କରାଚୀ, ୨୩ା୬(ପି.ଟି.)-ପୂର୍ବତନ ଅଧିନାୟକ ୟୁନିସ ଖାଁ ମଙ୍ଗଳବାର ପାକିସ୍ତାନ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ପଦବୀରୁ ଆକସ୍ମିକ ଓହରିଯାଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିର କାରଣ ଯଦିଓ ସ୍ପଷ୍ଟ ହୋଇ ନାହିଁ, ବୋର୍ଡ କିନ୍ତୁ ଆପୋସ ବୁଝାମଣା ଭିତ୍ତିରେ ଏହା ହୋଇଥିବା ସଫେଇ ଦେଇଛି। ପାକିସ୍ତାନ ଟିମ୍ ଜୁନ୍ ୨୫ରୁ ଜୁଲାଇ ୨୦ ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ) ଟୁର୍ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ସମାନ ସଂଖ୍ୟକ ଟି୨୦ ଖେଳିବ। ପାକିସ୍ତାନ କ୍ରିକେଟ ଦଳ ବ୍ୟାଟିଂ କୋଚ୍ ବିନା ୟୁକେ ଗସ୍ତ କରିବ। ପରେ ଓ୍ବେଷ୍ଟଇଣ୍ଡିଜ ଟୁର୍ ପାଇଁ ୟୁନିସ ଖାଁଙ୍କ ଉତ୍ତରାଧିକାରୀ ଠିକଣା ସମୟରେ ଚୟନ କରାଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। ଖବର ଅନୁସାରେ ୟୁନିସ ତାଙ୍କର ଭୂମିକାକୁ ନେଇ ସନ୍ତୁଷ୍ଟ ନ ଥିଲେ। ଦଳର ଖେଳାଳି ଚୟନ କ୍ଷେତ୍ରରେ ତାଙ୍କର ବିଶେଷ କ୍ଷମତା ରହୁ ବୋଲି ସେ ଚାହୁଁଥିଲେ।
ପାକିସ୍ତାନର ଏହି ପୂର୍ବ ଅଲରାଉଣ୍ଡର କହିଲେ,‘ବ୍ୟସ୍ତ ଥିବା ସତ୍ତ୍ୱେ ମୋ ବିବାହରେ ଯୋଗ ଦେଇଥିଲେ ଗାଙ୍ଗୁଲି…
ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ...
ଏସ୍ଆର୍ ଅନ୍ଲାଇନ୍ ଚେସ୍: ଓମ୍ ଆଦିତ୍ୟ ଚାମ୍ପିୟନ
ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍ଆର୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍ଲାଇନ୍ ଚେସ୍ରେ ଓମ୍ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...
୩୫୦ ବଲ୍ ଖେଳି ସବୁଠୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଆଜିଯାଏ ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୩।୬: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ହେଉଛି ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ।...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
ଭେନିଜୁଏଲା- ଇକ୍ୱେଡର ମ୍ୟାଚ୍ ଡ୍ର
ରିଓ ଡି ଜେନିରୋ,୨୨।୬: କୋପା ଆମେରିକାରେ ସୋମବାର ଗୁପ୍ ବି’ରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଭେନିଜୁଏଲା ଓ ଇକ୍ୱେଡର ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି...


