ମିକ୍ସଡ୍ ମାର୍ସାଲ ଆଟର୍ସ(ଏମ୍ଏମ୍ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ ଗତବର୍ଷ ହଠାତ୍ ଅବସର ଘୋଷଣା କରିଥିଲେ। ତେବେ ତାଙ୍କ ଅବସର ପଛର କାରଣ ଥିଲା ମା’ଙ୍କୁ ଦେଇଥିବା କଥା। କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବାପା ତଥା କିମ୍ବଦନ୍ତୀ କୋଚ୍ ଅବଦୁଲମାନାପ ନୁରମାଗୋମେଡୋଭଙ୍କ ଅନୁପସ୍ଥିତିରେ ଲଢ଼ିବେ ନାହିଁ ମା’ଙ୍କୁ କଥା ଦେଇଥିଲେ। ଗତବର୍ଷ ଜୁଲାଇରେ ଖବିବ୍ଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ମାତ୍ର ଥରେ ପେଶାଦାର ଏମ୍ଏମ୍ଏ ଫାଇଟରେ ଭାଗନେଇଥିଲେ। ସେହି ମ୍ୟାଚ୍ରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ୩୨ ବର୍ଷୀୟ ଫାଇଟର କ୍ୟାରିୟରରେ ୨୯ ମ୍ୟାଚ୍ ଖେଳିଥିଲେ ମଧ୍ୟ କଦାପି ପରାଜୟର ମୁହଁ ଦେଖି ନାହାନ୍ତି। ଉଲ୍ଲେଖଯୋଗ୍ୟ, ତାଙ୍କୁ ପିଲା ଦିନରୁ ଟ୍ରେନିଂ ଦେଉଥିଲେ ବାପା ଅବଦୁଲମାନାପ। ଏପରି କି ତାଙ୍କୁ ୯ ବର୍ଷ ହୋଇଥିଲାବେଳେ ତାଙ୍କ ବାପା ଭାଲୁ ସହ ଲଢ଼େଇ କରାଉଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.