ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ତାଙ୍କ ପରିବାର ସହିତ ବସିଥିବାର ନଜର ଆସିଛନ୍ତି। ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ମା’ ଏବଂ ବାପାଙ୍କ ସହ ଚହଲ ବସିଛନ୍ତି। ଚହଲଙ୍କ ମାତାପିତା କରୋନା ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଚହଲ ଫଟୋ ଶେୟାର କରି କହିଛନ୍ତି, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ବନ୍ଧୁ, ପରିବାର ଏବଂ ଆପଣଙ୍କ ସମସ୍ତଙ୍କଠାରୁ ବାର୍ତ୍ତା ମାଧ୍ୟମରେ ଆମେ ପାଇଥିବା ସାହାଯ୍ୟ ପାଇଁ ଧନ୍ୟବାଦ। ମାତାପିତା ସୁସ୍ଥ ଅଛନ୍ତି ଏବଂ ଆମେ ନିରାପଦରେ ରହିବାକୁ ସମସ୍ତଙ୍କୁ ନିବେଦନ କରୁଛୁ । ଧନଶ୍ରୀ ତାଙ୍କ ଶ୍ୱଶୁରଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ୟୁଜଭେନ୍ଦ୍ରଙ୍କ ବାପାଙ୍କଠାରେ ଗୁରୁତର କରୋନା ଲକ୍ଷଣ ଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚହଲଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲା। ଧନଶ୍ରୀଙ୍କ ମା ଏବଂ ଭାଇ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ଚହଲ ଏବେ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ରାଜସ୍ଥାନରୁ ପ୍ରଥମ ଡେଲ୍ଟା ପ୍ଲସ୍ ଭାରାଆଣ୍ଟ ରୋଗୀ ଚିହ୍ନଟ
ଜୟପୁର,୨୬।୬: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଦେଶର ଅନେକ ରାଜ୍ୟରେ ଏବେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମ୍ନାକୁ ଆସୁଛି।...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ଅକାଳୀ ଦଳ-ବିଏସ୍ପି ମଧ୍ୟରେ ମେଣ୍ଟ: ଆସନ ଭାଗବଣ୍ଟା ବି ଚୂଡ଼ାନ୍ତ
ଚଣ୍ଡିଗଡ଼,୧୨।୬: ବିଭିନ୍ନ ରାଜ୍ୟର ରାଜନୈତିକ ଦଳରେ ବର୍ତ୍ତମାନ ମିଶ୍ରଣ ପର୍ବ ଚାଲିଛି। ଏତଦ୍ ବ୍ୟତୀତ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ...
ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’
ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର...
ଖସୁଛି କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୧।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି
ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା...
ଅଢ଼େଇ ମାସ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ଅଢ଼େଇ ମାସ ପରେ ଦେଶରେ...
ଭାକ୍ସିନ୍ର ୨ ଡୋଜ୍ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…
ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...


