ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଥିଆ ଶେଟ୍ଟୀ କିଛି ଦିନ ପୂର୍ବରୁ ଏକ ଫଟୋ ଶେୟାର କରିଥିଲେ। ଏହି ଛବିରେ ଆଥିଆ ଏକ ଜ୍ୟାକେଟ ପିନ୍ଧିଛନ୍ତି। ଏହି ଜ୍ୟାକେଟ କେ.ଏଲ ରାହୁଲଙ୍କର ବୋଲି ଜଣାପଡିଛି। ରାହୁଲ ମଧ୍ୟ ତାଙ୍କର କିଛି ଫଟୋ ବହୁ ପୂର୍ବରୁ ଶେୟାର କରିଥିଲେ, ଫଟୋ ସେ ଏହି ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ଜ୍ୟାକେଟରେ ଆଥିଆଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ରାହୁଲଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି। ତେବେ କେବଳ ଏହି ଜ୍ୟାକେଟ ଫଟୋ ନୁହେଁ, ଆହୁରି କିଛି ଫଟୋ ମଧ୍ୟ ସୂଚାଇ ଦେଉଛି ଯେ ଆଥିଆ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି। ଉଭୟ ପରସ୍ପରକୁ ଡେଟିଂ କରୁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଛି। କୁହାଯାଉଛି ଯେ ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ସେମାନଙ୍କ ପରିବାରକୁ ମଧ୍ୟ ଜଣା। ଦୁହିଁଙ୍କ ସମ୍ପର୍କକୁ ନେଇ କାହାରି ଆପତ୍ତି ନାହିଁ।
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...
ଭୁବନେଶ୍ୱରଙ୍କ ଦୁଃଖ ସରୁନି: ପିତାଙ୍କ ମୃତ୍ୟୁ ପରେ ମା’ ହସ୍ପିଟାଲରେ, ନିଜଠାରେ କରୋନା ଲକ୍ଷଣ
ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୂବନେଶ୍ୱର କୁମାରଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ନିକଟରେ ତାଙ୍କ ପିତାଙ୍କ ମୃତୁ ପରେ ଏବେ ଭୁବନେଶ୍ୱରଙ୍କ ମା’...
ପାକିସ୍ତାନର ଏହି ପୂର୍ବ ଅଲରାଉଣ୍ଡର କହିଲେ,‘ବ୍ୟସ୍ତ ଥିବା ସତ୍ତ୍ୱେ ମୋ ବିବାହରେ ଯୋଗ ଦେଇଥିଲେ ଗାଙ୍ଗୁଲି…
ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ...
ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ: କହିଲେ ଧୋନୀ…
ଭାରତୀୟ କ୍ରିକେଟ୍ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ।...
ଆରପାରିରେ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ ଏହି ସୂଚନା ଦେଇଛନ୍ତି।...
ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା
ନୂଆଦିଲ୍ଲୀ,୪।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି
ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...


