E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ବାକ୍‌ ସ୍ବାଧୀନତା ବନାମ ମିଥ୍ୟା ଖବର
7:46 amJune 19, 2021

ଅନିଲ କୁମାର ବିଶ୍ୱାଳ

କୋଭିଡ୍‌ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍‌ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ ପ୍ରଭାବିତ କରିଛି, ଏହାକୁ ନେଇ ସାଧାରଣରେ ବିତର୍କ ତିଆରି ହୋଇଛି। ସେଥିରୁ ଗୋଟିଏ ହେଲା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟୁଇଟର ସହିତ ସରକାରଙ୍କର ବିବାଦ। ବାସ୍ତବରେ ଏହି ବିବାଦ କେବଳ ଏକ ଘରୋଇ ବ୍ୟବସାୟ ପ୍ରତିଷ୍ଠାନ ସହିତ ସରକାରଙ୍କର ବିବାଦ ବୋଲି କୁହାଯାଇ ଏହାକୁ ସୀମିତ କରାଯାଇପାରିବ ନାହିଁ କାରଣ ଏହି ବିବାଦ ଏବେ ଦେଶର ରାଜନୀତି ପାଣିପାଗକୁ ଗରମ କରିବା ସହିତ ମାମଲା ହାଇକୋର୍ଟକୁ ଗଲାଣି। ଏହି ନୂଆ ଆଇଟି ନିୟମକୁ ନେଇ ଟୁଇଟର ଓ କେନ୍ଦ୍ର ସରକାରଙ୍କ ଭିତରେ ଚାଲିଥିବା ବିବାଦ ଦିନକୁ ଦିନ ଆଗକୁ ବଢୁଛି। ଟୁଇଟର ବାକ୍‌ ସ୍ବାଧୀନତାର ସୁରକ୍ଷା କଥା କହୁଥିବା ବେଳେ କେନ୍ଦ୍ର ସରକାର ମିଥ୍ୟା ଖବର ରୋକିବା କଥା କହୁଛନ୍ତି। ଦୁଇଟି ଯାକ ପ୍ରସଙ୍ଗ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଅତିବ ଗୁରୁତ୍ୱପୂର୍ଣ୍ଣ। ଭାରତ ଭଳି ବିବିଧତା ସମ୍ପନ୍ନ ଦେଶରେ ଏହା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ। ବାକ୍‌ ସ୍ବାଧୀନତାରେ ରୋକ୍‌ ଲାଗିଗଲେ ବା ସେଭଳି ପ୍ଲାଟଫର୍ମଗୁଡ଼ିକ ଉପରେ ଅଙ୍କୁଶ ଲାଗିଗଲେ ଲୋକମାନଙ୍କର ସ୍ବର ଦୁର୍ବଳ ହୋଇଯିବ, ଶାସନତନ୍ତ୍ର ସ୍ବେଚ୍ଛାଚାରୀ ହୋଇଯିବ। ସେହିପରି ମିଥ୍ୟା ଖବରର ପ୍ରଚାର ମଧ୍ୟ ଦେଶର ଜନଜୀବନର କ୍ଷତି କରିପାରେ। ଆଗରୁ ହୋଇଥିବା ଅନେକ ଦଙ୍ଗା ପଛରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ଖବର ପ୍ରମୁଖ କାରଣ ପାଲଟିଛି। ବିବାଦର କାରଣ ହେଉଛି ଫେବୃୟାରୀ ୨୫ରେ ସରକାର ଆଣିଥିବା ନୂଆ ଆଇଟି ନିୟମ ଅନୁସାରେ ଯେଉଁ ସାମାଜିକ ଗଣମାଧ୍ୟମଗୁଡ଼ିକର ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଅଛନ୍ତି ସେମାନେ ଭାରତରେ ଅଭିଯୋଗ ଗ୍ରହଣ କରିବା ଓ ଅଧିକାରୀ ନିଯୁକ୍ତ କରିବା ପାଇଁ ବାଧ୍ୟ; ଯାହାକୁ ଫେସ୍‌ବୁକ, ହ୍ବାଟ୍‌ସଆପ, ଇନ୍‌ଷ୍ଟାଗ୍ରାମ୍‌ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକ ମାନିସାରିଥିବା ବେଳେ କେବଳ ଟୁଇଟର ମାନିନାହିଁ। ବାସ୍ତବରେ ଉଭୟ ଦିଗରୁ ଦେଖିଲେ ଜଣେ ବାକ୍‌ ସ୍ବାଧୀନତାର ଆଳ ଦେଖାଇ ମିଥ୍ୟା ଖବର ପ୍ରସାରଣରେ ରୋକ୍‌ ଲଗାଇବା ପାଇଁ ବହୁତ ଗୁରୁତ୍ୱର ସହିତ ଚାହୁଁନାହିଁ, ଆଉ ଜଣେ ମିଥ୍ୟା ଖବରକୁ ବନ୍ଦ କରିବା ପାଇଁ ଚାହୁଁଛି କିନ୍ତୁ ବାକ୍‌ ସ୍ବାଧୀନତାକୁ ସେତେ ଗୁରୁତ୍ୱର ସହିତ ନେଉ ନାହିଁ। ବିବାଦ ଏହି ଦୁଇଟି ସ୍ପର୍ଶକାତର ବିଷୟରେ ଅଟକି ଯାଇଛି।
ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ବିଧାନରେ ମୌଳିକ ଅଧିକାରର ମାନ୍ୟତା ଦିଆଯାଇଛି। ହେଲେ ବି ଏହା ଆଇନର ଗଣ୍ଡି ଭିତରେ ବନ୍ଧା। ବାକ୍‌ ସ୍ବାଧୀନତା ଆଳରେ କେହି ମିଥ୍ୟା ଖବର ପ୍ରସାରଣ କରିପାରିବେ ନାହିଁ କି କାହାକୁ ମିଛରେ ଆକ୍ଷେପ କରିପାରିବେ ନାହିଁ ।
କାହାକୁ ସମାଲୋଚନା କଲା ବେଳେ ସମାଲୋଚିତ ହେଉଥିବା ବ୍ୟକ୍ତି ବା ଅନୁଷ୍ଠାନର ସାମ୍ବିଧାନିକ ଅଧିକାର ପ୍ରତି ଧ୍ୟାନ ଦେବାକୁ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଜିର ଟେକ୍ନୋଲୋଜି ଯୁଗରେ ସାମାଜିକ ଗଣମାଧ୍ୟମ ଅଭିବ୍ୟକ୍ତିର ସ୍ବାଧୀନତାରେ ନୂଆ ସ୍ବରୂପ ପାଲଟିଛି। ଆଗରୁ ଗଣମାଧ୍ୟମ ଏହି କାମକୁ କରୁଥିଲା। ଗଣମାଧ୍ୟମକୁ ଲୋକେ ଖାଲି ପଢ଼ିଲେ, ଶୁଣିଲେ, ହେଲେ ପ୍ରତିକ୍ରିୟା ଦେଇପାରିଲେ ନାହିଁ। ସାଧାରଣ ଲୋକଟିର ପ୍ରତିକ୍ରିୟାକୁ ଯେତେବେଳେ ପାରମ୍ପରିକ ଗଣମାଧ୍ୟମ ସାଉଁଟି ପାରିଲାନି ସେତେବେଳେ ଯେଉଁ ଶୂନ୍ୟସ୍ଥାନ ତିଆରି ହେଲା ତାକୁ ପୂରଣ କରିଲା ସାମାଜିକ ଗଣମାଧ୍ୟମ। ପରେ ସାମାଜିକ ଗଣମାଧ୍ୟମଗୁଡ଼ିକର ରାଜନୈତିକ ରୁଚି ବଢ଼ିଥିଲା। ଉଦାହରଣ ସ୍ବରୂପ ଗତ ଆମେରିକା ନିର୍ବାଚନରେ ଟୁଇଟର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ତାଙ୍କ ସମର୍ଥକମାନଙ୍କ ଆକାଉଣ୍ଟଗୁଡ଼ିକୁ ପ୍ରତିବନ୍ଧିତ କରିଥିଲା। ଖାଲି ଆମେରିକା ନୁହେଁ ବରଂ ୨୦୧୭ରେ ଜର୍ମାନୀ ନିର୍ବାଚନ, ୨୦୧୯ରେ ବ୍ରିଟିଶ ନିର୍ବାଚନରେ ଟୁଇଟରର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ମଧ୍ୟପ୍ରାଚ୍ୟରେ ଚାଲିଥିବା ‘ଆରବ ସ୍ପ୍ରିଙ୍ଗ’ ଆନ୍ଦୋଳନ ପଛରେ ଫେସ୍‌ବୁକ ଓ ଟୁଇଟରର ପ୍ରଚ୍ଛନ୍ନ ହାତ ରହିଥିବା ପ୍ରଭାବିତ ହୋଇଥିବା ଦେଶର ସରକାରଗୁଡ଼ିକ ଅଭିଯୋଗ କରିଥିଲେ। ସେହିପରି ଅତୀତରେ ବିଭିନ୍ନ ସମୟରେ ଦେଖାଯାଇଛି ଯେ, ନିର୍ବାଚିତ ସରକାରଗୁଡ଼ିକ ସରକାରଙ୍କୁ ଭଲ ଲାଗୁ ନ ଥିବା ଖବରକୁ ବରଦାସ୍ତ କରିବା ମାନସିକତାରେ ନାହାନ୍ତି। ସରକାରଙ୍କୁ ଅଡୁଆରେ ପକାଇଲା ଭଳି ଖବର ବା ମତକୁ ସରକାର ଆଇନର ଅପପ୍ରୟୋଗ ମାଧ୍ୟମରେ ଚାପି ଦେବା ପାଇଁ ଚାହାନ୍ତି। ଏମିତି ଅନେକ ଥର ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ବାକ୍‌ ସ୍ବାଧୀନତାର ସୁରକ୍ଷା ପାଇଁ ଅଦାଲତକୁ ହସ୍ତକ୍ଷେପ କରିବାକୁ ପଡ଼ିଛି।
ବାହାରକୁ ସାମାଜିକ ଗଣମାଧ୍ୟମ ସାଧାରଣ ଲୋକଙ୍କ ପାଇଁ ଏକ ଖୋଲା ପ୍ଲାଟଫର୍ମ ଭଳି ଲାଗେ କିନ୍ତୁ ବାସ୍ତବରେ ଏଠାରେ ମଧ୍ୟ ସବୁକିଛି ସେନ୍‌ସର ହୋଇପାରେ। କେଉଁ ଲେଖା ପ୍ଲାଟଫର୍ମରେ ରହିବ, କେଉଁଟି ପ୍ରତିବନ୍ଧିତ ହୋଇରହିବ, କେଉଁଟି ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ହେବ ଏସବୁ ଲୋକମାନେ ନିୟନ୍ତ୍ରଣ କରନ୍ତି ନାହିଁ କି ସମ୍ପୃକ୍ତ ଦେଶର ଆଇନ ନିୟନ୍ତ୍ରଣ କରେ ନାହିଁ ବରଂ ସମ୍ପୃକ୍ତ ପ୍ଲାଟଫର୍ମଗୁଡ଼ିକ ନିୟନ୍ତ୍ରଣ କରନ୍ତି। ଆଜିର ଦିନରେ ବହୁତ ପ୍ରସଙ୍ଗରେ ଚର୍ଚ୍ଚାର ଦିଗକୁ ସାଧାରଣ ବ୍ୟବହାରକାରୀମାନେ ନୁହନ୍ତି ବରଂ ଅନେକାଂଶରେ ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ନିଜେ ନିୟନ୍ତ୍ରଣ କରିପାରନ୍ତି। ଟୁଇଟର ହେଉ ବା ହ୍ବାଟ୍‌ସଆପ ହେଉ ଏମାନେ ସବୁ ହେଉଛନ୍ତି ବ୍ୟବସାୟିକ ସଂସ୍ଥା ଆଉ ସବୁଗୁଡ଼ିକର ମାଲିକାନା ଆମେରିକାରେ। ଆମେରିକାର ବିଶ୍ୱ ରାଜନୀତିକୁ ନିଜ ଅକ୍ତିଆରରେ ରଖିବାର ବଦ୍‌ ଅଭ୍ୟାସ ବହୁ ଆଗରୁ ରହିଛି। କେତେବେଳେ ସାମରିକ ଶକ୍ତି ମାଧ୍ୟମରେ, କେତେବେଳେ ଅର୍ଥନୀତି ମାଧ୍ୟମରେ, କେତେବେଳେ ରାଜନୈତିକ ଦଳଗୁଡ଼ିକ ମାଧ୍ୟମରେ ଆମେରିକା ଅନେକ ଦେଶର ରାଜନୀତିକୁ ନିୟନ୍ତ୍ରଣ କରିଆସିଛି । ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ସୋସିଆଲ ମେଡ଼ିଆ ଆଉ ଏକ ବିକଳ୍ପ ଶକ୍ତି, ଯାହା ମାଧ୍ୟମରେ ଦେଶର ଜନତାଙ୍କର ମାନସିକତାକୁ ନିୟନ୍ତ୍ରଣ କରାଯାଇପାରେ। ଆମେରିକାରେ ଡୋନାଲ୍‌ଡ ଟ୍ରମ୍ପଙ୍କୁ ହରାଇବା ପାଇଁ ବ୍ୟବସାୟୀମାନେ ଜୋ ବାଇଡେନ୍‌ଙ୍କ ପାଇଁ ସାମାଜିକ ଗଣମାଧ୍ୟମରେ ଲବି କରିଥିଲେ ବୋଲି ଆମେରିକାର ଖବରକାଗଜର ଏକ ପ୍ରମୁଖ ଖବର ଭାବରେ ବାହାରିଥିଲା। ଦୈନିକ ଖବରକାଗଜ ନ୍ୟୁୟର୍କ ପୋଷ୍ଟରେ ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ କଳାକାରନାମା ବିଷୟରେ ବାହାରିଥିବା ଏକ ଖବରକୁ ଟୁଇଟର ଏବଂ ଫେସ୍‌ବୁକ ସେମାନଙ୍କର ପ୍ଲାଟଫର୍ମରେ ପ୍ରତିବନ୍ଧିତ କରିଥିଲେ। ନାଇଜେରିଆର ରାଷ୍ଟ୍ରପତିଙ୍କ ଏକ ବୟାନକୁ ଟୁଇଟର ତା’ର ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଟୁଇଟର କେବେ ବି ମିଡିଲ ଇଷ୍ଟରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେତାମାନଙ୍କୁ ପ୍ରତିବନ୍ଧିତ କରିନାହିଁ।
ଗୋଟିଏ ସାର୍ବଭୌମ ରାଷ୍ଟ୍ରରେ ଉଭୟ ବାକ୍‌ ସ୍ବାଧୀନତାର ସଂରକ୍ଷଣ ଏବଂ ମିଥ୍ୟା ଖବରକୁ ରୋକିବାର କାମ କାହାର? କାହା ଉପରେ ଲୋକମାନେ ବେଶି ଭରସା କରିବା ଦରକାର? ଦେଶର ଆଇନ ନା ସାମାଜିକ ଗଣମାଧ୍ୟମ? ଲୋକମାନେ ସରକାରଙ୍କୁ ଭରସା କରିବା ଦରକାର କିନ୍ତୁ ଯଦି ଲୋକମାନେ ସରକାରଙ୍କୁ ଭରସା କରିପାରୁ ନାହାନ୍ତି ତା’ହେଲେ ମଧ୍ୟ ଏଥିପାଇଁ ସରକାରମାନେ ହିଁ ଦାୟୀ। ସରକାର ଏପରି କିଛି କରିବା ଉଚିତ ନୁହେଁ, ଯାହାଦ୍ୱାରା ସାଧାରଣ ଲୋକଙ୍କୁ ନ ଲାଗୁ କି ସରକାର ବାକ୍‌ ସ୍ବାଧୀନତାର ଗଳା ଚିପିବା ପାଇଁ ଚାହୁଁଛନ୍ତି। ସେହିପରି ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ବାକ୍‌ ସ୍ବାଧୀନତାର କଥା କହି ମିଥ୍ୟା ଖବରକୁ ଖୁଲମ୍‌ଖୁଲା ଛାଡ଼ିବା ଉଚିତ ନୁହେଁ। ନ ହେଲେ ଏଗୁଡ଼ିକ ଉପରୁ ଲୋକମାନଙ୍କର ଭରସା ତୁଟିଯିବ। ଦୁଇ ଦିନ ତଳେ ଉତ୍ତର ପ୍ରଦେଶରେ ଘଟିଥିବା ଏକ ସାଧାରଣ ମାରପିଟ ଘଟଣାକୁ ଅନେକ ପ୍ରତିଷ୍ଠିତ ସାମ୍ବାଦିକମାନେ ସାମ୍ପ୍ରଦାୟିକ ଋପ ଦେବାର ପ୍ରୟାସ କରିଥିଲେ ସାମାଜିକ ଗଣମାଧ୍ୟମରେ। ପରେ ପୋଲିସ ଯାଞ୍ଚ ପରେ ସେମାନେ ନିଜ ନିଜର ଭୁଲ ମାନିଲେ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରୁ ହଟାଇଲେ। ଏବେ ପୋଲିସ ସେମାନଙ୍କ ନାଁରେ ଏଫଆଇର ମଧ୍ୟ କରିଛି। ‘ଫେକ୍‌ ନ୍ୟୁଜ‘ ଆଜିର ସମୟରେ ଏକ ନିତିଦିନିଆ ଶବ୍ଦ ପାଲଟି ଗଲାଣି।
