E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, କଟକ

ପଦୋନ୍ନତିକୁ ହଁ, ବଦଳିକୁ ନା
7:06 amJune 28, 2021

କଟକ ଅଫିସ,୨୮।୬: କଟକ କମିଶନରେଟ ପୋଲିସର ପଦୋନ୍ନତି ଓ ବଦଳିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ କଟକ ପ୍ରୀତି ଛାଡୁ ନାହିଁ। ଇତିମଧ୍ୟରେ କେତେଜଣ ଥାନା ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ସରିଥିବାବେଳେ ଆଉ କେତେଜଣ ପଦୋନ୍ନତି ପାଇ ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ସୂଚନାନୁଯାୟୀ, ଟ୍ରାଫିକ୍‌ ଏସିପି ପଦ ଗତ ୩ମାସ ହେଲା ଖାଲି ପଡ଼ିଛି। ସମ୍ପ୍ରତି ଜୋନ୍‌ ୩ ଏସିପିଙ୍କ ବଦଳି ପରେ ସେହି ସ୍ଥାନ ମଧ୍ୟ ଖାଲି ରହିଛି। ତେବେ ଜୋନ-୬ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍‌ ୩ର ଅତିରିକ୍ତ ଦୟିତ୍ୱ ଦିଆଯାଇଛି। ସେହିପରି ଚାଉଳିଆଗଞ୍ଜ ଥାନା ଅଧିକାରୀ ତାପସ ପ୍ରଧାନ ଏସିପି ପଦକୁ ପଦୋନ୍ନତି ପାଇ ମଧ୍ୟ ସେଠାରେ କାର୍ଯ୍ୟରତ ଅଛନ୍ତି। ପୁରୀ ଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ପଦୋନ୍ନତି ହୋଇ ଜଗତ୍‌ସିଂହପୁରକୁ ଡିଏସପି ଭାବେ ବଦଳି ହୋଇଛି। ତେବେ ଉଭୟ ଅଧିକାରୀ ନିଜର ବରିଷ୍ଠତା ବଜାୟ ରଖିବା ପାଇଁ ପଦୋନ୍ନତିକୁ ଗ୍ରହଣ କରିଥିବାବେଳେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସିଡିଏ ଫେଜ୍‌-୨ ଥାନାରେ ସନ୍ଧ୍ୟାରାଣୀ ସିଂ ଓ କନ୍ଦରପୁର ଥାନାରେ ମାସାଧିକ କାଳ ଜଣେ ଏସ୍‌ଆଇଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେବେ କନ୍ଦରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଏସ୍‌ଆଇଙ୍କର ଇତିମଧ୍ୟରେ ପଦୋନ୍ନତି ସହ ସୁନ୍ଦରଗଡ଼କୁ ବଦଳି ହୋଇଯାଇଛି। ଏଣୁ ଏହି ଥାନା ଅଧିକାରୀ ପଦ ମଧ୍ୟ ଖାଲି ରହିଛି। ଅପରପକ୍ଷେ ଚୌଦ୍ୱାର ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ ବିପିନି ବିହାରୀ ଓତା ରହିଥିବାବେଳେ ସଦର ଥାନାରେ ଅତିରିକ୍ତ ଆଇଆଇସି ଭାବେ ଅନିତା ସାହୁ ଏବଂ ଡିଆଇବିରେ ଗଙ୍ଗାଧର ଶାସିନ କାର୍ଯ୍ୟରତ ଅଛନ୍ତି। ଏସବୁ ଥାନାରେ ଆଇଆଇସି ଥିବାବେଳେ ଅତିରିକ୍ତ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ତାପସ ପ୍ରଧାନଙ୍କୁ ଏସିପି ଭାବେ ପଦୋନ୍ନତି ଦିଆଯାଇଥିବାବେଳେ କମିଶନରେଟ ପୋଲିସରେ ଖାଲିଥିବା ଦୁଇଟି ଏସିପି ପଦ ମଧ୍ୟରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ। କଟକ କମିଶନରେଟ ପୋଲିସରେ ଏଭଳି ଅବ୍ୟବସ୍ଥା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି, ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବାକୁ ଏପର୍ଯ୍ୟନ୍ତ କେହି ଆସି ନ ଥିବାରୁ ସେ ଏଠାରେ ରହିଛନ୍ତି। ରିଲିଭର ଆସିଲେ ସେ ନିଜ ବଦଳି ସ୍ଥାନକୁ ଚାଲିଯିବେ।
ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ପଦୋନ୍ନତି ଓ ବଦଳି ହେଉଛି ପୋଲିସ ବିଭାଗର ଏକ ନିୟମିତ ପ୍ରକ୍ରିୟା। ପଦୋନ୍ନତି ପାଇଥିବା କେତେଜଣ ଅଧିକାରୀଙ୍କର ବଦଳି ପ୍ରକ୍ରିୟା ସରିଥିବାବେଳେ ଅନ୍ୟମାନଙ୍କର ମଧ୍ୟ ଯଥାଶୀଘ୍ର ଶେଷ ହେବ।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, କଟକ View All

ରେକର୍ଡ ନିଶାରେ ଦିବ୍ୟଜ୍ୟୋତି

କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...

ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ,୯।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...

ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା

ଭୁବନେଶ୍ୱର,୧୦ା୬(ବ୍ୟୁରୋ):  ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...

ରାଜପଥରେ ଓଲଟିଲା କାର

ରୂପସା,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ହଳଦୀପଦା ବାଇପାସଠାରେ ମଙ୍ଗଳବାର ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଛି । ଫଳରେ କାର ଡ୍ରାଇଭର...

ଦମ୍ପତିଙ୍କୁ ନିଶା ସ୍ପ୍ରେ ଘରୁ ନେଇଗଲେ ଲକ୍ଷାଧିକ ଟଙ୍କା, ଆଉ ତା ପରେ

ବାଲେଶ୍ୱର ଅଫିସ,୧୭।୬: ବାଲେଶ୍ବର ଜିଲା ସୋର ଥାନା ବ୍ରାହ୍ମଣସାହି ଗାଁରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଘରେ ପଶି ପରିବାର ଲୋକଙ୍କୁ...

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଚାଲିଗଲା ୬ ଗୋରୁଙ୍କ ଜୀବନ

ବାଲିଗୁଡା,୧୦।୬(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରପାତରେ ୬...

ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ

ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍‌ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍‌ଆଇଙ୍କୁ ଜଣେ ଜେଲ୍‌ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...

ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ

ଦାରିଙ୍ଗବାଡ଼ି୨୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ବେଧଡ଼କ ଚାଲିଛି ସରକାରୀ ଜମି ହଡ଼ପ। ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ
Next Post Next post:
ସରକାରୀ ଜମି ହଡ଼ପ ଅଭିଯୋଗରେ ବାପା-ପୁଅ ଗିରଫ

Leave a comment

Cancel reply

Your email address will not be published. Required fields are marked *

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts