Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍‌ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?

ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଲୋକପ୍ରିୟ ଟେଲିଭିଜନ ଉଦ୍‌ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ ସମ୍ପର୍କକୁ ଲୁଚାଇ ରଖିଥିଲେ। ଏବେ ବୁମ୍‌ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପ୍ରସ୍ତୁତିରେ ଲାଗିଛନ୍ତି। ଏହାପୂର୍ବରୁ ସେ ଆଇସିସି ପକ୍ଷରୁ ଆୟୋଜିତ ଏକ ସାକ୍ଷାତକାରରେ ଭାଗନେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କାରଣ ଏହାର ହୋଷ୍ଟ ଥିଲେ ତାଙ୍କ ସ୍ତ୍ରୀ ସଞ୍ଜନା।

ବୁମ୍‌ରା ଯେତେବେଳେ ସାକ୍ଷାତକାର ପାଇଁ ପହଞ୍ଚିଛନ୍ତି ସଞ୍ଜନା ମଜାଳିଆ ଢ଼ଙ୍ଗରେ ‘ମୁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି’ ବୋଲି କହିଥିଲେ। ଜବାବରେ ବୁମ୍‌ରା ମୁଁ ବାସ୍‌ ପାଖରେ ହିଁ ଅଛି ବୋଲି କହିଥିବା ଦେଖାଯାଇଛି।

ସାକ୍ଷାତକାରରେ ବୁମ୍‌ରାଙ୍କୁ କିଛି ପୁରୁଣା ଫଟୋ ଦେଖାଯାଇ ତା’ ପଛରେ ଥିବା କାହାଣୀ ବିଷୟରେ ପଚରାଯାଇଥିଲା। ଗୋଟିଏ ଫଟୋ ବର୍ଡର-ଗାଭାସ୍କର ଟ୍ରଫିକୁ ନେଇଥିବା ବେଳେ ଆଉ ଗୋଟିଏ ଗୀଟାର ବଜାଇବାକୁ ନେଇ ପଚରାଯାଇଥିଲା। ସେହିଭଳି ସିକ୍ସ ପ୍ୟାକ୍‌ ଆବ୍ସକୁ ନେଇ ବୁମ୍‌ରାଙ୍କୁ ପ୍ରଶ୍ନ କରାଯାଇଥିଲା। ବିବାହର ମଧ୍ୟ ଏକ ଫଟୋ ଦେଖାଯାଇଥିଲା। ଫଟୋ ଦେଖି ବୁମ୍‌ରା ପଚାରିଥିଲେ ଏଥିରେ କିଏ ଅଛନ୍ତି, ପୂର୍ବରୁ ଦେଖିବା ଭଳି ଲାଗୁଛି? ଏହା ଶୁଣି ସଞ୍ଜନା ହସିଥିଲେ। ତେବେ ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଦିନ। ନିକଟରେ ହୋଇଛି। ଆପଣଙ୍କୁ ଏ ବିଷୟରେ ଜଣାଥିବ ବୋଲି ବୁମ୍‌ରା କହିଥିବା ଦେଖାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.