ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ ବ୍ୟକ୍ତିଗତ ଜୀବନ ସେତିକି ସମସ୍ୟାରେ ପରିପୂର୍ଣ୍ଣ । ସେ ନିଜ ପରିବାରକୁ ଚଳାଇବା ପାଇଁ ଖୁବ କମ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ସଫଳ ଅଭିନେତ୍ରୀ ଭାବରେ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିଥିଲେ । ସେ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ କିନ୍ତୁ ବାସ୍ତବ ଜୀବନରେ ତାଙ୍କର ପ୍ରେମ ଅସମ୍ପୂର୍ଣ୍ଣ ରହିଗଲା । ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, ପ୍ରାୟ ୬ ମାସ ପରେ ସ୍ବାମୀ ତାଙ୍କ ଓଢ଼ଣିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯାହାର ସମ୍ପୂର୍ଣ୍ଣ ଦୋଷ ରେଖାଙ୍କ ଉପରକୁ ଆସିଥିଲା। ସ୍ବାମୀଙ୍କ ମୃତ୍ୟୁର ବହୁ ଦିନ ପରେ ରେଖା ତାଙ୍କ ନୀରବତା ଭାଙ୍ଗି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।

ଛାଡପତ୍ରକୁ ନେଇ ରେଖା ନୀରବତା ଭାଙ୍ଗିଥିଲେ

ଯେତେବେଳେ ମୁକେଶ ଅଗ୍ରୱାଲ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ, ସେତେବେଳେ ରେଖାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। କିନ୍ତୁ ରେଖା ଏହି ପ୍ରସଙ୍ଗରେ ଅଧିକ ସମୟ ଚୁପ ରହି ନ ଥିଲେ । ରେଖା ଏକ ବାର୍ତ୍ତାଳାପ ସମୟରେ କହିଥିଲେ, ‘ସର୍ବପ୍ରଥମେ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୁକେଶ ଛାଡପତ୍ର କରିବାକୁ ଚାହୁଁଥିଲେ ମୁଁ ନୁହେଁ। ସେ ମୋ ଠାରୁ ଛାଡପତ୍ର ମାଗିଥିଲେ। ବୋଧହୁଏ ଆରେଞ୍ଜ ମ୍ୟାରେଜ ପାଇଁ ମୋର ତତ୍ପରତା ଠିକ ନଥିଲା। ଯେତେବେଳେ ଆମେ ଭାବୁ ଆମେ ପରସ୍ପର ପାଇଁ ତିଆରି ହୋଇ ନାହୁଁ, ତେବେ ସେହି ସମୟରେ ଅଲଗା ହେବା ଉଚିତ।

ସେ ଆହୁରି ମଧ୍ୟ କହିଥିଲେ ବିବାହର ଖୁବ କମ ସମୟ ମଧ୍ୟରେ ମୁଁ ତାଙ୍କ ପାଖେ ପାର୍ଥକ୍ୟ ଅନୁଭବ କରିଥିଲି। ଯେତେବେଳେ ଆମେ ହନିମୁନ ପାଇଁ ଲଣ୍ଡନ ଯାଇଥିଲୁ ସେତେବେଳେ ମୁଁ ଆମ ଭବିଷ୍ୟତ ସମ୍ପର୍କ ବିଷୟରେ ଜାଣି ସାରିଥିଲି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.