E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ଶ୍ୱେତ କବକ
12:47 pmJune 21, 2021

କିଛି ରିପୋର୍ଟ ଅନୁଯାୟୀ, ଧଳା ଫଙ୍ଗସ୍‌ ରୋଗ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ରେ ଆକ୍ରାନ୍ତ ରୋଗୀମାନେ ଧଳା ଫଙ୍ଗସ୍‌ ବା ଶ୍ୱେତ କବକ (ହ୍ବାଇଟ୍‌ ଫଙ୍ଗସ୍‌)ରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି, କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ ତଥା ଫୁସ୍‌ଫୁସ୍‌କୁ ପ୍ରଭାବିତ କରି ସମାନ ଲକ୍ଷଣ ସୃଷ୍ଟି କରିଥାଏ। ଏପରି ସମସ୍ୟା ପାଇଁ କ୍ୟାଣ୍ଡିଡା ଏବଂ ଆସ୍ପର୍ଗିଲସ୍‌ ନାମକ ଦୁଇଟି କବକ ମୁଖ୍ୟତଃ ଦାୟୀ। କଳା ଫଙ୍ଗସ୍‌ ଅପେକ୍ଷା ଏଗୁଡ଼ିକ ଅଧିକ ମାତ୍ରାରେ ଦେଖାଦିଏ ଏବଂ ଅଧିକ ଗୁରୁତର ରୋଗର କାରଣ ହୋଇପାରେ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହି ସଂକ୍ରମଣ ଆଶଙ୍କା ଅଧିକ ମାତ୍ରାରେ ଥାଏ।
କ୍ୟାଣ୍ଡିଡିଆସିସ୍‌ : ସୁସ୍ଥ ମନୁଷ୍ୟ ଶରୀରରେ କ୍ୟାଣ୍ଡିଡା ଚର୍ମ ତଥା ମୁଖ୍ୟ ଏବଂ ଅନ୍ତନଳୀରେ ଅବସ୍ଥିତ ଥାଏ। ଏହାର ସଂକ୍ରମଣ ଶିଶୁ, ବୃଦ୍ଧ ଏବଂ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। କୃତ୍ରିମ ଦାନ୍ତ ସମୂହ, ଗର୍ଭ ନିରୋଧକ ବଟିକା, ହରମୋନ ରିପ୍ଲେସମେଣ୍ଟ ଥେରାପି, ବନ୍ଧ୍ୟାକରଣ ଚିକିତ୍ସା ଦ୍ୱାରା ଏହି ସଂକ୍ରମଣର ଆଶଙ୍କା ବଢ଼ିଥାଏ। ଏହି ଫଙ୍ଗସ୍‌ ଚର୍ମ, ନଖ, ପାଟି, ଗଳା, ଅନ୍ତନଳୀର ଉପରିଭାଗ, ଯୌନାଙ୍ଗକୁ ସାଧାରଣତଃ ପ୍ରଭାବିତ କରିଥାଏ। କିଛି କ୍ଷେତ୍ରରେ ପାକସ୍ଥଳୀ, ଅନ୍ତନଳୀ, ମୂତ୍ରନଳୀ ଏବଂ ଶ୍ୱାସକ୍ରିୟାକୁ ସଂକ୍ରମିତ କରିପାରେ। ଦୀର୍ଘ ସମୟ ଧରି ପହଁରିବା ପୋଷାକ, ଡାଏପର ପରିଧାନ ଦ୍ୱାରା ଚର୍ମ ଆର୍ଦ୍ର ହୋଇ କ୍ୟାଣ୍ଡିନାରେ ସଂକ୍ରମିତ ହୋଇଥାଏ। ଡିଟରଜେଣ୍ଟ ଅଥବା ଡୋଉଚ୍‌ (ଶରୀର ସଫା ରଖିବା ପାଇଁ ବ୍ୟବହୃତ ହେଉଥିବା ତରଳ ପଦାର୍ଥ) ସହ ସଂସ୍ପର୍ଶରେ ଆସିବା ପରେ ତଥା ଗର୍ଭାବସ୍ଥାରେ ଘଟୁଥିବା ହରମୋନ ସ୍ତରରେ ପରିବର୍ତ୍ତନ ଯୋଗୁ ନାରୀମାନଙ୍କ ଯୌନାଙ୍ଗରେ ଏହି ଇନ୍‌ଫେକ୍ସନ ଦେଖାଦିଏ। ସ୍ତନ୍ୟପାନ କରାଉଥିବା ନାରୀମାନଙ୍କର ସ୍ତନାଗ୍ରରେ କ୍ୟାଣ୍ଡିଡା ହୋଇପାରେ। କ୍ୟାଣ୍ଡିଡିଆସିସ୍‌ରେ ଆକ୍ରାନ୍ତ ଯୋନିବାଟେ ଜନ୍ମ ନେଇଥିବା ନବଜାତ ଶିଶୁମାନଙ୍କଠାରେ ମଧ୍ୟ ଏହି ଇନ୍‌ଫେକ୍ସନ ଦେଖାଦିଏ। ଏହାର ସାଧାରଣ ଲକ୍ଷଣ ହେଲା ଜିଭ, ପାଟି ଏବଂ ଗଳାରେ ଉତ୍ତେଜନା, ଧଳା ପ୍ୟାଚ୍‌ ଆଦି। ଏକ୍ସୋଫଙ୍ଗସ୍‌ ସଂକ୍ରମିତ ହେଲେ ଗିଳିବାରେ ଅସୁବିଧା, ଯନ୍ତ୍ରଣା ସହ ପେଟ ଦରଜ, ବାନ୍ତି ଆଦି ଦେଖାଦିଏ। ଚର୍ମ କୁଣ୍ଡେଇ ହେବା, ଉତ୍ତେଜନା, ଘା, ନଖ ନଷ୍ଟ ହେବା ଆଦି ସମ୍ଭବ। ପାକସ୍ଥଳୀ, ଅନ୍ତନଳୀ ସଂକ୍ରମିତ ହେଲେ ପେଟ କାଟିବା, ଫୁଲିବା, ବାନ୍ତି, ପତଳା ଝାଡ଼ା, ହାକୁଟି, ଗ୍ୟାସ୍‌, ମଳଦ୍ୱାର କୁଣ୍ଡେଇ ହେବା, ଗ୍ୟାଷ୍ଟ୍ରିକ ଅଲସର୍‌ ଦେଖାଦିଏ। ମୂତ୍ର ତଥା ଶ୍ୱାସକ୍ରିୟା ଜନିତ ଲକ୍ଷଣ ମଧ୍ୟ ଦେଖାଦେଇପାରେ। (କ୍ରମଶଃ..)

