୀ କରୁଥିତ୍ବା ଚିଙ୍ଗୁଡ଼ି, ବାସମତି ଚାଉଳଠାରୁ ଆରମ୍ଭ କରି ଆସବାବପତ୍ର ଏବଂ ଅଳଙ୍କାର ଆଦି ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ବାଇଡେନ୍ ଧମକ ଦେଇଛନ୍ତି। ନୂଆଦିଲ୍ଲୀ ବୃହତ ଟେକ୍ନୋଲୋଜି କମ୍ପାନୀ ଉପରେ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଲଗାଇଥିବାରୁ ଏହାର ଜବାବରେ ଆମେରିକା ଉପରୋକ୍ତ ନିଷ୍ପତ୍ତି ନେଇଛି। ଭାରତରୁ ଆମେରିକା କିଣୁଥିବା ୨୬ଟି ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିବାକୁ ଏହାର ବାଣିଜ୍ୟ ପ୍ରତିନିଧି କାଥେରିନ୍ ଟାଇ ୨ ତାରିଖରେ ଘୋଷଣା କରିଥିଲେ। ତେବେ ଏହି ବର୍ଦ୍ଧିତ ଶୁଳ୍କ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଥିଲେ। ଭାରତ ସରକାର ଗତବର୍ଷ ଏପ୍ରିଲରେ ଆମାଜନ, ଫେସ୍ବୁକ, ଗୁଗଲ୍ ଭଳି ବୃହତ୍ ବିଦେଶୀ ଟେକ୍ନୋଲୋଜି ଏବଂ ଇ-କମର୍ସ କମ୍ପାନୀ ଏଠାରେ କରୁଥିବା ଆୟ ଉପରେ ୨ ପ୍ରତିଶତ ଲାଗୁ କରିଥିଲେ। ଏହାକୁ ତତ୍କାଳୀନ ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧ କରିଥିଲେ। ଏବେ ବାଇଡେନ୍ ସେଥିରେ ସାମିଲ ହୋଇଛନ୍ତି।
Posted inଅନ୍ତର୍ଜାତୀୟ View All
କୋଭିଡ୍ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି
ଲଣ୍ଡନ,୨୫।୬: କୋଭିଡ୍-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ସର୍ବ ସମ୍ମୁଖରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ
ନାଇରୋବି,୧୨ା୬: ଇଥିଓପିଆର ସରକାରୀ ବଳ ଜଣେ ନାବାଳକଙ୍କୁ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁଦଣ୍ଡ ଦେଇଥିବା ହ୍ୟୁମାନ ରାଇଟ୍ସ ଓ୍ବାଚ୍ ପକ୍ଷରୁ ସୂଚନା ଦିଆଯାଇଛନ୍ତି। ଓରୋମିଆ ଅଞ୍ଚଳରେ ସୈନ୍ୟମାନେ...
ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ…
ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...
ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ
ଓ୍ବାଶିଂଟନ୍,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...
ଗଣତନ୍ତ୍ର ସପକ୍ଷରେ ମ୍ୟାନ୍ମାର ସୈନ୍ୟ
ନାପିତାଉ, ୧୩ା୬(ଆଇଏଏନ୍ଏସ୍): ମ୍ୟାନ୍ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ...
ଆଡ୍ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା
ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ...
ଭାକ୍ସିନ୍ ନେଲେ ବି ମାସ୍କ୍ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…
ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...


