ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ ଲୋକଙ୍କ ମଧ୍ୟରେ ଯୋଗାଭ୍ୟାସ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ପ୍ରାଣାୟାମ ଦ୍ୱାରା ଶରୀରରେ ଅମ୍ଳଜାନସ୍ତରକୁ ସ୍ବାଭାବିକ କରିବା ନେଇ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍ଡାଉନ୍ ଜାରି ହୋଇଥିବାବେଳେ ବାହ୍ୟ କାର୍ଯ୍ୟ କଳାପରେ ଅଙ୍କୁଶ ଲାଗିଛି। ଫଳରେ ଘରେ ରହି ସୁସ୍ବାସ୍ଥ୍ୟକୁ ବଜାୟ ରଖିବା ସହିତ ଶରୀର ରକ୍ଷାର ଶ୍ରେଷ୍ଠତମ କାର୍ଯ୍ୟ ଭାବେ ଯୋଗ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବିଭିନ୍ନ ଯୋଗ ମୁଦ୍ରା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବାକୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି। ଅନୁଲୋମ ବିଲୋମ ଦ୍ୱାରା ଲୋକେ ନିଜର ମାନସିକସ୍ତରକୁ ସଶକ୍ତ କରି ପାରୁଛନ୍ତି। ଫଳରେ ଅବସାଦ ଦୂର ହେବା ସହିତ ହାର୍ଟ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରୁଛି। ଦୀର୍ଘଶ୍ୱାସ ବ୍ୟାୟାମ କରିବାକୁ ଚିକିତ୍ସକମାନେ କହୁଛନ୍ତି। ଏହାଦ୍ୱାରା ଫୁସ୍ଫୁସ୍ କୋଷିକା ସୁଦୃଢ଼ ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ଶରୀରରେ ଅମ୍ଳଜାନସ୍ତର ସ୍ବାଭାବିକ ହୋଇପାରିଥାଏ ବୋଲି କରୋନା ଆକ୍ରାନ୍ତଙ୍କ ସମେତ ସୁସ୍ଥ ଲୋକଙ୍କୁ ଅବଗତ କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.