ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଥିଆ ଶେଟ୍ଟୀ କିଛି ଦିନ ପୂର୍ବରୁ ଏକ ଫଟୋ ଶେୟାର କରିଥିଲେ। ଏହି ଛବିରେ ଆଥିଆ ଏକ ଜ୍ୟାକେଟ ପିନ୍ଧିଛନ୍ତି। ଏହି ଜ୍ୟାକେଟ କେ.ଏଲ ରାହୁଲଙ୍କର ବୋଲି ଜଣାପଡିଛି। ରାହୁଲ ମଧ୍ୟ ତାଙ୍କର କିଛି ଫଟୋ ବହୁ ପୂର୍ବରୁ ଶେୟାର କରିଥିଲେ, ଫଟୋ ସେ ଏହି ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ଏହି ଜ୍ୟାକେଟରେ ଆଥିଆଙ୍କ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ରାହୁଲଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି। ତେବେ କେବଳ ଏହି ଜ୍ୟାକେଟ ଫଟୋ ନୁହେଁ, ଆହୁରି କିଛି ଫଟୋ ମଧ୍ୟ ସୂଚାଇ ଦେଉଛି ଯେ ଆଥିଆ ରାହୁଲଙ୍କ ସହ ଇଂଲଣ୍ଡରେ ଅଛନ୍ତି। ଉଭୟ ପରସ୍ପରକୁ ଡେଟିଂ କରୁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଛି। କୁହାଯାଉଛି ଯେ ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ଏହା ସେମାନଙ୍କ ପରିବାରକୁ ମଧ୍ୟ ଜଣା। ଦୁହିଁଙ୍କ ସମ୍ପର୍କକୁ ନେଇ କାହାରି ଆପତ୍ତି ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.