କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ବାରିପଦା ଓ ବଲାଙ୍ଗୀର ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ କାଳୀ ମିଶ୍ର ଏହି ମାମଲା ଦାଏର କରିଛନ୍ତି।
ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଖୋଲିଛନ୍ତି। କିନ୍ତୁ କେତେକ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ବାରିପଦା କୋଭିଡ୍ ହସ୍ପିଟାଲରେ ରୋଗୀ ତଳେ ଗଡୁଛନ୍ତି। ଏପରି କି ପାଇଖାନା ନିକଟରେ ଶୋଉଛନ୍ତି।
ହାଇକୋର୍ଟରେ ମାମଲା…
ରୋଗୀମାନେ ବଞ୍ଚିଥିବାବେଳେ ଅବ୍ୟବସ୍ଥାର ଶିକାର ହେଉଛନ୍ତି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଯେଉଁମାନଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କ ମୃତଦେହକୁ ଅସମ୍ମାନ କରାଯାଉଛି। ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ ମୃତଦେହ ସତ୍କାର କରାଯାଇଛି। ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯାଇ ହସ୍ପିଟାଲ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍ ହସ୍ପିଟାଲରେ ସିସିଟିଭି ଲଗାଇବା ପାଇଁ ନିବେଦନ କରାଯାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଠିକ୍ଭାବେ କାର୍ଯ୍ୟକାରୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମିଶ୍ର ନିବେଦନ କରିଛନ୍ତି। ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରଥଯାତ୍ରାର ଆଦ୍ୟପର୍ବ ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
୧୭ ଯାଏ ଓଏଚ୍ଆର୍ସିକୁ ସର୍ବସାଧାରଣ ପ୍ରବେଶ ମନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ମାନବାଧିକାର କମିଶନ(ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି।...
୨୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୨ ତାରିଖରୁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ...
ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ
ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।...
ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଘରୋଇ ହସ୍ପିଟାଲକୁ ମାଗଣାରେ କୋଭିଡ୍-୧୯ ଟିକା ଯୋଗାଣ ବନ୍ଦ ହେବ। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଥିବ ତେବେ ସେଗୁଡ଼ିକୁ ତୁରନ୍ତ...
ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଡ଼ୁଆରେ ବିଧାୟକଙ୍କ ପୁଅ
କେନ୍ଦୁଝର/ଆନନ୍ଦପୁର,୧୬ା୬(ସ୍ବ.ପ୍ର.): ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ...