ଡା. ସୁନୀଲ କୁମାର କୋଟା
-ମଧୁମେହ, ହରମୋନ୍‌ ରୋଗ ବିଶେଷଜ୍ଞ
ଡାଏବେଟିସ୍‌ ଏଣ୍ଡ୍‌ ଏଣ୍ଡୋକେୟାର କ୍ଲିନିକ୍‌, ବ୍ରହ୍ମପୁର
ମୋ: ୭୭୪୯୮୦୪୪୦୧


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ମେଦବହୁଳତା ଓ ଆଜ୍‌ମା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାର ସ୍ଥାୟୀ ଉପଚାର ନାହିଁ। ତେଣୁ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବାକୁ ପଡ଼ିଥାଏ।...

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ...

ବାଏ ବାଏ ବ୍ୟାକ୍‌ ପେନ୍‌

ବାଇକ୍‌ ଚଳାଇବାବେଳେ ଆଗକୁ ଝୁଙ୍କି ରହିବା ହେଉ କି ନୂଆ ସାଇକେଲ ଚାଳକଙ୍କ ବହୁତ ବାଟ ସାଇକେଲ ଚଳାଇବା। ଅବା ଆଜିକାର ଓ୍ବାର୍କ ଫ୍ରମ୍‌ ହୋମ୍‌...

ଫିକା ଫିକା ରଜ

ବାହାଘର ପରେ ପ୍ରଥମ ରଜ। ନୂଆ ପିନ୍ଧିବା, ସ୍ବାମୀଙ୍କ ସହ ବୁଲିଯିବା ଆଉ ବାପଘରେ ଯାଇ ପୁରୁଣାଦିନର ରଜ ଅନୁଭୂତିକୁ ସାଉଁଟିବାକୁ ନେଇ କେତେ କେତେ...

ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ...

ଜୀବନରେ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ...

ପାର୍ଲର ଯିବା ପୂର୍ବରୁ…

  ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ...

ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସୌଭାଗ୍ୟ ବୃଦ୍ଧି ପାଇଁ କରିବେ କେଉଁ ପ୍ରକାର ଯୋଗାସନ, ଜାଣନ୍ତୁ …
Next Post Next post:
ଟିକଟ କନଫର୍ମ, ନିର୍ବାଚନ ପାଇଁ ପ୍ରସ୍ତୁତି କର: ୫୦ ନେତାଙ୍କୁ ଫୋନ୍‌ କଲେ ପ୍ରିୟଙ୍କା…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts