ସ୍କେଟିଂରେ ସଚେତନତା

ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧ ବର୍ଷର ବାଳିକା ଶ୍ରୀଗୁପ୍ତା। ଏଇ ବୟସରେ ସେ ଶାଢ଼ି ପିନ୍ଧି ଗାଁର ଗଳିକନ୍ଦି ରାସ୍ତାରେ ସ୍କେଟିଂ କରୁଛନ୍ତି। ଗାଁ ଭିତର ରାସ୍ତାରେ ସେ ଏତେ ସୁନ୍ଦରଭାବରେ ସ୍କେଟିଂ କରୁଛନ୍ତି ଯେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି। ଶ୍ରୀଗୁପ୍ତା ଏଭଳିଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ଭାକ୍ସିନ ନେବା ପାଇଁ ସେ ବାରମ୍ବାର ବୁଝାଉଛନ୍ତି। କାହିଁକି ନା ତାଙ୍କ ଅଞ୍ଚଳରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାକ୍ସିନ ନେବା ପାଇଁ ଭୟ କରୁଛନ୍ତି। ଗାଁ ଲୋକଙ୍କର ଏହି ମାନସିକତା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଚିନ୍ତିତ ହୋଇ ପଡ଼ିଛନ୍ତି। ଶ୍ରୀଗୁପ୍ତା ତାଙ୍କ ଜେଜେ ମା’ ଓ ଜେଜେ ବାପାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଲୋକଙ୍କର ଏଭଳି ମାନସିକତା ସମ୍ପର୍କରେ ଜାଣି ପାରିଥିଲେ। କାରଣ ଟିକା ନେବା ପାଇଁ ଢେର୍‌ ସମୟ ଅପେକ୍ଷା କରିଥିଲେ ବି ତାଙ୍କ ଜେଜେ ମା’ ଓ ଜେଜେ ବାପା ଫେରି ଆସିଥିଲେ। କାହିଁକିନା ଗୋଟିଏ ଫାଇଲ୍‌ ଟିକାକୁ ଏକ ସମୟରେ ଖୋଲିବା ମାତ୍ରେ ୧୦ ଜଣଙ୍କୁ ହିଁ ଦିଆଯାଇଥାଏ। ନଚେତ୍‌ ଅନ୍ୟ ସମସ୍ତ ଫାଇଲ୍‌ ଖରାପ ହୋଇଯିବ। କିନ୍ତୁ ସାରା ଦିନ ଅପେକ୍ଷା ପରେ ବି ଗାଁର ୧୦ ଜଣ ଲୋକ ବି ଟିକା ନେବାକୁ ଯାଇ ନ ଥିଲେ। ଏହି ଘଟଣା ପରେ ଶ୍ରୀଗୁପ୍ତା ଆସି ନିଜେ ଗାଁ ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲେ। ଗାଁ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏବେ ଏଭଳି ଢଙ୍ଗରେ ଶାଢ଼ି ପିନ୍ଧି ସ୍କେଟିଂ କରି ଘର ଘର ବୁଲୁଛନ୍ତି। ଗୀତାଙ୍କ କଥା ଶୁଣିବା ପରେ ଲୋକେ ତ କିଛି ମାତ୍ରାରେ ସଚେତନ ହୋଇଛନ୍ତି, ଏହା ସହିତ ତାଙ୍କର ଏଭଳି ସଚେତନତାର ପ୍ରଭାବ ଏବେ ସବୁଆଡେ ପଡ଼ିଛି। ସୋସିଆଲ ମିଡିଆରେ ବି ଶ୍ରୀଗୁପ୍ତାଙ୍କର ଏଭଳି ସଚେତନତାକୁ ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ତାଙ୍କର ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.