ମହାକାଳପଡ଼ା,୨୮ା୬(ଡି.ଏନ୍.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ ମୋବାଇଲ୍ ଫୋନରେ ୟୁଟ୍ୟୁବ ମାଧ୍ୟମରେ ଦଶମ ଯାଏ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଅନେକ ଅଞ୍ଚଳରେ ବିଦ୍ୟୁତ୍, ସର୍ଭର, ସ୍ମାର୍ଟ ଫୋନ, ପରିଚାଳନା, ଆର୍ଥତ୍କ ଆଦି ଅନେକ ସମସ୍ୟା ଦେଖା ଦେବା ସମ୍ଭାବନା ରହିଛି।
ମୋବାଇଲ ୟୁଟ୍ୟୁବ୍ରେ ପିଲାଙ୍କୁ ଶିକ୍ଷା ପ୍ରଦାନକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଏହି ଶିକ୍ଷାକୁ ପିଲାମାନେ କେତେ ଗ୍ରହଣ କରୁଛନ୍ତି ଆଗାମୀ ଦିନ କହିବ। ଅନେକ ପିଲାଙ୍କ ପରିବାରରେ ସ୍ମାର୍ଟ ମୋବାଇଲ୍ ସାତସପନ। ଗରିବ ପରିବାରରେ ପିଲାମାନେ ଅର୍ଥ ଅଭାବ ଯୋଗୁ ଭୋକ ଉପାସରେ ସମୟ ଅତିବାହିତ କରୁଛନ୍ତି। ଏମାନଙ୍କ କହିବା କଥା ପେଟ ଜଳୁଥିବା ବେଳେ ଭୋକ ଚିନ୍ତା ଖାଉଛି। ପାଠ ଓ ମୋବାଇଲ୍ କଥା ପଚାରେ କିଏ। ଏ ହେଉଛି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁା ଜଙ୍ଗଲଘେରି ଜନଜାତିମାନଙ୍କ ପରିବାର କାହାଣୀ। ଏହି ପରିବାରରେ ଚାଷ ଜମି ନାହିଁ। ଜଙ୍ଗଲ, ନଦୀ, ସମୁଦ୍ରରୁ ମାଛ କଙ୍କଡା ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ମୋବାଇଲ ଏମାନଙ୍କ ପାଇଁ ସାତସପନ। ବ୍ଲକର ପେଟଛେଲା ପଞ୍ଚାୟତର ଆଦିବାସୀ ଶବର ସମ୍ପ୍ରଦାୟ ଜଙ୍ଗଲଘେରି ଗଁାର ଚିତ୍ର। ଏ ହେଉଛି କେତେଜଣ ପାଠପଢା ପିଲାଙ୍କ ପରିବାରର କାହାଣୀ। ପିଲାମାନେ ଘରଠାରୁ ଦୂରରେ ଥିବା ସ୍କୁଲରେ ନାଁ ଲେଖାଇ ଥିଲେ। କରୋନାରେ ପାଠପଢ଼ା ଛାଡ଼ି ମାଛ, କଙ୍କଡା ସ୍ଥାନୀୟ ବଜାରରେ ବିକି ପରିବାରର ଭୋକ ମେଣ୍ଟଇବାକୁ ପଡ଼େ। ତେଣୁ ସରକାରଙ୍କ ସ୍ମାର୍ଟ ଶିକ୍ଷା ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। କେତେଜଣ ଏହି ଜନଜାତି ପିଲାଙ୍କୁ ଭେଟି ପଚାରିବାରୁ ସେମାନେ କୁହନ୍ତି, ଅଭାବୀ ସଂସାରରେ ପେଟକୁ ମୁଠେ ଖାଇବାକୁ ଦାନା ନାହିଁ। ଦିନେ ଖାଇଲେ ଦିନେ ଉପବାସ ରହୁଛୁ। ଟଙ୍କା କେଉଁଠୁ ଆସିବ ଯେ, ସ୍ମାର୍ଟ ମୋବାଇଲ୍ ଓ ଟିଭି ଦେଖି ପଢିବୁ। ବ୍ଲକର ସିଂପଡ଼ା, ଲୁଣିମାଠିଆ, ପନ୍ଦରମାଇଲି, ଜମ୍ବୁ, ସୁନିତି, ବାର ନମ୍ବର, ଆଖୁଗଡା, ବାଘୁଆମେଦ ଭଳି ଆଦିବାସୀ ବହୁଳ ଅଞ୍ଚଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳିଛି। ଯଦି ରାଜ୍ୟ ସରକାର ଏହି ଜନଜାତି ପରିବାର ପିଲାଙ୍କୁ ସ୍ମାର୍ଟ ଶିକ୍ଷା ପାଇଁ ମୋବାଇଲ୍ ପ୍ରଦାନ ଓ ତାଲିମ ଦେବାର ବ୍ୟବସ୍ଥା କରନ୍ତେ ସେମାନେ ପାଠ ପଢା ପ୍ରତି ମନ ବଳାନ୍ତେ। ନଚେତ ସରକାରଙ୍କ ଅନ୍ଲାଇନ ସ୍ମାର୍ଟ ଶିକ୍ଷା ଯୋଜନା ଫେଲ୍ ମାରିବ ବୋଲି ଅଞ୍ଚଳର କେତଜଣ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ ପ୍ରମୁଖ ମତ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.