ବ୍ୟାଙ୍କକ୍: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ସିସିଟିଭି ଫୁଟେଜରେ ଏହି କାର୍ଯ୍ୟ କଏଦ ହୋଇଥିଲା। ଏବେ ସୋସିଆଲ ମିଡିଆରେ ତାହା ଭାଇରାଲ ହେଉଛି।
ଘଟଣାଟି ଥାଇଲାଣ୍ଡର। ୩୬ ବର୍ଷୀୟ କାନୋକ ଓ୍ବାନ୍ ବ୍ୟାଙ୍କକର ଏକ ସ୍କୁଲର ପାର୍କିଂ ସ୍ଥାନରେ ଛିଡ଼ା ହୋଇଥିବା ଦୁଇ ଚକିଆ ଯାନକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। କାରଣ ସେ ତାଙ୍କ ପୂର୍ବ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ପାଖରେ ଥିବା ଅନ୍ୟ ୬ଟି ଚକିଆ ଯାନରେ ମଧ୍ୟ ନିଆଁ ଲାଗିଯାଇଥିଲା।
ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଶ୍ରୀନଖରିନଭିରୋଟ ବିଶ୍ୱବିଦ୍ୟାଳୟ ପ୍ରସାରମିତ ଡେମୋଷ୍ଟ୍ରେଶନ ସ୍କୁଲ ଭିତରେ ଥିବା ପାର୍କିଂ କୋଠାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଥିଲା। ମହାମାରୀ ଯୋଗୁ ଛାତ୍ରମାନେ ଘରୁ ଅନଲାଇନ୍ କ୍ଲାସ ନେଉଥିବାରୁ କେହି ଆହତ ହୋଇ ନ ଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ସେମାନେ ୧୦ ମିନିଟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ସୁରକ୍ଷା କ୍ୟାମେରା ଫୁଟେଜ ଯାଞ୍ଚ ସମୟରେ ମହିଳାଜଣଙ୍କ ସ୍କୁଲ କର୍ମଚାରୀଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ବୋଲି ଜଣାପଡ଼ିଥିଲା। ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ତେବେ ସେ ପ୍ରେମରେ ଥିବା ସମୟରେ ପୂର୍ବ ପ୍ରେମିକଙ୍କୁ ୨୩ ଟଙ୍କା ମୂଲ୍ୟର ଏକ ବାଇକ ଉପହାରରେ ଦେଇଥିଲେ। ହେଲେ ଉଭୟ ଅଲଗା ହେବାପରେ ସେ ପୁଣିଥରେ ତାଙ୍କ ପାଖକୁ ଫେରିବାକୁ ଚାହୁଁଥିଲେ। ଏଥିରେ ଅରାଜି ହେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆରିଥିବା ଜଣାପଡ଼ିଛି। ଏନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଚାଲିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.