ମଣିଷ ପ୍ରେମରେ ବେଳେବେଳେ ଏମିତି ଧୋକା ଖାଏ ଯେ, ଚାହିଁଲେ ବି କିଛି କରିବାର କ୍ଷମତା ନ ଥାଏ। ସେମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ପ୍ରେମରେ ଧୋକା ଖାଇବା ପରେ ସିସି ହାକ୍ଶା ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ତାଙ୍କ ପ୍ରେମ କାହାଣୀ ଶେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ମୁଁ ଜଣେ ଯୁବକଙ୍କୁ ଦୀର୍ଘଦିନ ଧରି ପ୍ରେମ କରିଆସୁଥିଲି। ଯିଏ କି ଜଣେ ଶିକ୍ଷକ। ସେ ମୋତେ କହିଥିଲେ ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। କିନ୍ତୁ ମୁଁ ପରେ ଜାଣିବାକୁ ପାଇଲି ତାଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଅଛନ୍ତି।
ଏହି କଥା ତାଙ୍କୁ ଜଣାପଡ଼ିଲା ଯେତେବେଳେ ସେହି ଶିକ୍ଷକଙ୍କ ସ୍ତ୍ରୀ ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କଲେ। ସେ କହିଛନ୍ତି, ମୁଁ ଶିକ୍ଷକଙ୍କୁ ବହୁତ ବିଶ୍ୱାସ କରୁଥିଲି। ତାଙ୍କୁ ନେଇ ମୁଁ ଅନେକ ସ୍ବପ୍ନ ଦେଖିଥିଲି। କାରଣ ସେ ମୋତେ କହିଥିଲେ ତାଙ୍କର ସ୍ତ୍ରୀ କେବେଠାରୁ ମରିସାରିଛନ୍ତି। ତାଙ୍କର କୌଣସି ପିଲା ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରୁ ଜଣାପଡ଼ିଲା ତାଙ୍କର ସ୍ତ୍ରୀ ଅଛନ୍ତି ଏବଂ ଦୁହେଁ ଏକାଠି ମଧ୍ୟ ରହୁଛନ୍ତି। ଏନେଇ ସିସି ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ, ମୁଁ ମିଛ କହିଥିଲି। ତାଙ୍କ ସ୍ତ୍ରୀ ବଞ୍ଚିଛନ୍ତି।
ସିସିଙ୍କ ପୋଷ୍ଟରେ ୟୁଜରମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆରେ ବାଃ ସିରିୟଲ କିଲରଙ୍କ ସ୍ତ୍ରୀ ଯେମିତି’। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କ ସହ ଡେଟ୍ କରୁଥିଲି। ଯିଏକି ମୋତେ କହିଥିଲେ ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। ମୁଁ ଏବେ ଭାବୁଛି ସତ କଥା କ’ଣ? ସେ ସହରଠୁ ବାହାରେ ଥିଲେ କି? ସିସି କହିଛନ୍ତି, ମୁଁ ଇନ୍ଷ୍ଟାଗ୍ରାମରେ ତାଙ୍କ ସ୍ତ୍ରୀଙ୍କୁ ମେସେଜ କରିଥିଲି, ଯାହା ସେ ଆଜି ପର୍ଯ୍ୟନ୍ତ ଦେଖିନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.