କଥା ହେଉଛି ଅଭିବ୍ୟକ୍ତିର ସ୍ବାଧୀନତା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଷ୍ଟ୍ରର ସୁରକ୍ଷା। ଭାରତୀୟ ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୬୯(କ) ଅନୁସାରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ବାହ୍ୟ ସୁରକ୍ଷା ଦୃଷ୍ଟିରୁ ସରକାର ସାମାଜିକ ଗଣମାଧ୍ୟମଗୁଡ଼ିକୁୁ ତଥ୍ୟ ମାଗିପାରିବେ। ଟୁଇଟର ମଧ୍ୟ ଯେଉଁ ଦେଶରେ ବ୍ୟବସାୟ କରିବ, ସେହି ଦେଶର ଆଇନକୁ ମାନିବାକୁ ପଡ଼ିବ, ସେ ଦେଶର ଅଦାଲତ, ସରକାର, ଜନସାଧାରଣଙ୍କ ଉପରେ ଭରସା କରିବା ପାଇଁ ପଡ଼ିବ। ସେହିଭଳି ଯଦି ଦେଶର ଲୋକଙ୍କୁ ଲାଗିବ ଯେ ସରକାର କୌଣସି ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ କରୁଛନ୍ତି ତା’ହେଲେ ସେଥିପାଇଁ ଅଦାଲତକୁ କ୍ଷମତା ଦିଆଯାଇଛି ହସ୍ତକ୍ଷେପ କରିବା ପାଇଁ। ଲୋକମାନେ ଭୋଟ ଦେଇ ସରକାର ବାଛିଛନ୍ତି। ଯଦି ସରକାର ଭୁଲ୍‌ କରୁଥିବେ ୫ ବର୍ଷ ପରେ ଲୋକମାନେ ସରକାରଙ୍କୁ ବରଖାସ୍ତ କରିଦେବେ। ସମ୍ବିଧାନ ତ ସେଇଆ କହୁଛି। କେଉଁ ଦଳର ସରକାର ଅଛି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସବୁକିଛି ଆଇନ ଓ ସମ୍ବିଧାନର ପରିସୀମା ଭିତରେ ହେଉଛି କି ନାହିଁ।
ହରିରାଜପୁର, ପୁରୀ
ମୋ: ୮୨୪୯୮୬୮୯୬୧


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...

ଲାକ୍ଷାଦ୍ୱୀପ

କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି...

ଅସ୍ଥି କଳସର ଦୁଃଖ

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...

କରୋନାର ବୈଜ୍ଞାନିକ ବିଶ୍ଳେଷଣ

ସଂଜୟ କୁମାର ସାମନ୍ତରାୟ ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ବାଇଡେନ୍‌ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ

ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବଡ଼ ଝଟକା
Next Post Next post:
କରୋନା ବର୍ଜ୍ୟ ବିପଦ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts